ଗୌତମ ଗମ୍ଭୀରଙ୍କ ନିଆରା ରକ୍ଷାବନ୍ଧନ: କିନ୍ନରଙ୍କୁ ଭଉଣୀ କରି ଦେଶବାସୀଙ୍କୁ ଦେଲେ ଏମିତି ବାର୍ତ୍ତା

ନୂଆଦିଲ୍ଲୀ: ସମଗ୍ର ଦେଶରେ ରବିବାର ଭାଇ ଭଉଣୀଙ୍କ ପବିତ୍ର ପର୍ବ ‘ରକ୍ଷାବନ୍ଧନ’ ହର୍ଷୋଲ୍ଲାସର ସହିତ ପାଳନ ହୋଇଛି। ଭାଇ-ଭଉଣୀମାନେ ନିଜସ୍ୱ ଶୈଳୀରେ ରକ୍ଷାବନ୍ଧନ ପାଳନ କରିଥିବା ବେଳେ ଭାରତୀୟ ଦଳରୁ ଦୀର୍ଘ ଦିନ ଧରି ବାଦ୍‌ ପଡ଼ିଥିବା କ୍ରିକେଟର ଗୌତମ ଗମ୍ଭୀର ଅଭିନବ ଶୈଳୀରେ ରକ୍ଷାବନ୍ଧନ ପାଳନ କରିଛନ୍ତି।

ଗୌତମ ଗମ୍ଭୀର କିନ୍ନରଙ୍କ ହାତରୁ ରାକ୍ଷୀ ବାନ୍ଧିବା ସହ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଅବୀନା ଅହର ଓ ସିମରନ ଶେଖ ନାମରେ କିନ୍ନରମାନେ ଗମ୍ଭୀରଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଗମ୍ଭୀର ରକ୍ଷାବନ୍ଧନ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହିତ ଗମ୍ଭୀର କିଛି ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଏହା କୌଣସି ପୁରୁଷ କିମ୍ବା ମହିଳାଙ୍କ କଥା ନୁହେଁ ବରଂ ଏହା ହେଉଛି ମାନବିକତାର ବେଦନା। କିନ୍ନର ଅବୀନା ଓ ସିମରନ ବାନ୍ଧିଥିବା ରାକ୍ଷୀ ମୋ ହାତରେ ଶୋଭା ପାଉଛି। ଯାହାକୁ ନେଇ ମୁଁ ଗର୍ବିତ। ମୁଁ ତ ଏହାକୁ ସ୍ୱୀକାର କରୁଛି। ଏପରି କିନ୍ନର ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ମୁଁ ବହୁତ ଖୁସି ଅନୁଭବ କରୁଛି।

ସମ୍ବନ୍ଧିତ ଖବର