ମୋଟୀ ପତ୍ନୀ ଚାହୁଁଛନ୍ତି ପୁରୁଷ, ବିବାହ ପାଇଁ କେମିକାଲ ପିଇବା ପାଇଁ ବାଧ୍ୟ ହେଉଛନ୍ତି ଯୁବତୀ

ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠାରେ କମ୍‌ ବୟସର ଯୁବତୀମାନଙ୍କୁ ଓଜନ ବୃଦ୍ଧି ପାଇଁ କୁହାଯାଉଛି। ଏହି ଯୁବତୀମାନଙ୍କୁ ଗୋଟିଏ ଦିନରେ ୧୬,୦୦୦ ପର୍ଯ୍ୟନ୍ତ କ୍ୟାଲୋରୀ ଖାଇବାକୁ ବାଧ୍ୟ କରାଯାଉଛି। ଏପରି କରିବାର କାଣର ହେଉଛି, ଏହି ଦେଶର ପୁରୁଷମାନଙ୍କୁ ମୋଟୀ ଯୁବତୀ ପସନ୍ଦ। ସେଥିପାଇଁ ଏଠାରେ ଯୁବତୀଙ୍କ ଉପରେ ଏଭଳି ଅତ୍ୟାଚାର କରାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯୁବତୀଙ୍କମାନଙ୍କ ଉପରେ ଏଭଳି ଅତ୍ୟାଚାର ସେମାନଙ୍କ ପରିବାରବର୍ଗ ହିଁ କରୁଥିବା ଜଣାପଡ଼ିଛି। କାରଣ ସେମାନଙ୍କ ଲକ୍ଷ୍ୟ ଥାଏ, ଯୁବତୀମାନେ ସୁନ୍ଦର ଦେଖା ଯାଆନ୍ତୁ ଓ ବିବାହ ଶୀଘ୍ର ହୋଇଯାଉ।

ଚାନେଲ୍ସ ୪ ଅନରିପୋର୍ଟେଡ ଓ୍ଵର୍ଲ୍ଡ ନିଜର ନୂଆ ଡକ୍ୟୁମେଣ୍ଟାରିରେ ଆଫ୍ରିକାର ଦେଶ ମୋରିଟେନିଆରେ ଯୁବତୀଙ୍କ ସହିତ ହେଉଥିବା ଏହି ଅତ୍ୟାଚାରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ପର୍ଦ୍ଦାଫାସ କରିଛି। ଏହି ଡକ୍ୟୁମେଣ୍ଟାରୀରେ ସୂଚିତ ହୋଇଛି କି, ଏହି ଦେଶର ୧୧ବର୍ଷର ଝିଅଙ୍କ ପାଇଁ ୨ମାସର ସ୍ୱତନ୍ତ୍ର ଫିଡିଙ୍ଗ ସିଜିନ୍‌ ହୋଇଥାଏ। ଏହି ସିଜିନ୍‌ରେ ଝିଅମାନଙ୍କୁ ଓଟା କ୍ଷୀର ଓ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଅଧିକରୁ ଅଧିକ ଖାଇବାକୁ ଦିଆଯାଇଥାଏ। ଏହି ଦେଶର ଗରିବ ପରିବାର ଝିଅଙ୍କ ପାଇଁ ପରିସ୍ଥିତ ବହୁ ଦୁଃଖଦ ରହିଥାଏ। ଅର୍ଥାଭବରୁ ଘରର ଲୋକମାନେ ପିଲାଙ୍କୁ ପଶୁଙ୍କୁ ହୃଷ୍ଟପୃଷ୍ଟ କରୁଥିବା କ୍ୟାମିକଲ ପର୍ଯ୍ୟନ୍ତ ଖାଇବାକୁ ଦେଇଥାଆନ୍ତି।

ସମ୍ବନ୍ଧିତ ଖବର