ସ୍କୁଲର ସିସିଟିଭିରେ ଧରା ପଡ଼ିଲା ରହସ୍ୟମୟ ଛାୟାମୂର୍ତ୍ତି!

ସ୍କୁଲ କର୍ତ୍ତୃପକ୍ଷ କହିଲେ; ହୋଇ ଥାଇପାରେ କୌଣସି ଅତୃପ୍ତ ଆତ୍ମା

ଆୟାରଲ୍ୟାଣ୍ଡ: ଆୟାରଲ୍ୟାଣ୍ଡର ସିବିଏସ୍‌ କର୍କ ଠାରେ ଥିବା ଏକ ସେକେଣ୍ଡାରି ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରୁ ମିଳିଥିବା ଫୁଟେଜକୁ ନେଇ ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମିଳିଥିବା ସିସିଟିଭି ଫୁଟେଜ୍‌ରେ, ସଂପୃକ୍ତ ସେକେଣ୍ଡାରି ସ୍କୁଲ ମଧ୍ୟରେ ବିଳମ୍ବିତ ରାତ୍ରରେ ଏକ ଭୂତ (ଛାୟାମୂର୍ତ୍ତି) ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି।

ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବା କାଳରେ ଦେଖିବାକୁ ମିଳିଛି ଯେ ସଫେଦ୍‌ ବସ୍ତ୍ରରେ ଆଚ୍ଛାଦିତ ଏକ ଲମ୍ବା ତଥା ଦୀର୍ଘକାୟ ଛାୟାମୂର୍ତ୍ତି ବିଳମ୍ବିତ ରାତ୍ରରେ ଲକର ଥିବା ଆଲମିରା ପାଖକୁ ଯାଇଥିଲା। ସେ ସେଠାରେ ପହଞ୍ଚିବା ପରେ ଆଲମିରାଟି ମନକୁ ମନ ଦୋହଲିବାକୁ ଲାଗିଥିଲା। ପରେ ଆପେ ଆପେ ଆଲମିରାଟିର ଡ୍ର ଓ ଲକର୍‌ ଖୋଲି ଯାଇଥିଲା ଏବଂ ତା’ମଧ୍ୟରୁ କିଛି ବହି ଆସି ତଳେ ବିଛାଡ଼ି ହୋଇ ପଡ଼ିଥିଲା। ଏହାପରେ ବାଥରୁମ ମଧ୍ୟରୁ କେହି ଜଣେ ପଦାକୁ ବାହାରି ଆସିଥିଲା! ସଂପୃକ୍ତ ଛାୟା ମୂର୍ତ୍ତିଟିର ଓଦା ପାଦ ଚିହ୍ନ ଚଟାଣ ଉପର ସାରା ପଡ଼ି ପଡ଼ି ବାହାର କବାଟ ପର୍ଯ୍ୟନ୍ତ ଯାଇଥିଲା। ତା’ପରେ ଛାୟା ମୂର୍ତ୍ତିଟି ସିସିଟିଭି କ୍ୟାମେରା ଲେନ୍ସରୁ ଅଦୃଶ୍ୟ ହୋଇଯାଇଥିଲା। ସେ ସମୟରେ ସ୍କୁଲଟି ସପ୍ତାହକ ଲାଗି ବନ୍ଦ ଥିବାରୁ ସ୍କୁଲରେ କେହି ନଥିଲେ। ଉକ୍ତ ଘଟଣା ଅକ୍ଟୋବର ୧ ତାରିଖ ବିଳମ୍ବିତ ରାତ୍ରରେ ଘଟିଥିଲା। ସେତେବେଳକୁ ଭୋର ୩ଟା ବାଜିଥିଲା। ଏହି ପୁରାତନ ସ୍କୁଲଟି କର୍କ ସହରର ଦକ୍ଷିଣ ଦିଗରେ ଅବସ୍ଥିତ।

ଏ ଘଟଣା ସଂପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରା ଯିବାରୁ ସେମାନେ କହିଛନ୍ତି ଯେ ଏହା କୌଣସି ଅତୃପ୍ତ ଆତ୍ମା ହୋଇ ଥାଇପାରେ। ସଂପୃକ୍ତ ସ୍କୁଲଟି ଏକ ଖ୍ୟାତିସଂପନ୍ନ ସ୍କୁଲ ହୋଇଥିବା ପରିପ୍ରେକ୍ଷୀରେ କେହି ଛାତ୍ର ମରିଯିବା ପରେ ବି ତା’ର ଆତ୍ମା ଉକ୍ତ ସ୍ଥାନକୁ ଛାଡ଼ିଯିବାକୁ ଚାହୁଁ ନଥାଇ ପାରେ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର