ଫ୍ରାନ୍ସ ବିଶ୍ୱକପ୍‌ ବିଜୟ ସହିତ ନଓ୍ଵାଜ ସରିଫଙ୍କ ଗିରଫଦାରୀର କାକତାଳିକ ସମ୍ପର୍କ

ଭୁବନେଶ୍ୱର: ବିଶ୍ୱକପ୍‌ ଫୁଟ୍‌ବଲ ଜ୍ୱର ଏବେ ଧୀରେ ଧୀରେ ସମସ୍ତଙ୍କ ଠାରୁ ଓହ୍ଲାଇଯାଇଛି। ୨୦୧୮ ବିଶ୍ୱକପ ପୁଟବଲ୍‌ ର ଫାଇନାଲ ମ୍ୟାଚ୍‌ରେ ଅନୁଭବରେ ଧନୀ ଫ୍ରାନ୍ସ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଇତିହାସରେ ଫାଇନାଲକୁ ଉନ୍ନୀତ ହୋଇଥିବା କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ୨୦ ବର୍ଷ ବ୍ୟବଧାନରେ ପୁଣି ଥରେ ବିଶ୍ୱବିଜେତା ହୋଇଛି। ତେବେ ଫ୍ରାନ୍ସର ବିଶ୍ୱକପ୍‌ ବିଜୟ ସହିତ ପାକିସ୍ତାନ ରାଜନୀତିର ମଧ୍ୟ ଏକ ଘଟଣା ସମାନ ଢ଼ଙ୍ଗରେ ଯୋଡ଼ି ହୋଇ ରହିଛି। ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଗରମ ଥିବା ବେଳେ ନିକଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଦୁର୍ନୀତି ଅଭିଯୋଗର ଗିରଫ ହୋଇ ଜେଲ ଯାଇଛନ୍ତି। ଫ୍ରାନ୍ସର ବିଶ୍ୱକପ୍‌ ଜିତିବା ସହିତ ନଓ୍ଵାଜ ସରିଫଙ୍କ ଗିରଫଦାରିର କୌଣସି ସମ୍ପର୍କ ନାହିଁ। ମାତ୍ର ସମ୍ପର୍କ ହେଉଛି ଦୁଇ ଘଟଣା କାକତାଳିକ ନ୍ୟାୟରେ ବାରମ୍ବାର ଘଟିଥିବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି।


୧୯୯୮ ମସିହାରେ ଫ୍ରାନ୍ସ ପଥମ ଥର ପାଇଁ ବିଶ୍ୱକପ୍‌ ବିଜୟୀ ହୋଇଥିଲା ଫ୍ରାନ୍ସରେ ଖେଳାଯାଇଥିିବା ଏହି ବିଶ୍ୱକପ୍‌ରେ ଆୟୋଜକ ଫ୍ରାନ୍‌ସ ଡିଫେଣ୍ଡିଂ ଚାମ୍ପିୟନ ବ୍ରାଜିଲକୁ ୩-୦ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଏ ତେବେ ଏହି ସମୟରେ ଆରମ୍ଭ ହୋଇଥିବା ପାକିସ୍ତନ ରାଜନୀତିରେ ଏପଟ ସେପଟ। ଫ୍ରାନ୍ସ ଚାମ୍ପିୟନ ହେବା ପର ବର୍ଷ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ସାମରିକ ବିଦ୍ରୋହରେ ପଦଚ୍ୟୁତ କରି ଜେନେରାଲ ପରଭେଜ ମୁଶାରଫ କ୍ଷମତା ଅକ୍ତିଆର କରିବା ସହିତ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଓ ତାଙ୍କ ଭାଇ ସାହାବାଜ ସରିଫଙ୍କୁ ବନ୍ଦୀ କରି ନେଇଥିଲେ।
ଏବେ ୨୦୧୮ ମସିହାରେ ପୁଣି ଥରେ ଫ୍ରାନ୍ସ ରୁଷରେ ଅନୁଷ୍ଠିତ ପୁଟ୍‌ବଲ ବିଶ୍ୱକପ୍‌ରେ ୨୦ ବର୍ଷ ପରେ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଛି। ଗତ ୧୫ ତାରିଖ ଦିନ ଫ୍ରାନ୍ସ ବିଶ୍ୱକପ୍‌ ବିଜୟୀ ହୋଇଥିବା ବେଳେ ୧୪ ତାରିଖରେ ଦୁର୍ନୀତି ଅଭିଯୋଗରେ ୧୦ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ପାଇଥିବା ନଓ୍ଵାଜ ସରିଫ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର