ନିଜ ଚେଷ୍ଟାରେ ୫୦ଜଣଙ୍କର ଧୂମପାନ କରିବା ଅଭ୍ୟାସ ଛଡ଼ାଇ ସାରିଲେଣି ୭ବର୍ଷର ହୃଦୟା, ଧୂମପାନ କରୁଥିବା ଲୋକଙ୍କ ଆଗରେ କୁହନ୍ତି ଏଇ ଗୋଟାଏ କଥା…

ନାସିକ : ୭ବର୍ଷ ବୟସରେ କିଛି ପରିବର୍ତ୍ତନ ଆଣିବା ବିଷୟରେ ଭାବିବା ଏବଂ ତାହାକୁ ସଫଳ କରିବା ପାଇଁ ଚେଷ୍ଟା କରିବା ନିହାତି ଭାବରେ ଏକ ବଡ଼ କଥା । ସେଭଳି କିଛି ଦେଖିବାକୁ ମିଳିଛି ନାସିକରେ । ଏଠାରେ ରହୁଥିବା ୭ବର୍ଷୀୟା ହୃଦୟା ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଧୂମପାନ କରିବା ଅଭ୍ୟାସ ଛଡ଼ାଇ ସାରିଥିବା ଜଣା ପଡ଼ିଛି । ଦୋକାନ ଆଗରେ ଠିଆ ହୋଇଥିବା ଲୋକମାନଙ୍କ ପାଖକୁ ଯାଇ, ୪ଦିନ ହେଲାଣି ସିଗାରେଟ ଟାଣି ନାହିଁ । ୨-୩ଟି ସିଗାରେଟ ଦିଅ ବୋଲି କୁହନ୍ତି ହୃଦୟା । ଯାହାକୁ ଶୁଣିବା ପରେ ସେଠାରେ ଠିଆ ହୋଇଥିବା ଲୋକେ ସିଗାରେଟ୍‌ ଫିଙ୍ଗି ଦିଅନ୍ତି । ଏହା ପରେ ହୃଦୟା ସେମାନଙ୍କୁ ‘କୁଇଟ୍‌ ଟବାକୋ ଅଭିଯାନ’ ନାମକ ହ୍ଵାଟସ୍‌ଆପ୍‌ ଗ୍ରୁପରେ  ଯୋଡ଼ି ସିଗାରେଟ୍‌ ଅଭ୍ୟାସ ବନ୍ଦ କରିବା ପାଇଁ କହିଥାନ୍ତି । ଏହି ଅଭିଯାନ ଦ୍ୱାରା ୫୦ଜଣ ଲୋକ ଧୂମପାନ କରିବା ଛାଡ଼ି ସାରିଥିବା ଜଣା ପଡ଼ିଛି ।

The Independent

ତେବେ ଏଭଳି କରିବା ପଛର କାରଣ ପଚରାଯିବା ପରେ, ମୋର ଦାଦା ଧୂମପାନ କରୁଥିବାରୁ ତାଙ୍କୁ କର୍କଟ ରୋଗ ହୋଇଥିଲା । ଧୂମପାନ କରିବା ଖରାପ ବୋଲି ଜାଣି ମଧ୍ୟ ସେ ଧୂମପାନ କରୁଥିଲେ । ଏହା ପରେ ମୁଁ ବାପାଙ୍କୁ ପଚାରିଥିଲି କି, ଧୂମପାନ କରିବା ଦ୍ୱାରା କର୍କଟ ରୋଗ ହୁଏ ବୋଲି ଲୋକେ ଜାଣିଛନ୍ତି କି? ମୋ ପ୍ରଶ୍ନର ଉତ୍ତର ହଁରେ ଦେଇଥିଲେ ବାପା । ଧୂମପାନ କାହିଁକି ଲୋକେ କରନ୍ତି ବୋଲି ପଚାରିବା ପରେ ସେ ଜାଣି ନାହିଁ ବୋଲି କହିଥିଲେ । ଏହା ପରେ ମୁଁ ଲୋକଙ୍କୁ କହିଲେ ସେମାନେ ପିଇବା ଛାଡ଼ିଦେବେ କି? ବୋଲି ବାପାଙ୍କୁ ପଚାରିବା ପରେ ସେ ମୋତେ ଚେଷ୍ଟା କରି ଦେଖ ବୋଲି କହିଥିଲେ । ଯାହା ପରଠାରୁ ମୋର ଅଭିଯାନ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ହୃଦୟା ।

ସମ୍ବନ୍ଧିତ ଖବର