ବଢ଼ୁଛି ଫୁଡ଼ ଟ୍ରକ୍‌ର ଚାହିଦା: ଯୁବ ପିଢ଼ି ଚାକିରି ଛାଡ଼ି କରୁଛନ୍ତି ବ୍ୟବସାୟ

ଲକ୍ଷ୍ନୌ: ସାଧାରଣତଃ ଲୋକେ ରେସ୍ତୋରାଁ କିମ୍ବା ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏବେ ଯୁଗ ବଦଳିବା ସହ ବଦଳିଛି ଖାଇବାର ସ୍ଥାନ । ସହରମାନଙ୍କରେ ଆର୍କଷଣର କେନ୍ଦ୍ର ପାଲିଟିଛି ‘ଫୁଡ଼ ଟ୍ରକ’ ,ଯାହା ଭଲ ଏବଂ ସ୍ୱାଦିଷ୍ଠ ଖାଇବା ଯୋଗାଇବାରେ ସମର୍ଥ ହୋଇପାରିଛି।
ଏଣ୍ଟରପ୍ରିମିୟମ ମ୍ୟଗାଜିନ ଦ୍ୱାରା ପ୍ରକାଶ ପାଇଥିବା ବ୍ୟବସାୟ ତାଲିକାରେ ଫୁଡ଼ ଟ୍ରକ ନିଜକୁ ସାମିଲ କରିପାରିଛି। ଭାରତରେ କିଛି ଯୁବପିଢ଼ି ପ୍ରଫେସନାଲ ପାଠ ପଢ଼ି ମଧ୍ୟ ଚାକିରି ନକରି ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରି ଯୁବପିଢ଼ିଙ୍କ ପାଇଁ ଫୁଡ଼ ଟ୍ରକ ଏକ କମ ଖର୍ଚ୍ଚ ବିଶିଷ୍ଟ ଲାଭଦାୟକ ବ୍ୟବସାୟ ହେବ। ଆଜିକାଲି ଲୋକଙ୍କର ଖାଇବା ଅଭ୍ୟାସ ବଦଳିବା ସହ କମ ସମୟ ମଧ୍ୟରେ ସ୍ୱାସ୍ଥ୍ୟକର ଖାଇବା ଦରକାର କରୁଛନ୍ତି । ଫୁଡ଼ ଟ୍ରକ ହେଉଛି ଏହାର ସଠିକ ସମାଧାନ । ସବୁଠାରୁ ଭଲ କଥା ଏହାର କୌଣସି ନିର୍ଦ୍ଧାରିତ ସ୍ଥାନ ରହିନାହିଁ, ଏହା ଯେକୌଣସି ଜାଗାରେ ମଧ୍ୟ ଖାଇବା ଯୋଗାଇପାରେ। ଲୋକଙ୍କ ଚାହିଦା ଏବଂ ଭିଡ଼ ହିସାବରେ ଏହାର ସ୍ଥାନ ବଦଳି ଥାଏ।

Knocksense

ଲକ୍ଷ୍ନୌର ୨୯ ବର୍ଷ ବୟସର ଆକାଶ କୁମାର ଏମବିଏ ପାଠ ପରେ ପୁଣେଠାରେ ଏକ ମଲ୍ଟିନାସନାଲ କମ୍ପାନିରେ କିଛି ବର୍ଷ ଚାକିରି କରି ପରେ ନିଜେ ବ୍ୟବସାୟ କରିବା ପାଇଁ ସେଠାରୁ ପଳେଇ ଆସିଥିଲେ। କିଛି ମାସ ଘରେ ବସିବା ପରେ ଦିନେ ବଜାରରେ ବୁଲୁ ବୁଲୁ ଗୋଟେ ଫାଷ୍ଟ ଫୁଡ଼ ଦୋକାନ ସମ୍ନାରେ ଲୋକଙ୍କର ଭିଡ଼ ଦେଖି ତାଙ୍କୁ ଫୁଡ଼ ଟ୍ରକ କରିବାର ଆଇଡ଼ିଆ ଆସିଥିଲା। ସେ ଏକ ପୁରୁଣ ଟ୍ରକ କିଣି ପ୍ରାୟ ୨-୩ ଲକ୍ଷ ଟଙ୍କା ଖର୍ଚ୍ଚରେ ତାକୁ ଫୁଡ଼ ଟ୍ରକର ଲୁକ୍‌ ଦେଲେ ଏବଂ ୨ଜଣ ରୋଷେୟାଙ୍କୁ ଠିକ୍‌ କଲେ। ଭଲ ଭିଡ଼ ହେଉଥିବା ସ୍ଥାନ ଲକ୍ଷ୍ନୌର ୧୦୯୦ ହେଲ୍ପଲାଇନ ପାଖରେ ବ୍ୟବସାୟ କରିବା ଆରମ୍ଭ କଲେ। ବର୍ତ୍ତମାନ ଆକାଶ ଭଲ ଲାଭ ହେଉଥିବାର କହିଛନ୍ତି।

Hindustan Times

ଭାରତରେ ଧିରେ ଧିରେ ନିଜର ଲୋକପ୍ରିୟତା ହାସିଲ କରୁଥିବା ଫୁଡ଼ ଟ୍ରକ ବିଦେଶରେ ବହୁ ଆଗରୁ ଆରମ୍ଭ ହୋଇସାରିଛି। ଏବଂ ଏହା ଦ୍ୱାରା ଅନେକ ଧନୀ ଏବଂ ସଫଳ ବ୍ୟବସାୟୀ ମଧ୍ୟ ହୋଇପାରିଛନ୍ତି। ସେହିପରି ‘ମିସ ଚିଜିୟସ୍‌’ ୨୦୧୫ରେ ଏକ ଛୋଟ ଫୁଡ଼ ଟ୍ରକରୁ ଆରମ୍ଭ କରି ଆଜି ୨ଟି ରେସ୍ତୋରାଁ ଓ ବଡ଼ ଫୁଡ଼ ଟ୍ରକର ମାଲିକ ହୋଇପାରିଛନ୍ତି। ଏବଂ ତାଙ୍କ ଫୁଡ଼ ଟ୍ରକ ବର୍ତ୍ତମାନ ଏକ ବ୍ରାଣ୍ଡ ରୂପେ ଜଣାଯାଉଛି।
ଫୁଡ଼ ଟ୍ରକ ବ୍ୟବସାୟରେ କମ ଖର୍ଚ୍ଚ ସହ ଅଧିକ ଲାଭ ରହିଥାଏ। ଏଥିରେ କେବଳ ଗୋଟେ ଟ୍ରକ ଏବଂ ରୋଷେୟା ଦରକାର ପଡ଼ିଥାନ୍ତି। ଏହାକୁ ଆରମ୍ଭ କରିବା ପାଇଁ ସାଧାରଣତଃ କହାର ଅତୁମତି ନେବାକୁ ପଡ଼ି ନଥାଏ। ବହୁ କମ ଜାଗାରେ ବେଳେ ବେଳେ ଗାଡ଼ି ଠିଆ କରିବା ପାଇଁ ଅନୁମତି ନେବାକୁ ପଡ଼ିଥାଏ । ଯଦି ଆପଣ ସ୍ୱାସ୍ଥ୍ୟକର ଓ ସ୍ୱାଦଷ୍ଠ ଖାଇବା ଦେଉଛନ୍ତି ତେବେ ବହୁତ କମ ଦିନରେ ଏହି ଫୁଡ଼ ଟ୍ରକ ବ୍ରାଣ୍ଡରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର