ଗୁପ୍ତାଙ୍ଗ ନ ଥାଇ ଜନ୍ମ ନେଇଥିଲା କନ୍ୟା, ଅସ୍ତ୍ରୋପଚାର କରି ଡାକ୍ତର ରୋପଣ କଲେ କୃତ୍ରିମ ଗୁପ୍ତାଙ୍ଗ

ଜୟପୁର: ୧୭ବର୍ଷର ଯୁବତୀ ଜନ୍ମ ପରଠାରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। କୌଣସି ରୋଗ ହୋଇ ନ ଥିଲା, କିନ୍ତୁ ୧୭ବର୍ଷ ପରେ ବି ତାର ମାସିକ ଧର୍ମ ହୋଇ ନ ଥିବା ହେତୁ ତାର ମାଆ ବ୍ୟସ୍ତ ହୋଇ ଝିଅକୁ ଜୟପୁରର ସବାଇ ମାନସିଂହ ହସ୍‌ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଝିଅର ଚିକିତ୍ସା କରି କହିଥିଲେ କି, ଝିଅର ଗୁପ୍ତାଙ୍ଗ ଓ ଗର୍ଭାଶୟ ହିଁ ନାହିଁ। କିନ୍ତୁ ଅଣ୍ଡକୋଷ ସମ୍ପୂର୍ଣ୍ଣ ଠିକ ଅଛି। ଡାକ୍ତରଙ୍କଠାରୁ ଏହି କଥା ଶୁଣିବା ପରେ ଝିଅର ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ସେମାନେ ତ ୧୮ବର୍ଷ ପୂରା ହେବା ପରେ ଝିଅର ବିବାହ ଠିକ୍‌ କରି ଦେଇଥିଲେ। ଡାକ୍ତର ପରିବାର ଲୋକଙ୍କୁ ଚିନ୍ତା ନ କରି ଶାନ୍ତ ରହିବାକୁ ଅାଶ୍ୱାସନା ଦେଇଥିଲେ ଓ  କୃତ୍ରିମ ଉପାୟରେ ଗୁପ୍ତାଙ୍ଗ ରୋପଣ ପାଇଁ କହିଥିଲେ।

ଏହାପରେ ଡାକ୍ତର କୃତ୍ରିମ ଗୁପ୍ତାଙ୍ଗ ପାଇଁ ଅସ୍ତ୍ରୋପଚାର ରୋପଣ ପ୍ରକ୍ରିୟା  ଆରମ୍ଭ କଲେ। କୃତ୍ରିମ ଗୁପ୍ତାଙ୍ଗ ପାଇଁ ଲେପ୍ରୋସ୍କୋପିକ ସର୍ଜରି କଲେ। ଡାକ୍ତରଙ୍କ କହିବାନୁସାରେ, ପୂର୍ବରୁ ଏମିତି ଅସ୍ତ୍ରୋପଚାର ପାଇଁ ଜଙ୍ଘର ଚର୍ମ କିମ୍ବା ଟିସୁର ବ୍ୟବହାର କରାଯାଉଥିଲା। କିନ୍ତୁ ଏହି କ୍ଷେତ୍ରରେ ଏମିତି କରାଯାଇ ପାରିବ ନାହିଁ। କାରଣ ଏପରି କରିବା ଦ୍ୱାରା ସଂକ୍ରମଣର ଭୟ ରହିବ।

ଡାକ୍ତର ଅସ୍ତ୍ରୋପଚାର କରି ବାଳିକାର ଗୁପ୍ତାଙ୍ଗ ଗଢ଼ି ଦେଲେ। କିନ୍ତୁ ତାହାର ବୈବାହିକ ଜୀବନ ସାଧାରଣ ହୋଇ ପାରିବ ନାହିଁ ବୋଲି କହିଲେ। ଏହା ଏଥିପାଇଁ କାରଣ ସେ ପ୍ରାକୃତିକ ରୂପେ ଗର୍ଭଧାରଣ କରି ପାରିବ ନାହିଁ। ଯଦି ଝିଅ ମାଆ ବନିବାକୁ ଚାହେଁ ତେବେ ସେରୋଗେସି ଛଡ଼ା ଅନ୍ୟ କିଛି ବିକଳ୍ପ ତା’ପାଖରେ ନାହିଁ।

ସମ୍ବନ୍ଧିତ ଖବର