ଗଙ୍ଗନଗର ଏବେ ମେଡିକାଲ ନଗର, କିଛି ମିଳୁ ନମିଳୁ ଔଷଧ ମିଳିବ

ରାଜଧାନୀର ଅନ୍ୟ ଅଞ୍ଚଳ ଯେପରି ନିଜର ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି ସେହି ତାଲିକାରେ ରହିଛି ଗଙ୍ଗନଗର ଛକ। କ୍ୟାପିଟାଲ ହସ୍ପିଟାଲ ପଛପଟେ ଥିବା ଏହି ଅଞ୍ଚଳ କେବଳ ପାଥୋଲାବ୍ ଓ ଔଷଧ ଦୋକାନରେ ଭରି ରହିଛି। ଏମିତିକି ଏଠାରେ ଆପଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଟିଏ କିଣିବା ପାଇଁ ଅଧ କିଲୋମି‌ଟର ଚାଲିବାକୁ ପଡ଼ିପାରେ। କିନ୍ତୁ କେଉଁ ଦୋକାନରୁ ‌ଔଷଧ କିଣିବେ ସେନେଇ ଆପଣ ଦ୍ବନ୍ଦ୍ବରେ ପଡ଼ିଯିବେ। ଏଠାରେ କିଛି ମିଳୁ ନମିଳୁ ସବୁ ପ୍ରକାରର ଔଷଧ କିନ୍ତୁ ମିଳିବ। ଗତ ୫୦ବର୍ଷ ଭିତରେ ଏହି ଅଞ୍ଚଳଟି ଏକ ମେଡିକାଲ ନଗର ପାଲଟିଯାଇଛି।

କ୍ୟାପିଟାଲ ହସ୍ପିଟାଲ ପ୍ରତିଷ୍ଠା ହେବା ପରେ ଗଙ୍ଗନଗର ଅଞ୍ଚଳରେ ରୋଗୀଙ୍କ ବିଭିନ୍ନ ପରୀକ୍ଷା ପାଇଁ ପାଥୋଲାବ୍ ଖୋଲିବା ଆରମ୍ଭ କରିଥିଲା। ଏହା ସହିତ ତାଳ ଦେଇ ଔଷଧ ଦୋକାନ ମଧ୍ୟ ଖୋଲିଥିଲା। ଏବେ ଗଙ୍ଗନଗର ଛକରେ ପ୍ରାୟ ୪୦ରୁ ଅଧିକ ଔଷଧ ଦୋକାନ ଓ ଡାଏଗ୍ନୋଷ୍ଟିକ୍ ସେଣ୍ଟର ଚାଲୁଛି। ରାଜଧାନୀର ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ‌ଔଷଧ ଦୋକାନ ଓ ଡାଏଗ୍ନୋଷ୍ଟିକ ସେଣ୍ଟର ଆପଣଙ୍କୁ ଅନ୍ୟ ସ୍ଥାନରେ ଦେଖିବାକୁ ମିଳିବନି। ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ ଅଧୀନରେ ଅନୁବନ୍ଧିତ ଔଷଧ ଦୋକାନଗୁଡ଼ିକ ରାଜ୍ୟ ସରକାରଙ୍କ ମାଗଣା ଔଷଧ ଯୋଜନା ‘ନିରାମୟ’ ଆରମ୍ଭ ହେବା ପରେ ଯଦିଓ କିଛିଟା କ୍ଷତି ସହୁଛନ୍ତି, କିନ୍ତୁ ବନ୍ଦ ହୋଇନାହିଁ। ଗୋଟିଏ ଗୋଟିଏ ଔଷଧ ଦୋକାନ ୨୦ବର୍ଷରୁ ଅଧିକ ପୁରୁଣା ଥିବା ଜଣାପଡ଼ିଛି। ସେମାନଙ୍କ ବାପା ଏହି ଦୋକାନ କରିଥିବା ବେଳେ ଏବେ ପୁଅମାନେ ସମ୍ଭାଳୁଛନ୍ତି। ସ୍ଥାନ ଅଭାବରୁ କିଛି ଦୋକାନ ହସ୍ପିଟାଲର ପଛପଟେ ବ୍ୟବସାୟ କରୁଛନ୍ତି।

ସମ୍ବନ୍ଧିତ ଖବର