ମହିଳାଙ୍କୁ ପୁରୋହିତ ହେବା ପାଇଁ ତାଲିମ ଦେଉଥିବା ଶିକ୍ଷାନୁଷ୍ଠାନ

ବାରାଣସୀରେ ଥିବା ‘ପାଣିନି କନ୍ୟା ମହାବିଦ୍ୟାଳୟ’ ବୈଦିକ ସ˚ସ୍କୃତ ଗୁରୁକୁଳରେ ପୁରୋହିତ ବୃତ୍ତି କରିବାକୁ ଚାହୁଁଥିବା ବାଳିକାଙ୍କୁ ଶିକ୍ଷା ଓ ତାଲିମ ଦିଆଯାଉଛି। ଏହି ଶିକ୍ଷାନୁଷ୍ଠାନର ସଂସ୍ଥାପିକା ଡ. ପ୍ରଜ୍ଞା ଦେବୀ ଓ ଆଚାର୍ଯ୍ୟ ମେଧା ଦେବୀ। ଏହା ଏକ ଆବାସିକ ଗୁରୁକୁଳ। ଏଠାରେ ଜାତି-ବର୍ଗ-ସଂପ୍ରଦାୟ ନିର୍ବିଶେଷରେ ଛାତ୍ରୀ ଗ୍ରହଣ କରାଯାଉଛି। ପଞ୍ଚମରୁ ଆଚାର୍ଯ୍ୟ(ସ୍ନାତକୋତ୍ତର) ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରଚଳିତ। ଏଠାରୁ ତାଲିମପ୍ରାପ୍ତ ଯୁବତୀମାନେ ହୋମଠାରୁ ଆରମ୍ଭ କରି ଯଜ୍ଞ ପର୍ଯ୍ୟନ୍ତ, ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କର୍ମ-କାଣ୍ତ ତୁଲାଇବାକୁ ସକ୍ଷମ। ଏଠାରେ ପଢ଼ୁଥିବା ଅଧିକାଂଶ ଛାତ୍ରୀ ଉତ୍ତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମ ବଙ୍ଗ ଓ ତ୍ରିପୁରାର। କାଲିଫର୍ନିଆ,ନେପାଲ ଓ ହଲାଣ୍ଡ୍‌ର କିଛି ଛାତ୍ରୀ ମଧ୍ୟ ପଢ଼ୁଥିବା ପ୍ରକାଶ।

varanasinews.today

ମହାବିଦ୍ୟାଳୟରେ ପ୍ରବେଶ ବୟସ ନଅରୁ ଆରମ୍ଭ। ପାଠ୍ୟକ୍ରମର ଅବଧି ତେର ବର୍ଷ। ଶାସ୍ତ୍ର ଅତିରିକ୍ତ ତରବାରି, ବର୍ଚ୍ଛା ଓ ଧନୁ-ତୀର ଚାଳନା ଶିକ୍ଷା ମଧ୍ୟ ଦିଆଯାଉଛି। ଏବେ ଦେଶରେ ମହିଳା ପୁରୋହିତଙ୍କ ସ˚ଖ୍ୟା ବଢ଼ିଚାଲିଛି। ପୁରୁଷ ପୁରୋହିତଙ୍କ ଗଡ଼ କହାଯାଉଥିବା ବାରାଣସୀରେ ମହିଳା ପୁରୋହିତଙ୍କ ପ୍ରବେଶ ଏକ ଉଲ୍ଲେଖନୀୟ ଘଟନା। ଏଠାରେ ଲିଙ୍ଗଗତ ବିଭେଦ ଦୂର ହୋଇଛି ଏବ˚ ଲୋକେ ମହିଳା ପୁରୋହିତଙ୍କୁ ଆଦରର ସହ ଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର