ଗାୟତ୍ରୀ ମନ୍ତ୍ର ବିଶ୍ୱର ସବୁଠୁ ଶକ୍ତିଶାଳୀ ମନ୍ତ୍ର, ଜାଣନ୍ତୁ କାହିଁକି

ବିଶ୍ୱର ସବୁ ପ୍ରାନ୍ତରୁ ମନ୍ତ୍ର, ସ୍ତ୍ରୋତ୍ର ଏବଂ ସ୍ତବ ସଂଗ୍ରହ କରି ଫିଜିଓଲୋଜି ଲାବରେଟାରିରେ ସେ ସବୁର ସାମର୍ଥ୍ୟ ପରୀକ୍ଷା କରିଛନ୍ତି ଆମେରିକୀୟ ବିଜ୍ଞାନୀ ଡକ୍ଟର୍‌ ହାଓ୍ଵାର୍ଡ ଷ୍ଟିଙ୍ଗର୍‌ଲି। ସେ ସବୁର ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଲା ଗାୟତ୍ରୀ ମନ୍ତ୍ର ହିଁ ସବୁଠୁ ଶକ୍ତିଶାଳୀ।

ଗାୟତ୍ରୀ ମନ୍ତ୍ର ପ୍ରତି ସେକେଣ୍ଡ୍‌ରେ ୧୧୦, ୦୦୦ ଥର ଧ୍ୱନି ତରଙ୍ଗ ସୃଷ୍ଟି କରେ। ଏହି ଧ୍ୱନି ତରଙ୍ଗ ସର୍ବାଧିକ ଏବଂ ବିଶ୍ୱର ସବୁ ମନ୍ତ୍ର ମଧ୍ୟରେ ଗାୟତ୍ରୀ ମନ୍ତ୍ର ସବୁଠୁ ଶକ୍ତିଶାଳୀ। ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍‌ସିରେ ଧ୍ୱନି ବା ଧ୍ୱନି ତରଙ୍ଗକୁ ମିଶାଯାଇ କେତେକ ଅଧ୍ୟାତ୍ମିକ ଶକ୍ତି ବିକଶିତ କରାଯାଇ ପାରେ।

ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ଗାୟତ୍ରୀ ମନ୍ତ୍ର ଈପ୍‌ଷୀତ ଫଳ ଦେବା ଉପରେ ହାମ୍‌ବର୍ଗ ବିଶ୍ୱବିଦ୍ୟାଳୟ ଗବେଷଣା ଆରମ୍ଭ କରିଛନ୍ତି।
ଗତ ଦୁଇ ବର୍ଷ ତଳୁ ଦକ୍ଷିଣ ଆମେରିକା ଅନ୍ତର୍ଗତ ରେଡିଓ ପାରାମାରିବୋ ସନ୍ଧ୍ୟା ୭ଟାରୁ ଦୈନିକ ୧୫ ମିନିଟ୍‌ ଧରି ଗାୟତ୍ରୀ ମନ୍ତ୍ର ପ୍ରସାରଣ କରୁଛି। ଗତ ଛଅ ମାସ ହେବ ହଲାଣ୍ଡ୍‌ର ଆମ୍‌ଷ୍ଟର୍‌ଡାମ୍‌ ରେଡିଓ ମଧ୍ୟ ଦୈନିକ ୧୫ ମିନିଟ୍‌ ଗାୟତ୍ରୀ ମନ୍ତ୍ର ପ୍ରସାରଣ କରୁଛି।

ଗାୟତ୍ରୀ ମନ୍ତ୍ର ଶ୍ରବଣ କରିବା ଦ୍ୱାରା ମସ୍ତିଷ୍କରେ ଥିବା କୋଟି କୋଟି ସଂଖ୍ୟକ ନ୍ୟୁରୋନ୍‌ ଜାଗ୍ରତ ହୋଇ ଉଠେ। ଏହାର ମାତ୍ର ୪% ସାଧାରଣ ଲୋକଙ୍କ ମସ୍ତିଷ୍କରେ ଜାଗ୍ରତ ଥାଏ। ଏମିତି ହେଲେ ସାଧାରଣ ମାନବ ମହାମାନବ ପାଲଟି ଯାଏ।

Image Courtesy of The Speaking Tree

ଧ୍ୱନି ଓ ବସ୍ତୁ ଭଳି ଜାଗତିକ ଏବଂ ପ୍ରାକୃତିକ ନିୟମ ଆଧାରିତ ହୋଇ ଥିବାରୁ ଗାୟତ୍ରୀ ମନ୍ତ୍ର ବିଜ୍ଞାନ ସମ୍ମତ। ବହୁ ସଂଖ୍ୟକ ଲୋକ ଏକାବେଳେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କଲେ ଶକ୍ତିଶାଳୀ ଧ୍ୱନି ତରଙ୍ଗ ଉତ୍ପନ ହୋଇଥାଏ। ଏହି ତରଙ୍ଗ ସମସ୍ତ ଲୋକଙ୍କୁ ପ୍ରଭାବିତ କରୁ ତୁରନ୍ତ ଫଳ ପ୍ରାପ୍ତ କରାଇ ଥାଏ। ସମଗ୍ର ବିଶ୍ୱ ଚତୁପାର୍ଶ୍ୱରେ ଏହା ଏକ ପ୍ରଭା ସୃଷ୍ଟି କରି ଯେ କୌଣସି ମନ୍ଦ ଶକ୍ତିକୁ ନିଷ୍ପ୍ରଭ କରି ଦିଏ। ଫଳରେ ବିଶ୍ୱରେ ଶାନ୍ତି, ପ୍ରେମ, ଐକ୍ୟ, ମାନ ଏବଂ ଭ୍ରାତୃଭାବ ଦୃଢ଼ କରି ଥାଏ।

ସମ୍ବନ୍ଧିତ ଖବର