ଫ୍ରେଣ୍ଡସିପ୍‌ ଡେ ସେଲିବ୍ରେଟ୍‌ କରିବେ କିପରି?

ଅଗଷ୍ଟମାସର ପ୍ରଥମ ରବିବାର ଦିନ ପାଳିତ ହୁଏ ଫ୍ରେଣ୍ଡସିପ୍‌ ଡେ (ବନ୍ଧୁତ୍ୱ ଦିବସ)। ଏହି ଦିନ ସାଙ୍ଗମାନେ ପରସ୍ପର ହାତରେ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ୍‌ ବାନ୍ଧିଥାନ୍ତି ।
ଯଦି ଆପଣ ବି ବନ୍ଧୁତ୍ୱ ଦିବସକୁ ଖାସ୍‌ କରିବାକୁ ଚାହୁଁଛନ୍ତି, ତେବେ ନିମ୍ନମତେ ଏହାର ଯୋଜନା କରିପାରନ୍ତି।
-ପ୍ରଥମେ ନିଜର ସାଙ୍ଗମାନଙ୍କ ତାଲିକା ପ୍ରସ୍ତୁତ କରନ୍ତୁ। ତା’ପରେ ସେମାନଙ୍କୁ କେଉଁଠି ବନ୍ଧୁତ୍ୱ ଦିବସ ମନାଇବେ, ସେ ବିଷୟରେ ସୂଚିତ କରନ୍ତୁ। ତା’ପରେ ସେମାନଙ୍କୁ କେଉଁଠି ବନ୍ଧୁତ୍ୱ ଦିବସ ମନାଇବେ, ସେ ବିଷୟରେ ସୂଚିତ କରନ୍ତୁ। କେଉଁ ଧରଣର ପାର୍ଟି ହେବ ତାହା ବି ଜଣାନ୍ତୁ।
-ଯଦି ପିକନିକ୍‌ ଯିବେ, ତେବେ ତାହା ବି ଖୁବ୍‌ ଭଲ। ଏଥିପାଇଁ ଯିବାଆସିବା ବ୍ୟବସ୍ଥା ଓ ଖାଦ୍ୟ ଆୟୋଜନ ମଧ୍ୟ କରିବା ଆବଶ୍ୟକ।
-ଏହି ଦିନ ସାଙ୍ଗମାନଙ୍କ ସହିତ ଆଉଟ୍‌ଡୋର୍‌ ଗେମ୍‌ର ଯୋଜନା ମଧ୍ୟ କରିପାରନ୍ତି।
-ଯଦି ଆପଣ ଜଣେ ସଙ୍ଗୀତ ପ୍ରେମୀ ବା ଶିଳ୍ପୀ, ତେବେ ସାଙ୍ଗମାନଙ୍କ ସହ ଏକ ମ୍ୟୁଜିକ୍‌ ପାର୍ଟିର ଆୟୋଜନ କରିପାରନ୍ତି।
-ଆପଣ ନିଜ ଘରେ ବା ହୋଟେଲ୍‌ରେ ସାଙ୍ଗମାନଙ୍କ ସହିତ କେବଳ ନିଜ ନିଜର ମନକଥା ଓ ଅନୁଭୂତିକୁ ସେଆର୍‌ କରିବାର ଯୋଜନା ବନାଇପାରନ୍ତି।


-ଆପଣ ବନ୍ଧୁତ୍ୱ ଉପରେ ଏକ ପୋଷ୍ଟର ମଧ୍ୟ ପ୍ରସ୍ତୁତ କରିପାରନ୍ତି। ଆପଣ ନିଜର ସାଙ୍ଗମାନଙ୍କର ନାଆଁ ପେଣ୍ଟିଂ କରିପାରନ୍ତି। ଏହା ଦେଖି ସାଙ୍ଗମାନେ ନିଶ୍ଚିତ ଖୁସି ହେବେ।
-ସବୁଠାରୁ ବଡ଼ କଥା ହେଲା ବନ୍ଧୁତ୍ୱ ଦିବସର ପ୍ରତ୍ୟେକ ସ୍ମୃତିକୁ ମନେ ରଖିବା ପାଇଁ ଭଲ କ୍ୟାମେରା ରଖିଥାନ୍ତୁ ପାଖରେ। ଅବଶ୍ୟ ଆଜିକାଲି ମୋବାଇଲ୍‌ ଫୋନର କ୍ୟାମେରାରେ ବି ଫଟୋ ଉଠାଇବାର ବ୍ୟବସ୍ଥା ହୋଇଗଲାଣି।

ସମ୍ବନ୍ଧିତ ଖବର