ଗୋଆର ଲୋକପ୍ରିୟ ବିଚ୍‌ଗୁଡିକ ସଂପର୍କରେ ଜାଣନ୍ତି କି!

ଗୋଆର ରାଜଧାନୀ ପଣଜୀ ଠାରୁ ପ୍ରାୟ ଷୋହଳ କିଲାମିଟର ଦୂରରେ ଅବସ୍ଥିତ ଗୋଆର ସର୍ବାଧିକ ଲୋକପ୍ରିୟ ବିଚ୍‌ ‘ କଲଙ୍ଗୁଟ୍‌’ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ରହିବାର ମଧ୍ୟ ସୁବିଧା ରହିଛି । ଏହି ବିଚ୍‌ ନିକଟରେ ଅଂଜୁନା ବିଚ୍‌ ମଧ୍ୟ ଅଛି । ପଣଜୀଠାରୁ ପ୍ରାୟ ସାତ କିଲୋମିଟର ଦକ୍ଷିଣକୁ ଗଲେ ପଡେ ‘ଡୋନା ପାଉଳାବିଚ୍‌’ । ଏଠାରେ ଜୁଆରୀ ନଦୀର ଆରବ ସାଗର ସହିତ ସଙ୍ଗମ ହୋଇଥାଏ ।
ମଡଗାଓଁ ଠାରୁ ପ୍ରାୟ ପାଞ୍ଚ କିଲାମିଟର ଦୂରରେ ସ୍ଥିତ ଗୋଆର ବୃହତ୍ତମ ବିଚ୍‌ ‘ କୋଲଓ୍ଵା’ । ଏହାର ତୁଳନା ବ୍ରାଜିଲ୍ର ପ୍ରଖ୍ୟାତ ସିବିଚ୍‌ମାନଙ୍କ ସହିତ କରାଯାଇଥାଏ । ଏହାର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ ।
ମାରମାଗାଓ ଠାରୁ ପ୍ରାୟ ୩୭ କିଲୋମିଟର ଦୂରରେ ଅବସ୍ଥିତ ‘ ଅଙ୍ଗୋ ଡା ବିଚ୍‌’ । ଏହାର ଦକ୍ଷିଣ ଦିଗରେ ରହିଛି ‘ ପୋଲେ ଲେମ୍‌ ବିଚ୍‌ ’ । ଏହା ନିକଟରେ ପଶ୍ଚିମୀ ଘାଟ ପର୍ବତ ଅଛି, ଯାହା ପୋଲାଲେମ୍‌ ବିଚ୍‌କୁ ନୈସର୍ଗିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ । ପ୍ରେମୀଯୁଗଳଙ୍କ ପାଇଁ ଏହା ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳ ।

photo-youtube

ପଣଜୀ ଠାରୁ ତିନି କିଲୋମକିଟର ଦୂରରେ ରହିଛି ମାରାମାର ବିଚ୍‌ । ଠିକ୍‌ ସେହିପରି ପଣଜୀ ଠାରୁ ପ୍ରାୟ ୨୦ କିଲାମିଟର ଦୂରରେ ରହିଛି ବାଗାଟୋରେ୍‌ ବିଚ୍‌ । ପଣଜୀ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି ଆରାମ ବୋଲ୍‌ ବିଚ୍‌ , ଯାହା ବିଦେଶୀ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏତଦ୍‌ବ୍ୟତୀତ ବେତୁଲ୍‌ ବିଚ୍‌, ବାଗ୍‌ ମାଲୋ ବିଚ୍‌, ବେନୋଲିମ୍‌ ବିଚ୍‌ ମଧ୍ୟ ଖୁବ୍‌ ଆକର୍ଷଣୀୟ ।

ସମ୍ବନ୍ଧିତ ଖବର