ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମାଟି ହାଣ୍ଡିର ଭବିଷ୍ୟବାଣୀ! ଜାଣନ୍ତୁ କେଉଁଠି ଓ କେମିତି

ମୁମ୍ବାଇ: ଚଳିତବର୍ଷ ଅକ୍ଷୟ ତୃତୀୟା ଅବସରରେ ମହାରାଷ୍ଟ୍ର ବୁଲଦାନା ଜିଲ୍ଲାର ଏକ ଗ୍ରାମରେ ଘଟ ରଚନା କରାଯାଇଥିଲା। ଏପରି ପ୍ରାୟ ପ୍ରତିବର୍ଷ ହୋଇଥାଏ। ଏଥିରେ ଚମତ୍କାରୀ ହାଣ୍ଡି ଜରିଆରେ ଚନ୍ଦ୍ରଭାନ ମହାରାଜଙ୍କର ଉତ୍ତରାଧିକାରୀ ପୂଜାଜୀ ମହାରାଜ ବାଘ ଏବଂ ତାଙ୍କ ସହଯୋଗୀ ସାରଙ୍ଗଘର ପାଟିଲ ମହାରାଜ, ଚାଷୀମାନଙ୍କ ଆଗରେ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ନୋଟବନ୍ଦୀ କାରଣରୁ ଗତବର୍ଷ ଦେଶରେ ଆର୍ଥିକ ସଙ୍କଟ ରହିଥିଲା। ତେବେ ଖୁବ ଶୀଘ୍ର ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ସେ ଆହୁରି ବି କହିଛନ୍ତି କି ଆଗାମୀ ମୃଗ ନକ୍ଷତ୍ରରେ ଜୁନ ମାସରେ ସ୍ୱଳ୍ପ ବର୍ଷା ହେବ। ସେହିପରି ଜୁଲାଇ ମାସରେ ଜୁନ ମାସ ଅପେକ୍ଷା ଅଧିକ ବର୍ଷା ହେବ ଏବଂ ଅଗଷ୍ଟରେ ସାମାନ୍ୟ ବର୍ଷା ହେବ। ତେବେ ସେପ୍ଟେମ୍ବର ସାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଦ୍ୱାରା ଫସଲରେ ଅନେକ କ୍ଷୟକ୍ଷତି ହେବ। ତେବେ ଖରିଫ ରୁତୁରେ ବି ବର୍ଷାର ପରିମାଣ କମ ରହିବ। ହରଡ, ବିରି, ବାଜରା, ଗହମ, ଚଣା ଆଦିର ଫସଲ ସାମାନ୍ୟ ରହିବ। ତେବେ ଗହମ ଫସଲ ରବି ରୁତୁରେ ସାମାନ୍ୟ ରହିବ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ପୂଜାଜୀ ମହାରାଜ, ସାରଙ୍ଗଘର ମହାରାଜ ନିଜ ଅନୁଗାମୀଙ୍କ ସହ ଚନ୍ଦ୍ରଭାନ ମହାରାଜଙ୍କ ଜୟ ଜୟକାର କରି ପୂର୍ବରୁ ର୍ନିଦ୍ଧାରିତ ହୋଇଥିବା କ୍ଷେତକୁ ଯାଇଥାନ୍ତି ଏବଂ ସେଠାରେ ମାଟିର ଗୋଲ ଗୋଲ ପିଣ୍ଡୁଳା ତିଆରି କରି ମଝିରେ ଏକ ଗାତ କରିଥାନ୍ତି। ଏଥିରେ ବର୍ଷାର ଚାରି ମାସର ପ୍ରତୀକ ଅନୁଯାୟୀ ମାଟିର ଚାରୋଟି ଗୋଲା ରଖାଯାଇଥାଏ ଏବଂ ଏହା ଉପରେ ମାଟି ହାଣ୍ଡି ରଖାଯାଏ। ଏହି ହାଣ୍ଡି ଉପରେ ଚାଉଳ, ପାମ୍ପଡ, ପୁରୀ ଆଦି ଅନେକ ଖାଦ୍ୟ ପଦାର୍ଥ ରଖାଯାଇଥାଏ। ଏହା ପରେ ମାଟି ହାଣ୍ଡିରେ ଗୋଲାକାର ପଦ୍ଧତିରେ ୧୮ ପ୍ରକାରର ଅନାଜ ରଖାଯାଇଥାଏ। ଅନାଜ ଏବଂ ଖାଦ୍ୟପଦାର୍ଥର ବ୍ୟବହାର କରି ଏହି ଘଟ ରଚନାରେ ହୋଇଥିବା ପରିବର୍ତ୍ତନର ଆଧାରରେ ପରଦିନ ସକାଳୁ ନିରୀକ୍ଷଣ କରାଯିବା ପରେ ଭବିଷ୍ୟବାଣୀ କରାଯାଇଥାଏ।

ସମ୍ବନ୍ଧିତ ଖବର