କରୋନା ପ୍ରଭାବ : ସ୍କୁଲ ବନ୍ଦ ହେବା ପରେ ମନରେଗା ସହ ଯୋଡ଼ିହେଲେ ଶିକ୍ଷକ, ଦିନକୁ ମିଳୁଛି ୨୩୫ଟଙ୍କା

ଜୟପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖାଯାଇଥିବା ବେଳେ ସ୍କୁଲ-କଲେଜକୁ ମଧ୍ୟ ବନ୍ଦ ରଖାଯାଇଛି | ଏଭଳି ହେବା ଦ୍ୱାରା ଦରମା ନପାଇ କିଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ଖବର ସାମ୍ନାକୁ ଆସୁଛି | ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦେଖି କରୋନା ପ୍ରଭାବ କେତେ ମାତ୍ରରେ ପଡିଛି ତାହାର ଆକଳନ କରାଯାଇପାରୁଥିବା ବେଳେ ଏବେ ଜଣେ ଶିକ୍ଷକଙ୍କ ସଂଘର୍ଷର କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି | କରୋନା ପାଇଁ ଫେବୃଆରୀ ମାସରୁ ଦରମା ବନ୍ଦ କରିଦିଆଯିବା ସହ ସ୍କୁଲକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା | ମାସକୁ ୧୫,୦୦୦-୨୦,୦୦୦ ଟଙ୍କା ଆୟ କରୁଥିବା ଘରୋଇ ସ୍କୁଲର ଶିକ୍ଷକ ରାମଅବତାର ସିଂ ଦେଓ ଘର ଚଳାଇବା ପାଇଁ ଅନ୍ୟ କିଛି ବାଟ ନପାଇ ଶେଷରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଜଣା ପଡିଛି |

ଲକଡାଉନର ଅବଧି ବଢିବା ସହ ରୋଜଗାର ନଥିବାରୁ ରାମଅବତାର ବାଧ୍ୟ ହୋଇ ଏପ୍ରିଲ ୧୬ରେ ମନରେଗା ଯୋଜନା ସହ ଯୋଡ଼ି ହୋଇଥିଲେ | ମନରେଗା ଯୋଜନାରେ ସେ ଶ୍ରମିକମାନଙ୍କୁ କାମ ଦେବା ପଦରେ ରହିଥିଲେ, ଯାହା ପାଇଁ ତାଙ୍କୁ ଦିନକୁ ୨୩୫ଟଙ୍କା ମିଳୁଥିବା ସେ କହିଛନ୍ତି | ଶିକ୍ଷକ ଭାବେ ମାସକୁ ୧୫,୦୦୦-୨୦,୦୦୦ ଟଙ୍କା ଆୟ କରୁଥିବା ରାମଅବତାର ଏବେ ୭,୦୫୦ ଟଙ୍କା ଆୟ କରୁଛନ୍ତି |

timesofindia

ତାଙ୍କ କହିବା ମୁତାବକ, ଲକଡାଉନ୍ ହେତୁ ଫେବୃଆରୀ ପରେ ଆମକୁ ଦରମା ଦିଆଯାଇନଥିଲା। ଯାହା ପାଇଁ ମୋ ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା | ପରିବହନର କୌଣସି ମାଧ୍ୟମ ନ ଥିବା ସହ ସଂକ୍ରମଣର ଭୟ ଥିବାରୁ ପଢ଼ାଇବା ପାଇଁ ଅନ୍ୟ ସ୍ଥାନକୁ ଯିବା ମଧ୍ୟ ସମ୍ଭବ ନଥିଲା | ଟଙ୍କା ଆୟ କରିବାର ଅନ୍ୟ କିଛି ବାଟ ନଥିବାରୁ ପରିବାର ଚଳାଇବା ପାଇଁ ମୁଁ ମଗନରେଗାରେ କାମ କରିବା ଆରମ୍ଭ କଲି | ପରିବାରରେ ୧୦ଜଣ ସଦସ୍ୟ ଥିବା ବେଳେ ଏବେ ଆୟ କରୁଥିବା ଟଙ୍କା ଘର ଚଳାଇବା ପାଇଁ ଯଥେଷ୍ଟ ନୁହେଁ | କିନ୍ତୁ କିଛି ବାଟ ନଥିବାରୁ ମୋତେ ସ୍ୱଳ୍ପ ଟଙ୍କାରେ ଘର ଚଳାଇବାକୁ ପଡୁଛି |

ରାମଅବତାର ୨୪ବର୍ଷ ହେଲାଣି ଶିକ୍ଷକତା କରିଆସୁଥିବା ବେଳେ ସେ ପିଲାଙ୍କୁ ହିନ୍ଦୀ ପଢ଼ାନ୍ତି ବୋଲି କହିଛନ୍ତି | କେବଳ ସେ ନୁହଁନ୍ତି, ଟଙ୍କା ଭଳି ଅନେକ ଲୋକ ଚାକିରି ହରାଇ ମନରେଗା ସହ ଯୋଡ଼ି ହୋଇଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର