ଆରପାରିରେ ଅଟଳ ବିହାରୀ: ଭାରତରେ ଏମିତି ଏକ ସ୍ଥାନ, ଯେଉଁଠାରେ ରହିଛି ବାଜପେୟୀଙ୍କ ମନ୍ଦିର, ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପୂଜା ପାଉଛନ୍ତି

ନୂଆଦିଲ୍ଲୀ : ଦିଲ୍ଲୀର ସ୍ମୃତିସ୍ଥଳରେ ହଜାର ହଜାର ଲୋକଙ୍କ ସମାଗମରେ ଗତକାଲି ଏହି ମହାନ୍‌ ନେତାଙ୍କୁ ଶେଷ ବିଦାୟ ଦିଆଯାଇଛି। ବାଜପେୟୀଙ୍କ ପୋଷ୍ୟ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ତମାମ ରାଜନୈତିକ ଦଳର ବିଶିଷ୍ଟ ନେତୃବୃନ୍ଦ, ବିଦେଶୀ ପ୍ରତିନିଧି ହାତ ଯୋଡ଼ି ତାଙ୍କୁ ଶେଷ ପ୍ରଣାମ ଜଣାଇଥିଲେ। ସମସ୍ତଙ୍କ ଆଖି ଲୁହରେ ଭରିଯାଇଥିଲାଯ କାହାରି ମୁହଁରେ ଭାଷା ନଥିଲା। ସମସ୍ତଙ୍କ ମନରେ ଯେମିତି ଅବସାଦ ହିଁ କଥା କହୁଥିଲା। ତେବେ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଏହି ମହାନ ଜନନାୟକ ନେତାଙ୍କ ପାଇଁ ନିର୍ମାଣ ହୋଇଛି ମନ୍ଦିର । ଯେଉଁଥିରେ ବାଜପେୟୀଙ୍କ ଫଟୋ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି ।

ଯିଏ ବନ୍ଧୁତ୍ୱକୁ ବାଇବା ପାଇଁ କେବେ ଶତ୍ରୁ ଦେଶକୁ ବସରେ ଯାତ୍ରା କରିଥିଲେ । ତାଙ୍କୁ ଲୋକମାନେ ଆଜି ମନ୍ଦିରରେ ଭଗବାନଙ୍କ ସ୍ଥାନରେ ପୂଜା କରୁଛନ୍ତି । ଗ୍ଵାଲିୟର ହେଉଛି ଏଭଳି ଏକ ସ୍ଥାନ ଯେଉଁଠାରେ ରହିଛି ସ୍ୱର୍ଗତ ବାଜେପେୟୀଙ୍କ ନାମରେ ଅଟଳ ମନ୍ଦିର । ତେବେ ସ୍ୱର୍ଗତ ବାଜପେୟୀଙ୍କ ଜନ୍ମ ସ୍ଥାନ ହେଉଛି ଗ୍ଵାଲିୟର । ଯେଉଁଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍କୁଲ ଜୀବନ କଟିଥିଲା । ନିଜର ପିତାମାତାଙ୍କ ସହିତ ସିନ୍ଧେର ଛାଟନି ଅଂଚଳରେ ବସବାସ କରୁଥିଲେ। ଗ୍ଵାଲିୟରର ଜନତା ନିଜର ପ୍ରିୟନେତା ଅଟଳ ବିହାରୀ ବାଜପେୟୀଙ୍କୁ କେତେ ଶ୍ରଦ୍ଧା ଓ ସ୍ନେହ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଏଠାରେ ଥିବା ଅଟଳ ମନ୍ଦିର। ଯେଉଁଥିରେ ଅଟଳଙ୍କ ଫଟୋକୁ ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି । ସତ୍ୟନାରାୟଣ ଟେକରି ନିକଟରେ ଥିବା ଏହି ମନ୍ଦିରରେ ସକାଳ ଓ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ହୋଇଥାଏ । ଏହା ହେଉଛି ଭାରତର ପ୍ରଥମ ଏମିତି ଏକ ନେତା ଯାହାଙ୍କ ନାମରେ ରହିଛି ଅଟଳ ମନ୍ଦିର । ସମସ୍ତଙ୍କୁ ଛାଡି ପଞ୍ଚଭୂତରେ ବିଲୀନ ହୋଇଥିବା ଅଟଳଙ୍କ ପାଇଁ ଆଗ ଅପେକ୍ଷା ଏବେ ଅଧିକ ଭିଡ ଜମୁଛି ।

 

ସମ୍ବନ୍ଧିତ ଖବର