ଭାଇର ସ୍କୁଲ ବନ୍ଦ ନ ହେଉ ବୋଲି ଭଉଣୀ ନିର୍ମାଣ କଲା ସ୍ୱତନ୍ତ୍ର ସାଇକେଲ: ଦିବ୍ୟାଙ୍ଗ ଭାଇ ପାଇଁ ଭଉଣୀ ପାଲଟିଲା ବୈଜ୍ଞାନିକ !

ଜୀବନରେ ଏମିତି କିଛି ସମ୍ପର୍କ ଥାଏ ଯାହା ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆଉ ସେହି ସମ୍ପର୍କ ମଧ୍ୟରୁ ଗୋଟିଏ ହେଉଛି  ଭାଇଭଉଣୀର ସମ୍ପର୍କ। ସେଥିରେ ନା ଥାଏ କୌଣସି ସ୍ୱାର୍ଥ ନା ଥାଏ କୌଣସି ସର୍ତ୍ତ । ଆସନ୍ତୁ ଜାଣିବା ଏମିତି ଜଣେ ଭଉଣୀଙ୍କ ବିଷୟରେ ଯିଏ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି  । ନିଜ ଦିବ୍ୟାଙ୍ଗ ଭାଇ ପାଇଁ ନିର୍ମାଣ କରିଛନ୍ତି ହ୍ୱିଲ୍ ଚେୟାର ସାଇକେଲ । କାରଣ ତାଙ୍କ ଭାଇ ଯେମିତି  ଶାରିରୀକ ଅକ୍ଷମତା ଯୋଗୁଁ ସ୍କୁଲ ଯିବାରେ ଅସୁବିଧା ନ ଭୋଗୁ, ସେଥିପାଇଁ ତିଆରି କରିଛି ସ୍ୱତନ୍ତ୍ର ସାଇକେଲ ।

ମହାରାଷ୍ଟ୍ର ପୁଣେ ସହରର ବାସିନ୍ଦା ମୟୂରୀ ଯାଦବଙ୍କ ବୟସ ମାତ୍ର ୧୬ ବର୍ଷ । ନିଜ ଦିବ୍ୟାଙ୍ଗ ସାନ ଭାଇ ନିଖିଲ ଯାଦବଙ୍କ ପାଇଁ  ଏକ ସ୍ୱତନ୍ତ୍ର ସାଇକେଲ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ହ୍ୱିଲ ଚେୟାର ସହ ସାଇକେଲ ଅଟେ । ଏହାଦ୍ୱାରା ମୟୂରୀ ନିଜ ଦିବ୍ୟାଙ୍ଗ ଭାଇକୁ ସ୍କୁଲ ନେବା ଆଣିବା କରିବାରେ ଆଉ ଅସୁବିଧା ହେଉ ନାହିଁ ।  ସୂଚନା ମୁତାବକ ମୟୂରୀ ଯାଦବ ଆନନ୍ଦ ବିଦ୍ୟାଳୟରେ ୧୦ମ ଶ୍ରେଣୀର ଛାତ୍ରୀ ଅଟନ୍ତି । ମୟୂରୀଙ୍କ ସାନ ଭାଇ ନିଖିଲର ଗୋଡ ପିଲାଟି ଦିନରୁ କାମ କରେ ନାହିଁ । ଆଉ ବାପା ଘରେ ନଥିବା ସମୟରେ ନିଖିଲକୁ ସ୍କୁଲ ଯିବାରେ ହଇରାଣ ହୁଏ। ଫଳରେ ସ୍କୁଲ ବନ୍ଦ କରିବାକୁ ପଡେ । ଏହି ଅସୁବିଧାକୁ ଦୂର କରିବା ପାଇଁ ମୟୂରୀ ନିଜ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ହ୍ୱିଲଚେୟାର -ସହ- ସାଇକେଲର ନିର୍ମାଣ କରିଛନ୍ତି । ଏଥିରେ ନିଖିଲ ଆରାମରେ ନିଜ ଭଉଣୀଙ୍କ ସହ ସ୍କୁଲ ଯାତାୟତ କରୁଛି ।

Kanak News

ଏହାକୁ ନେଇ ଆନନ୍ଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, ମୟୂରୀର ଭାଇ ପାଠରେ ବହୁତ ଭଲ, କିନ୍ତୁ ଘରେ ବାପା ନଥିବା ସମୟରେ ସେ ସ୍କୁଲକୁ ଆସିପାରେନି । ତେଣୁ ମୟୂରୀର ଏହି ବିଚାରକୁ ଶୁଣି ପ୍ରଥମେ ଲାଗିଲା ଏହା ସମ୍ଭବ ନୁହେଁ, କିନ୍ତୁ ପରେ ବିଜ୍ଞାନ ଶିକ୍ଷକ ଜୟରାମ ପାୱାର ଭାସିକର ଓ ଆମ ସ୍କୁଲର ଯାନ୍ତ୍ରୀକ ଟିମ ସହ ଆଲୋଚନା କରି ଏହାର ପ୍ରସ୍ତୁତିରେ ସଫଳତା ହାସଲ କଲେ ମୟୁରୀ ।  ମୟୂରୀର କହିବାନୁସାରେ, ‘ଭାଇକୁ କୋଳରେ ଉଠାଇ ସ୍କୁଟରରେ ବସେଇ ସ୍କୁଲ ଛାଡିବା ବାପାଙ୍କ ପାଇଁ କଷ୍ଟକର ହେଉଛି ।  ଘରେ ବାପା ନଥିବା ସମୟରେ ସେ ସ୍କୁଲକୁ ଯାଇପାରୁନି । ସେଥି ପାଇଁ ମୁଁ ଏହା ଉପରେ ଭାବିଲି ଓ ବିଚାର କରିଲି ଯେ ଭାଇକୁ ମୋ ସହ ହିଁ ସ୍କୁଲ ନେଇକି ଯିବି । ଆଉ ତାହା ଦୃଢ଼ ପରିଶ୍ରମ ଏବଂ ଗୁରୁଜୀଙ୍କ ସମର୍ଥନ ତାହା ବାସ୍ତବତାରେ ପରିଣତ ହୋଇପାରିଲା ।

ସମ୍ବନ୍ଧିତ ଖବର