ଗରୁଡ ପୁରାଣର ବିଶ୍ୱାସ: ମୃତ୍ୟୁପରେ ୨୪ ଘଣ୍ଟାପାଇଁ ଯମଲୋକକୁ ଯାଇଥିବା ଆତ୍ମାର କ’ଣ ହୁଏ ?

ହିନ୍ଦୁମାନଙ୍କର ଅଠରଟି ପୁରାଣ ରହିଛି। ଏଥିମଧ୍ୟରୁ ମହାପୁରାଣ ହେଉଛି ଗରୁଡ ପୁରାଣ। ଏହାକୁ ବୈଷ୍ଣବ ପୁରାଣ ବୋଲି ମଧ୍ୟ କୁହାଯାଏ। ଏହି ପୁରାଣରେ ଭଗବାନ ବିଷ୍ଣୁଙ୍କ ଚବିଶିଟି ଅବତାର ସଂପର୍କରେ ବର୍ଣ୍ଣିତ ହୋଇଛି।
ଗରୁଡ ପୁରାଣରେ ମୃତ୍ୟୁପରେ ଆତ୍ମାର କ’ଣ ଘଟିଥାଏ, ତାର ମଧ୍ୟ ବ୍ୟାଖ୍ୟା ରହିଛି। ଏହା ଅନୁଯାୟୀ ଯେତେବେଳେ ଆତ୍ମା ଶରୀର ତ୍ୟାଗ କରିଥାଏ, ସେତେବେଳେ ଦୁଇ ଯମଦୂତ ଆତ୍ମାକୁ ନେବା ପାଇଁ ଉପସ୍ଥିତ ହୋଇଥାଆନ୍ତି।
ମନୁଷ୍ୟ ନିଜ ଜୀବନରେ ଯେଉଁଭଳି କର୍ମ କରିଥାଏ, ତାକୁ ଦୃଷ୍ଟିରେ ରଖି ଯମଦୂତ ନିଜ ସହିତ ମନୁଷ୍ୟକୁ ସାଙ୍ଗରେ ନେଇଯାଆନ୍ତି। ଯଦି ମୃତ୍ୟୁପ୍ରାପ୍ତ ବ୍ୟକ୍ତିଟି ସଜ୍ଜନ ବା ପୁଣ୍ୟାତ୍ମା, ତେବେ ପ୍ରାଣବାୟୁ ଉଡ଼ିବା ବେଳେ ତାକୁ କୌଣସି କଷ୍ଟ ଅନୁଭୂତ ହୋଇନଥାଏ। କିନ୍ତୁ ଦୁରାଚାରୀ ବା ପାପୀକୁ ପୀଡ଼ା ସହିବାକୁ ପଡ଼ିଥାଏ।
ଗରୁଡ଼ ପୁରାଣରେ ଏହା ମଧ୍ୟ ଉଲ୍ଲେଖ ରହିଛିି ଯେ ମୃତ୍ୟୁ ପରେ ଆତ୍ମାକୁ ଯମଦୂତ କେବଳ ୨୪ ଘଣ୍ଟା ପାଇଁ ହିଁ ଯମାଳୟକୁ ନେଇଥାଆନ୍ତି। ସେହି ୨୪ ଘଣ୍ଟା ଭିତରେ ଆତ୍ମାର ଅନୁସନ୍ଧାନ କରାଯାଏ। ସେଥିରୁ ଜଣାଯାଏ ଯେ ମୃତ ବ୍ୟକ୍ତିଟି କେତେ ପାପ ଓ ପୁଣ୍ୟ କରିଛି ତା’ର ଜୀବନ କାଳ ଭିତରେ।


ଏହାପରେ ଆତ୍ମାକୁ ପୁଣି ସେହି ଘରେ ଛାଡ଼ି ଦିଆଯାଏ, ଯେଉଁଠାରେ ସେ ଶରୀରକୁ ତ୍ୟାଗ କରିଥିଲେ। ଏହାପରେ ୧୩ ଦିନ ଯାଏଁ ଆତ୍ମା ଶୁଦ୍ଧ କ୍ରିୟା ନ ସରିବା ଯାଏଁ ରହିଥାଏ। ତେର ଦିନ ପରେ ଆତ୍ମା ପୁଣି ଯମଲୋକକୁ ଯାତ୍ରା କରିଥାଏ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର