ଆସନ୍ତୁ ଜାଣିବା ‘ଗୀତା’ କିଏ, କାହିଁକି ପଢ଼ିବେ?

ଶ୍ରୀମଦ୍‌ ଭଗବଦ୍‌ ଗୀତା ହେଉଛି ସଂସାରର ଶ୍ରେଷ୍ଠ ପୁସ୍ତକ। ଏଥିରେ ରହିଥିବା ଉପଦେଶ ଓ ପରାମର୍ଶ ଆଦିକୁ ମାନି ଚଳିଲେ ଜୀବନ ଖୁବ୍‌ ସହଜ ହୋଇଯିବ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ସବୁ କଥା କହି ଯାଇଛନ୍ତି ତାହା ଗୀତାରେ ଉଲ୍ଲିଖିତ। ଆସନ୍ତୁ ଜାଣିବା ସେହି ପବିତ୍ର ପୁସ୍ତକକୁ ଆମେ କାହିଁକି ପଢ଼ିବା। ନିମ୍ନରେ ଏହାକୁ କେଉଁ ବର୍ଗର, କେଉଁ ବୟସର ଏବଂ କେଉଁ  ସ୍ବଭାବର ବ୍ୟକ୍ତି କାହିଁକି ପଢ଼ିବେ ତାହା ଦିଅାଯାଇଛି।


ତରୁଣ: ବଞ୍ଚିବାର କଳା ଶିଖିବା ପାଇଁ।

ବୃଦ୍ଧ: ମୃତ୍ୟୁ ବାବଦରେ ଜାଣିବା ପାଇଁ।

ଅଜ୍ଞାନୀ: ଜ୍ଞାନ ଲାଭ ପାଇଁ।

ଜ୍ଞାନୀ: ବିନମ୍ରତା ପାଇଁ।

ଧନୀ: ଦୟା ଓ କରୁଣା ପାଇଁ।

ଦରିଦ୍ର: ସୁଖ ଓ ଆରାମ ପାଇଁ।

ସ୍ୱପ୍ନଦ୍ରଷ୍ଟା: ମନ୍ତ୍ରମୁଗ୍ଧ ହେବା ପାଇଁ।

ବାସ୍ତବବାଦୀ: ପରାମର୍ଶ ବା ଉପଦେଶ ପାଇଁ।

ଦୁର୍ବଳ: ଶକ୍ତି ହାସଲ ପାଇଁ।

ଶକ୍ତିଶାଳୀ: ଶକ୍ତି ପ୍ରୟୋଗର ଦିଶା ଜାଣିବା ପାଇଁ।

ଅହଂକାରୀ/ଅଭିମାନୀ: ସତର୍କ ହେବା ପାଇଁ।

ବିନୟୀ: ଉତ୍ସାହିତ ହେବା ପାଇଁ।

ସମସ୍ୟା ପୀଡ଼ିତ: ଶାନ୍ତି ପାଇଁ।

କ୍ଳାନ୍ତ: ବିଶ୍ରାମ ପାଇଁ।

ସଂଶୟକାରୀ: ବିଶ୍ୱାସ ପାଇଁ।

ପାପୀ: ମୋକ୍ଷପ୍ରାପ୍ତି ପାଇଁ ଏବଂ ମାନବ: ମାର୍ଗଦର୍ଶନ ପାଇଁ।

ସମ୍ବନ୍ଧିତ ଖବର