ଆପଣଙ୍କ ଘରେ ତ ଗଙ୍ଗାଜଳ ନିଶ୍ଚୟ ଥିବ? ଏସବୁ ନିୟମ ଅବଶ୍ୟ ମାନନ୍ତୁ

ହିନ୍ଦୁମାନଙ୍କ ପାଇଁ ଗଙ୍ଗା କେବଳ ନଦୀ ନୁହେଁ, ମାଆ। ଗଙ୍ଗା ନଦୀକୁ ହିନ୍ଦୁଧର୍ମୀମାନେ ଦେବୀ ଭାବେ ପୂଜା କରନ୍ତି। ପ୍ରାୟ ସଭିଁଙ୍କ ଘରେ ଏହି ପବିତ୍ର ନଦୀର ଜଳ ନିଶ୍ଚୟ ରହିଥାଏ। କୌଣସି ବି ଅଛୁଆଁ ସ୍ଥାନ, ଜିନିଷକୁ ପବିତ୍ର କରିବାକୁ ଗଙ୍ଗାଜଳ ଛିଞ୍ଚା ଯାଇଥାଏ। ମାତ୍ର ମନେ ରଖନ୍ତୁ ଯଦି ଘରେ ଗଙ୍ଗାଜଳ ରଖୁଛନ୍ତି ତେବେ କେତୋଟି ନିୟମ ନିଶ୍ଚୟ ପାଳନ କରନ୍ତୁ। ନଚେତ ପାପ ଲାଗିଥାଏ ବୋଲି ବିଶ୍ବାସ

ମନେ ରଖନ୍ତୁ ଗଙ୍ଗାଜଳକୁ କେବେ ବି ପ୍ଲାଷ୍ଟିକ ବୋତଲରେ ରଖିବେ ନାହିଁ। ପ୍ଲାଷ୍ଟିକ୍‌ ବୋତଲରେ ରଖିଲେ ଗଙ୍ଗାର ପବିତ୍ରତା ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି। କାଚ ବୋତଲରେ ରଖିବା ଉତ୍ତମ ହୋଇଥାଏ। ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ବି ପ୍ଲାଷ୍ଟିକ୍‌କୁ ଜଳ ପ୍ରଦୂଷଣର ଏକ କାରଣ ବୋଲି ମନାଯାଏ।

ଘରର ଯେକୌଣସି ସ୍ଥାନରେ ଚାହିଁଲେ ଗଙ୍ଗାଜଳ ରଖନ୍ତୁ ନାହିଁ। ଗଙ୍ଗାଜଳକୁ ସବୁବେଳେ ଠାକୁର ଘରେ ରଖନ୍ତୁ। ଅଗାଧୁଆ ଏହାକୁ ଛୁଇଁବା ଦ୍ୱାରା ଏହା ଛୁଆଁ ହୋଇଥାଏ।

ଆପଣ ଚାହିଁଲେ ଠାକୁର ଘର ବ୍ୟତୀତ ଅନ୍ୟ ଘରେ ବି ରଖିପାରନ୍ତି। ମାତ୍ର ଧ୍ୟାନ ରଖିବେ ସେ ସ୍ଥାନକୁ ଯେପରି ଆମୀଷ ନଯାଏ।

ଗଙ୍ଗାଜଳ ବ୍ୟବହାର କରିବାର ଏକ ମାତ୍ରା ରହିଛି। ଏହାକୁ ଦେବୀଙ୍କ ବକ୍ଷରୁ ଝରୁଥିବା ଅମୃତ ବୋଲି ବିଶ୍ୱାସ କରାଯାଏ। ଏହାର ବହୁଳ ବ୍ୟବହାର କରି ଏହାକୁ ଶସ୍ତା କରନ୍ତୁ ନାହିଁ। ଗଙ୍ଗାଜଳ ଠୋପାଏ ବି ମହତ୍ୱପୂର୍ଣ୍ଣ ହୋଇଥାଏ।

ସମ୍ବନ୍ଧିତ ଖବର