ଫୁଲଦାନିରେ   ଫୁଲ  ସଜାଇବାବେଳେ  ଏହି କଥାକୁ ଧ୍ୟାନ ଦିଅନ୍ତୁ 

ଅଫିସରେ୍‌,   ଘରେ ଓ  ଅନ୍ୟ ସମାରୋହରେ  ଫୁଲଦାନି ଏକ   ଅନିବାର୍ଯ୍ୟ  ବସ୍ତୁ ରୂପରେ    ଗଣାଯାଏ ।  କିନ୍ତୁ ସମସ୍ୟା  ଏହି ଯେ  ଫୁଲଦାନିରେ  ଫୁଲ  ସବୁ  ଯଦି  ମଉଳିଯାଏ ।  ତେଣୁ  ଫୁଲଦାନିରେ  ଫୁଲକୁ  କିପରି  ବହୁ ସମୟ  ଧରି  ସତେଜ  ରଖିବେ ,ସେ ବିଷୟରେ ଜାଣିବାକୁ ଚାହାଁନ୍ତି କି ! ଫୁଲଦାନିରେ   ଫୁଲ  ସଜାଇବାବେଳେ  ନିମ୍ନଲିଖିତ  ବିଷୟ  ପ୍ରତି ଧ୍ୟାନ ଦେବେ ,ଯାହା ଫଳରେ   ଫୁଲ  ଅଦିକ ଦିନ  ସତେଜ ରହିବ  ଏବଂ  ଘରର  ଶୋଭା  ବଢାଇବ ।

-ଫୁଲଦାନି ପାଇଁ   ସୂର୍ଯ୍ୟ   ଉଦୟ ପୂର୍ବରୁ  ଫୁଲକୁ  ଗଛରୁ ଆଣିବ ।

–  କାଟିବା ପରେ ଫୁଲକୁ  ଡାଳ  ସହ  ପାଣି ପାତ୍ରରେ  ରଖିବେ ।   ଡାଳ   ପାଣିରେ  ବୁଡିକି  ରହିବ ।  ଫୁଲକୁ  ଧାରୁଆ   ଛୁରି ବା  କଇଁଚିରେ   କାଟିବେ , ଯାହା ଦ୍ୱାରା  ଫୁଲର  ଶାଖାକୁ କୌଣସି  କ୍ଷତି  ହେବନି ।

–  ଯେଉଁ ଡାଳ କାଟିଲେ (  ଲ୍ୟାକ୍‌ଟସ)  ବା କ୍ଷୀର  ବାହାରେ  ସେହି  କଟା ଭାଗକୁ  ୧ ମିନିଟିପାଇଁ   ପାଣିରେ  ବୁଡାଇ  ରଖେିବ  , ଯାହାଦ୍ୱାରା    କ୍ଷୀର   ବାହାରିବା  ବନ୍ଦ  ହୋଇଯିବ ।

-ଯେଉଁ ପାତ୍ରରେ  ଫୁଲ ସଜେଇବ  ସେହି ପାତ୍ରକୁ  ଭଲଭାବେ  ଧୋଇ ସଫା ପାଣି ରଖିବେ ।

-ଡାଳରେ  ଥିବା  ପତ୍ରକୁ  କାଢିଦେବେ ।  କେବଳ ଉପର  ଆଡକୁ  ଗୋଟେ  କିମ୍ବା  ଦୁଇଟି  ପତ୍ର ରଖିବେ ।  ମାତ୍ର  କାଢିଦେବା  ଦ୍ୱାରା  ବାଷ୍ପ  ବାହାରିବା   କମ୍‌  ହେବ  ଯାହାଦ୍ୱାରା   ଫୁଲ  ଅଧିକ ଦିନ   ସତେଜ  ରହିବ ।

photo–webneel

-ଯଦି  ଡାଳ  କଠିନ  ଥିବ   ତଳୁ  ୫-୭ ସେଣ୍ଟିମିଟର   ମଝିରୁ  କାଟି ଦେବେ  ,  ପାଣି  ଡାଳ ଭିତରେ   ପଶିପାରିବ   ଏବଂ  ଫୁଲ  ସତେଜ  ରହିବ ।

-ଫୁଲଦାନିର   ଫୁଲକୁ  ସତେଜ ରଖିବା ପାଇଁ  ଅଳ୍ପ  ଏସ୍‌ପ୍ରିନ୍‌  ପକାଇଲେ  ଡାଳର  କୋଷରେ  ପ୍ରଭାବ  ପଡିବ ।

ଫୁଲଦାନିର  ପାଣିରେ  ଏକ ଚାମଚ   ଚାର୍‌କୋଲ  ଗୁଣ୍ଡ  ଦେଲେ  ଫୁଲର  ଆୟୁ ବଢିବ  ।

 

 

ସମ୍ବନ୍ଧିତ ଖବର