ଜାଣନ୍ତି କି ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣୋବ ଜନ ତୋ’ର ଅର୍ଥ କ’ଣ?

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏହି ମହାନ ଆତ୍ମାଙ୍କୁ ୧୨୪ଟି ଦେଶରୁ ସମ୍ମାନ ମିଳିଛି। ‘ମହାତ୍ମା ଗାନ୍ଧୀ ଇଣ୍ଟର୍‌ନେସ୍‌ନାଲ୍‌ ସାନିଟେସନ୍‌ କନ୍‌ଫରେନ୍ସ’ରେ ୧୨୪ ଦେଶର କଳାକାରମାନେ ଅଂଶ ଗ୍ରହଣ କରିବା ସହିତ ପ୍ରାୟ ୪୦ ଜଣ କଣ୍ଠଶିଳ୍ପୀ ଗାଇଥିବା ଏହି ହୃଦୟସ୍ପର୍ଶୀ ଗୀତକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରସିହ୍ନା ମେହେତାଙ୍କ ଗୁଜୁରାଟୀ ଭାଷାରେ ରଚିତ ହିନ୍ଦୁ ଭଜନ ‘ବୈଷ୍ଣବ ଜନ ତୋ’ ହେଉଛି ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଭଜନ। ଏହି ଭଜନକୁ ସେ ନିଜର ଦୈନନ୍ଦିନ ପ୍ରାର୍ଥନାରେ ସାମିଲ୍‌ କରିଥିଲେ। ତେବେ ଚାଲନ୍ତୁ ଜାଣିବା ଏହି ଭଜନର ଅର୍ଥ କ’ଣ।

ବୈଷ୍ଣୋବ ଜନ ତୋ କେନେ କହିୟେ ଯୋ ପିଡା ପରାଇ ଜାନ ରେ, ପର ଦୁଃଖେ ଉପକାରର କରେ ତୋ ଏ ମାନ ଅଭିମାନ ନା ଆନେ ରେ।

ଯାହାଙ୍କୁ ପର ଦୁଃଖ ଅନୁଭବ ହେଉଛି ତାଙ୍କୁ ବୈଷ୍ଣବ ବୋଲି ଡାକ, ପର ଦୁଃଖରେ ଯିଏ ସାହାଯ୍ୟ କରି ବି ମନରେ ଅଭିମାନ ଆଣୁନାହିଁ।

ସକଳ ଲୋକ ମମ ସହୁନେ ବନ୍ଦେ, ନିନ୍ଦା ନା କରେ କେହିରେ, ଭାକ କାଚ ମନ ନିଶ୍ଚଳ ରଖେ, ଧନ ଧନ ଜନନୀ ତେନି ରେ।

ସବୁ ଲୋକଙ୍କୁ ସେ ସମ୍ମାନ ଦିଏ, କାହାକୁ ବି ଅସମ୍ମାନ କରେ ନାହିଁ, ନିଜର ଶବ୍ଦ, କାର୍ଯ୍ୟ ଓ ଆଚରଣରେ ସ୍ୱଚ୍ଛତା ରଖେ, ସେହି ଆତ୍ମାର ମାଲିକ ଧନ୍ୟ ଅଟେ।

ଶମ ଦୃଷ୍ଟି ନେ ତ୍ରିଷ୍ଣା ତ୍ୟାଗି, ପର ସ୍ତ୍ରୀ ଜେନେ ମାତାରେ, ଜିଭା ଥାକି ଅସତ୍ୟ ନା ବୋଲେ, ପର ଧନ ନଭ ଜଲେ ହାତରେ।

ସମସ୍ତଙ୍କୁ ଯେ ସମାନ ଭାବରେ ଦେଖେ, ପର ସ୍ତ୍ରୀକୁ ଯିଏ ନିଜ ମାଆ ପରି ଦେଖେ, ଯାହାର ଜିଭ କେବେ ମିଥ୍ୟା କହେ ନାହିଁ, ଯାହାର ହାତ ଅନ୍ୟର ଧନକୁ ସ୍ପର୍ଶ କରେ ନାହିଁ।

ମୋହ ମାୟା ବ୍ୟାପେ ନେହି ଜେନେ, ଦୃଢ଼ ବୈରାଗ୍ୟ ଜେନା ମନମାମ ରେ, ରାମ-ନାମ ସୁ ତାଲିରେ ଲାଗି, ସକଳ ତୀର୍ଥ ତେନା ତନମମ ରେ।

ମୋହ ମାୟା ବ୍ୟାପେ ନାହିଁ ଯାହା ଭିତରେ, ଯାହାର ମନ ଦୃଢ଼ ବୈରାଗ୍ୟରେ ଭରା, ରାମନାମ ଜପୁଥିବା ସେହି ଲୋକକୁ ସବୁ ତୀର୍ଥରେ ଖୋଜା ପଡୁଥିବ।

ବଣ ଲୋଭି ନେ କପଟ-ରହିତ ଛେ, କାମ କ୍ରୋଧ ନିର୍ବାୟାରେ, ଭାଣେ ନରସାଇୟୋ ତେନୁ ଦର୍ଶନ କରତମ, କୁଲା ଏକୋତେରା ତାର‍୍ୟ ରେ।

ଯିଏ ଛଳ ଓ ଲୋଭ ତ୍ୟାଗ କରେ, ଯିଏ ବାସନା ଓ କ୍ରୋଧରୁ ଦୂରେଇ ରହେ, ନଋଷୀ କହନ୍ତି ତୋର ଦର୍ଶନ କରି, ପୂରା ବଂଶ ମୋର ଧନ୍ୟ।

ସମ୍ବନ୍ଧିତ ଖବର