ମଣିଷ ପରିସ୍ଥିତିର ନୁହେଁ ବରଂ ପରିସ୍ଥିତି ମଣିଷର ଦାସ : ଦାରିଦ୍ର୍ୟର ବୋଝ ମୁଣ୍ଡାଇ ବି ମଦ୍ୟପ ବାପାର ଅସହାୟ ପୁଅ ସାଜିଲେ ଆଇଏଏସ୍‌ ଅଫିସର୍‌

ଚେନ୍ନାଇ: ଷ୍ଟ୍ରିଟ୍‌ଲାଇଟ୍‌ ତଳେ ବସି ପାଠ ପଢ଼ି ଦିନେ ବୈଜ୍ଞାନିକ ପାଲଟିଥିବା ସେହି ସଫଳ ଚରିତ୍ରଙ୍କଠାରୁ ନେଇ ଗାଈ ଜଗୁଆଳ ପିଲା ସ୍କୁଲ୍‌ ଝରକା ଫାଙ୍କରୁ ପାଠ ପଢ଼ି ଦିନେ ଶ୍ରେଣୀର ସମସ୍ତ ପିଲାଙ୍କୁ ପଛରେ ପକାଇଥିବା ଉଦାହାରଣ ଆଜି ବି ଇତିହାସର ସ୍ୱର୍ଣ୍ଣିମ ଲିପିରେ ଚକ୍‌ଚକ ଦିଶେ। ଏବେ ଯାଇନି ସେ ସମୟ। ଅଭାବୀ ପରିବାର ଭିତରେ ଆଜି ବି ଦିଶନ୍ତି ଆଇନ୍‌ଷ୍ଟାଇନ୍‌ଙ୍କ ପରି କିଛି ଉଜ୍ଜ୍ୱଳ ତାରକା। ଏକ ଅଭାବ ପରିବାର, ମଦ୍ୟପ ବାପା, ମୁଣ୍ଡରେ ସାନ ଭାଇଭଉଣୀଙ୍କ ଦାୟିତ୍ୱ ମୁଣ୍ଡେଇବା ଚାପରେ ବି ମରିଯାଇନି ତାଙ୍କ ସ୍ୱପ୍ନ। ଦିନେ ଦ୍ୱାଦଶ ପରୀକ୍ଷା ପରେ ପଢ଼ିବାକୁ ଟଙ୍କା ପାଇନଥିବା ପ୍ରଭାକରନ ଆଜି ଅନେକ ଅଭାବୀ ଛାତ୍ରଙ୍କ ପାଇଁ ଜୀବନ୍ତ ଉଦାହରଣ।

ନିକଟରେ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୧୭ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ସମୁଦାୟ ୯୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୧ ର‍୍ୟାଙ୍କ୍‌ରେ ରହିଛନ୍ତି ପ୍ରଭାକରନ୍‌। ତାଙ୍କୁ ଛାଡ଼ିଲା ପରେ ତାମିଲନାଡୁର ଭି କିର୍ତ୍ତର୍ୀ ଭାସନ ୨୯ , ଏ ମାଧବାଲନ ୭୧ ଏବଂ ଏସ୍‌ ବାଲାଚନ୍ଦେର ୧୨୯ ର‍୍ୟାଙ୍କ୍‌ରେ ରହିଛନ୍ତି। ତାମିଲନାଡୁୁର ତାନଭୁଜ ଜିଲ୍ଳା ଅନ୍ତର୍ଗତ ମେଲାଓତାନକାଣ୍ଡୁ ଗ୍ରାମର ଏକ ଅଭାବୀ ପୁଅ ନିକଟ ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର୍‌ ଭାବେ ନିଯୁକ୍ତ ହେବେ। ୟୁପିଏସ୍‌ସି ପରୀକ୍ଷା ଫଳ ବାହାରିବା ପରେ ଯେତେବେଳ ଏକ ଅଗ୍ରଣୀ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରଭାକରନ୍‌ଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା ସେତେବେଳେ ପ୍ରଭାକରନ ନିଜ ସାଙ୍ଗମାନଙ୍କ ଗହଣରେ ଖୁସି ମନାଇବାରେ ବ୍ୟସ୍ତ ଥିଲେ। ପ୍ରଭାକର ସାମ୍ବାଦିକଙ୍କୁ ସାକ୍ଷାତକାର ସମୟରେ ଭାବପ୍ରବଣ ହୋଇ ନଜର ସଫଳତା ପଛର କଳା ଅତୀତ ବିଷୟରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ। ୨୦୦୪ ମସିହାରେ ଦ୍ୱାଦଶ ପରୀକ୍ଷାରେ ଭଳ ନମ୍ବର ରଖି ଉତ୍ତୀର୍ଣ୍ଣ ହେବ ସତ୍ତ୍ୱେ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ିବା ପାଇଁ କାଉନ୍‌ସେଲିଂ ଖର୍ଚ୍ଚ ବହନ କରିବାକୁ ପରିବାର ଅସମର୍ଥ ଥିବାରୁ ନିଜର ଇଞ୍ଜିନିୟର ହେବାର ସ୍ୱପ୍ନକୁ ମାରି ଦେଇଥିଲେ ଏହି ଦକ୍ଷ ଛାତ୍ର। ଯାହାକି ତାଙ୍କୁ ଭିନ୍ନ ଏକ ପଥ ନିର୍ଦ୍ଧାରଣ କରିବାକୁ ବାଧ୍ୟ କରି ପକାଇଥିଲା। ପ୍ରଭାକର ସାମ୍ବାଦିକଙ୍କୁ ସାକ୍ଷାତକାର ସମୟରେ ଭାବପ୍ରବଣ ହୋଇ ନଜର ସଫଳତା ପଛର କଳା ଅତୀତ ବିଷୟରେ ଯାହା କହିଛନ୍ତି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

‘ମୋ ବାପା ଜଣେ ମଦ୍ୟପ ହୋଇଥିବାରୁ ଘର ସମ୍ଭାଳିବା ଦାୟିତ୍ୱ ମୋ ମାଆ ଭଉଣୀଙ୍କ ଉପରେ ଥିଲା। ସେମାନେ ମୋତେ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ାଇ ଆଉ ପଢ଼ାଇ ପାରିଲେ ନାହିଁ। ସେ ଦୁହେଁ ନଡ଼ିଆ ବିକି ଟଙ୍କା ରୋଜଗାର କରନ୍ତି। ସେ ଚାହୁୀଁଥିଲେ କି ମୁଁ ବି ତାଙ୍କୁ ସେଥିରେ ସାହାଯ୍ୟ କରେ। ମୁଁ କିଛି ଦିନ ପର୍ଯ୍ୟନ୍ତ ଏକ ସମିଲ୍‌ରେ କାର୍ଯ୍ୟ କଲି। ରୋଜଗାର କରୁଥିବା କିଛି ଟଙ୍କା ଘରକୁ ଦେବା ସହ କିଛି ଟଙ୍କା ନିଜ ପାଠପଢ଼ା ପାଇଁ ସଞ୍ଜୟ କରୁଥିଲି। କାହିଁକି ନା, ମୁଁ ମୋ ସ୍ପପ୍ନକୁ ଏପରି ଛାଡ଼ି ଦେବାକୁ ଚାହୁଁନଥିଲି।

୨୦୦୮ ମସିହାରେ ମୋ ସାନ ଭାଇର ଇଞ୍ଜିନିୟରିଂ ପାଠପଢ଼ା ଓ ଭଉଣୀ ବାହାଘର ସରିବା ପରେ ମୁଁ ଏକ ସରକାରୀ ସଂସ୍ଥାରେ ସଭିଲ୍‌ ଇଞ୍ଜିନିୟରିଂ ପଢ଼ିଲି। ଇଂରାଜୀ ମୋର ସେତେ ଭଲ ହେଉନଥିବାରୁ ମୁଁ ତାମିଲ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ପଢ଼ିଲି। ତା’ପରେ ଆଇଆଇଟି ପାଇବା ଆଶାରେ ମୁଁ ଚେନ୍ନାଇ ଆସିଲି। ସପ୍ତାହକୁ ଦିନଟିଏ ପାଇଁ ଏକ ସଂସ୍ଥାକୁ କୋଚିଂ ପାଇଁ ଯାଉଥିଲି। ତା’ପରେ ସେଣ୍ଟ୍‌ ଥେମାସ୍‌ ରେଲ୍‌ଓ୍ଵ ଷ୍ଟେସନ୍‌ ନିକଟରେ ଏକ ଶସ୍ତା ଘର ଭଡ଼ା ନେଲି। ନିଜର ଗୁଜୁରାଣ ମେଣ୍ଟାଇବାକୁ ଏକ ମୋବାଇଲ୍‌ ରିଚାର୍ଜ ଦୋକାନରେ କାମ ମୋତେ କାମ କରିବାକୁ ପଡ଼ିଲା। ୨୦୧୪ ମସିହାରେ ଟପ୍‌ ର‍୍ୟାଙ୍କ୍‌ରେ ରହି ଏମ୍‌.ଟେକ୍‌ ଉତ୍ତୀର୍ଣ୍ଣ ହେଲି। ମୋର ଏମ୍‌ଟେକ୍‌ରେ ୯.୦ ଜିିପିଏ ଥିଲା।’

ଏଥର ପ୍ରଭାକରନ୍‌ ୪ର୍ଥ ଥର ଚେଷ୍ଟା କରି ଉପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନିଜର ଆଦର୍ଶ ଭାବେ ସେ ତାମିଲନାଡୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସଚିବ ଜେ ରାଧାକ୍ରିଷ୍ଣଙ୍କୁ ମାନନ୍ତି। ୨୦୦୪ରେ ସେ ଯେତେବେଳେ ପ୍ରଥମେ ରାଧାକ୍ରିଷ୍ଣନଙ୍କୁ ଦେଖିଥିଲେ ସେତେବେଳେ ତାଙ୍କ ମନରେ ଆଇଏସ୍‌ ହେବାର ଇଚ୍ଛା ବସା ବାନ୍ଧିଥିଲା।

ସମ୍ବନ୍ଧିତ ଖବର