ଏବେ ଦଶମ ପାସ୍ ମଧ୍ୟ ଖୋଲିପାରିବେ ଗ୍ୟାସ୍ ଏଜେନ୍ସି !

ଯଦି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଗ୍ୟାସ୍ ଏଜେନ୍ସି ଖୋଲିବା ଏକ ସଫଳତା ପୂର୍ବକ ବ୍ୟବସାୟ ହୋଇପାରିବ । ତୈଳ କମ୍ପାନୀ ନିଜ ବ୍ୟବସାୟ ବଢାଇବାକୁ ଚେଷ୍ଟା କରୁଛନ୍ତି ଏଭଳି ସ୍ଥିତିରେ ଆପଣ ଯଦି ଗ୍ୟାସ୍ ଏଜେନ୍ସି ଖୋଲିବା ପାଇଁ ଚିନ୍ତା କରନ୍ତି ତେବେ ଏହା ଆପଣଙ୍କ ପାଇଁ ରୋଜଗାର ଉକୃଷ୍ଟ ମାଧ୍ୟମ ହୋଇପାରିବ । କମ୍ପାନୀର ଲକ୍ଷ୍ୟ ୨୦୧୯ ବେଳକୁ ୫୦୦୦ ଡିଷ୍ଟ୍ରିବ୍ୟଟର୍ ପ୍ରସ୍ତୁତ କରିବା । ଏମିତିରେ ଆପଣଙ୍କୁ ନିୟମିତ ଟଙ୍କା କମାଇବାର ସୁଯୋଗ ମିଳୁଛି । ସୁତ୍ର ଅନୁସାରେ ସରକାର ଏବେ ୨୦୦୦ ଟି ଲାଇସେନ୍ସ ପ୍ରେରିତ କରିଛନ୍ତି । ଅର୍ଥାତ୍ ଏବେ ମଧ୍ୟ ୩୪୦୦ ଟି ଲାଇସେନ୍ସ ଆସିବା ବାକି ଅଛି । ତେବେ ଆପଣ ଯଦି ଏହି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ତେବେ ଏହି ରିପୋର୍ଟ ଉପରେ ଥରେ ନଜର ପକାନ୍ତୁ । ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଏହାର ଅଧିକ ମଉକା ଉତ୍ତରପ୍ରଦେଶ,ବିହାର,ଓଡିଶା,ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ମିଳୁଛି ।

କିଭଳି ମିଳିବ ଏଜେନ୍ସି : ଦେଶର ତିନି ସରକାରୀ କମ୍ପାନୀ ଇଣ୍ଡେନ୍ ,ଏଚ୍.ପି ଗ୍ୟାସ୍ ଏବଂ ଭାରତ ଗ୍ୟାସ୍ ଡିଲର୍ କରିବା ପାଇଁ ନୋଟିଫିକେସନ୍ ଏବଂ ବିଜ୍ଞାପନ ମାଧ୍ୟମରେ ଆବେଦନ ମାଗୁଛନ୍ତି । ୨୦୧୯ ମସିହା ବେଳକୁ ୫୦୦୦ ଡିଷ୍ଟ୍ରିବ୍ୟଟର୍ ଙ୍କ ଆବଶ୍ୟକତା ରହିଛି ତେଣୁ ଆପଣ ଏଥିପାଇଁ ଏଜେନ୍ସିର ବିଜ୍ଞାପନ ଦେଖି ଆବେଦନ କରିବାକୁ ପଡିବ ।

ଲଟେରୀରେ ମିଳିବ ଡିଷ୍ଟ୍ରିବ୍ୟୁସନ୍ : ଆବେଦନ ପୁରା ହେବା ପରେ ଲଟେରୀ ସିଷ୍ଟମ୍ ମାଧ୍ୟମରେ ଡିଷ୍ଟ୍ରିବ୍ୟଟର୍ ଚୟନ କରାଯିବ । ପ୍ରକ୍ରିୟାକୁ ଟ୍ରାନ୍ସପେରେଣ୍ଟକରିବା ପାଇଁ ଏହିଭଳି ଉପାୟ ଆପଣା ଯାଇଛି । ଲଟେରୀରେ ଯେଉଁ ଲୋକଙ୍କ ନାଁ ଆଗକୁ ଆସିବ ତାଙ୍କୁ ଦ୍ୱିତୀୟ ପ୍ରକ୍ରିୟା ପାଇଁ ଡକାଯିବ ।

୬୦ ବର୍ଷ ଲୋକ ମଧ୍ୟ ଏଜେନ୍ସି ନେଇପାରିବେ : ଅଏଲ୍ କମ୍ପାନୀଙ୍କ ଦ୍ୱାରା ଜାରୀ ହୋଇଥିବା ଗାଇଡଲାଇନରେ ୬୦ ବର୍ଷ ପର‌୍ୟ୍ୟନ୍ତ ଲୋକ ମଧ୍ୟ ଏହି ଏଜେନ୍ସି ନେଇପାରିବେ । ପ୍ରଥମେ ୨୧ ରୁ ୪୫ ବର୍ଷ ମଧ୍ୟରେ ଡିଷ୍ଟ୍ରିବ୍ୟୁଟରସିପ୍ ଦିଆଯାଉଥିବା ବେଳେ ଏବେ ଏହାର ବୟସ ସୀମାକୁ ବଢାଇ ଦିଆଯାଇଛି ।

ପରିବାର ଲୋକ ମଧ୍ୟ ୟୁନିଟ୍ କରିପାରିବେ : ପ୍ରଥମେ କେବଳ ସ୍ୱାମୀ-ସ୍ତ୍ରୀ ଏବଂ ଅବିବାହିତ ସନ୍ତାନ ଏହି ଲିଷ୍ଟରେ ଥିବା ବେଳେ ଏବେ ଘରର ପ୍ରତିଟି ସଦସ୍ୟ ଏମିତି କି ସାବତ ଭାଇ-ଭଉଣୀ ,ମା ମଧ୍ୟ ଏଥିରେ ସାମିଲ୍ ହୋଇପାରିବେ ।

ଦଶମ ପାସ୍‌ଙ୍କୁ ବି ମିଳିବ ଡିଲରସିପ୍ : ଏଜେନ୍ସି ଖୋଲିବା ପାଇଁ ପ୍ରଥମେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଲସନ୍ ଥିଲା କିନ୍ତୁ ବର୍ତ୍ତମାନ ୧୦ ମ ପାସ୍ ମଧ୍ୟ ଗ୍ୟାସ୍ ଏଜେନ୍ସି ଖୋଲିପାରିବେ ।

ସମ୍ବନ୍ଧିତ ଖବର