ପ୍ରତିଦିନ ସ୍କୁଲ ଯିବା ନିୟମକୁ ନେଇ ରାଗିଗଲା ଏହି ଶିଶୁ; କହିଲା, ‘ମୋଦୀଙ୍କୁ ଥରଟିଏ ହେଲେ ବି ହରାଇବାକୁ ପଡ଼ିବ’
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଶିଶୁର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଶିଶୁଟି ପ୍ରତିଦିନ ସକାଳୁ ଉଠି ସ୍କୁଲ ଯିବା ସହିତ ସ୍କୁଲରେ ହେଉଥିବା ପାଠପଢ଼ାକୁ ନେଇ ବିରକ୍ତ ହୋଇପଡିଛନ୍ତି। ଏଥିପାଇଁ ନିଜର ମନର ଭାବନକୁ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜୁରାଟୀରେ କହୁଥିବା ଶିଶୁ ଗୋଟିଏ ପରେ ଗୋଟିଏ ସ୍କୁଲରେ ହେଉଥିବା କ୍ଲାସକୁ ନେଇ ଟିପ୍ପଣୀ ଦେଉଛନ୍ତି। କେବଳ ଏତିକି ନୁହେଁ ଶିଶୁଟି ସ୍କୁଲ ଯିବା ନିୟମ ବନାଇଥିବାଙ୍କୁ ନିଜ ଶୈଳୀରରେ ଦଣ୍ଡ ଦେବାକୁ ଚାହୁଁଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବି ଏକ ଟିପ୍ପଣୀ ଦେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶିଶୁର ଭିଡିଓ ପୁଲିସ ଅଧିକାରୀ ଅରୁଣ ବୋଥରା ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ଏହି ଦୁନିଆରେ ସ୍କୁଲ ଆରମ୍ଭ କରିଥିବା ବ୍ୟକ୍ତି ବିପଦରେ ଅଛନ୍ତି। ଏହି ବାଳିକା ଜଣକ ତାଙ୍କୁ ଖୋଜୁଛି। ଏହି କ୍ୟାପସନ୍ ସହିତ ସେ ଯେଉଁ ଭିଡିଓ ସେୟାର କରିଛନ୍ତି ଏଥିରେ ଜଣେ ବାଳିକା ନଜର ଆସୁଛନ୍ତି। ଏହି ବାଳିକା ସ୍କୁଲ ଯିବା ପ୍ରସଙ୍ଗକୁ ନେଇ ବହୁତ ରାଗି ଯାଇଥିବା ଦେଖିବାକୁ ମିଳିଛି।
The person who started schools in this world is in serious danger. This girl is searching for him 😂 pic.twitter.com/SuOZ4befp1
— Arun Bothra (@arunbothra) November 13, 2019
ଭିଡିଓରେ ତାଙ୍କୁ ପଚରା ଯାଉଛି କି, ଯଦି ସ୍କୁଲ ଯିବା ନିୟମ ବନାଇଥିବା ବ୍ୟକ୍ତି ମିଳିଯାଏ ତୁମେ କ’ଣ କରିବେ? ଏହାର ଉତ୍ତରରେ ସେ କହିଥିଲେ, ‘ମୁଁ ତାଙ୍କୁ ଧୋଇ, ପୂରା ପାଣିରେ ପକାଇ ଇସ୍ତ୍ରୀ କରିଦେବି।’ ଏଥିସହିତ ଶିଶୁଟି କହୁଛନ୍ତି କି ପାଠପଢ଼ାକୁ ଟିକେ ଭଲ ବନାଇ ଦେଇଥିଲେ ଆହୁରି ବି ମଜା ଆସିଥାଆନ୍ତା।
ଏହାପରେ ଶିଶୁଙ୍କୁ ପଚରା ଗଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁମର କ’ଣ କହିବାର ଅଛି? ଏହାର ଉତ୍ତରରେ ଶିଶୁ କହିଥିଲେ, ‘ନରେନ୍ଦ୍ର ମୋଦୀଙ୍କୁ ଥରଟିଏ ହେଲେ ବି ହରାଇବାକୁ ପଡ଼ିବ। ଶିଶୁର ଏଭଳି ଉତ୍ତରରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଠୋ ଠୋ ହୋଇ ହସିବାକୁ ଲାଗିଥିଲେ। ସୋସିଆଲ ମିଡିଆରେ ନଭେମ୍ବର ୧୩ ତାରିଖ ସକାଳେ ସେୟାର କରାଯାଇଥିବା ଏହି ଭିଡିଓକୁ ଏଯାବତ ୧ଲକ୍ଷ ୩୭ ହଜାରରୁ ଅଧିକ ଲୋକେ ଦେଖି ସାରିଲେଣି।