ସାପକୁ ବ୍ରସ କରାଇବା ଓ କୁମ୍ଭୀରକୁ ପାଉଡର ଲଗାଇ ସଜାଉ ଥିବା ଶିଶୁର ଭିଡିଓ ଭାଇରାଲ

ଇଣ୍ଡୋନେସିଆ: ଆପଣ ଏଯାବତ୍‌ ଅନେକ ସାହାସି ପିଲାଙ୍କୁ ଦେଖି ଆସିଥିବେ ଓ ସେମାନଙ୍କ କାହାଣୀ ବି ଶୁଣିଥିବେ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ତିନିଟି ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବ, ଭାବିବେ ଶିଶୁଟି ଏଭଳି କିପରି କରି ପାରୁଛି।

 

ଏହି ଭିଡିଓରେ ଦେଖିବାକୁ ମିଳୁଛି ୩/୪ବର୍ଷର ଶିଶୁଟି ବାଥ୍‌ରୁମ୍‌ରେ ନିଜ ବାଥ୍‌ ଟବ୍‌ରେ ବସିଛି। ସେ ଟବ୍‌ରେ ଏକାକି ନୁହେଁ ସେ ଏକ ହଳଦିଆ ରଙ୍ଗର ଅଜଗରକୁ ସାଥୀରେ ନେଇ ବସିିଛି। ଯାହା ସହିତ ସେ ଖେଳିବା ସହିତ ତାକୁ ବ୍ରସ ବି କରାଇ ଦେଉଛି। କେବଳ ଏତିକି ନୁହେଁ ବାଥ୍‌ଟବ୍‌ ପାଖରେ ଏକ କୁମ୍ଭୀର ଓ ପଛ ପଟେ ଥିବା ଡବାରେ ଏକ ବଡ ପକ୍ଷୀ ବସିଥିବା ଦେଖିବାକୁ ମିଳୁଛି।

 

ଏହି ଭିଡିରେ ଶିଶୁଟି କୁମ୍ଭୀରକୁ ଗାଧେଇ ସାରିବା ପରେ ବ୍ରସ କରାଇ ପାଉଡର ଲଗାଇ ସଜ କରି ଦେଉଥିବା ଦେଖିବାକୁ ମିଳୁଛି। ଟୁଇଟରରେ ଏହି ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ୨୦ହଜାରୁ ଅଧିକ ରିଟୁଇଟ କରାଗଲାଣି।

ସମ୍ବନ୍ଧିତ ଖବର