ଶାସ୍ତ୍ର ଅନୁଯାୟୀ ଏହିପରିଭାବେ ଶ୍ରୀହନୁମାନଜୀଙ୍କୁ ପ୍ରସନ୍ନ କରାଯାଇପାରେ

ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ବଜରଙ୍ଗବାଲୀ ପ୍ରଭୁ ଶ୍ରୀ ହନୁମାନଙ୍କୁ ପ୍ରସନ୍ନ କରିଲେ ସକଳ କଷ୍ଟ ଦୂରିତ ହୋଇଥାଏ। ଭଗବାନ ହନୁମାନଙ୍କ କୃପାରେ ଭକ୍ତଙ୍କର ସକଳ ଦୁଃଖ ଦୂରହୀ,ଅଭୀଷ୍ଟ ଫଳ ପ୍ରାପ୍ତ ହୋଇଥାଏ। ବିଭିନ୍ନ ପ୍ରକାର ସଙ୍କଟ ମଧ୍ୟରେ ଅର୍ଥ-ସଙ୍କଟ ଅତ୍ୟନ୍ତ ଦୁଃଖ-ଦାୟକ। ହନୁମାନ ପ୍ରସନ୍ନ ହେଲେ ଦୁଖ,ରୋଗ,ଅର୍ଥସଙ୍କଟ,ଗ୍ରହଦଶା ଆଦି ସମସ୍ତ ପ୍ରକାର ବାଧା ଓ କ୍ଲେଶ ନିବାରିତ ହୁଏ।
ଯେ କୌଣସି ପ୍ରକାର କ୍ଲେଶରେ ପ୍ରପିଡିତ ବ୍ୟକ୍ତି ଏହି ନିମ୍ନଲିଖିତ ସ୍ୱଳ୍ପ-ସାଧ୍ୟ ଓ ବ୍ୟୟ-ବିହିନ ପଦ୍ଧତି ଦ୍ୱାରା ପବନପୁତ୍ର ହନୁମାନଙ୍କର କୃପା ଲାଭ କରି ଜୀବନକୁ ସରସ ସୁନ୍ଦର ଭାବେ ଗଢି ତୋଳି ପାରିବେ।
ପଦ୍ଧତି:ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଅର୍ଥାତ ପ୍ରତି ସପ୍ତାହରେ ଏହି ଦିନ,ଏହି ଉପାୟ ଅନୁସାରେ ପୂଜା କରିବେ। ପ୍ରତି ମଙ୍ଗଳବାର ଓ ଶନିବାର ଭୋର ବ୍ରହ୍ମ ମୂହୁର୍ତ୍ତରୁ ଶଯ୍ୟାତ୍ୟାଗ କରି ସ୍ନାଦି ନିତ୍ୟକର୍ମ ସମାପ୍ତ କରି କୌଣସି ଏକ ଅଶ୍ୱତ୍ଥ ବୃକ୍ଷରୁ ୧୧ ଗୋଟି ପତ୍ର ଆହରଣ କରିବେ। ପତ୍ର ସବୁ ନିଖୁଣ ଥିବା ଦରକାର। ଏହା କୀଟ-ଦ୍ରଂଷ୍ଟ,ଚିରା ଖଣ୍ଡିଆ ବା ଶୁଖିଲା ହୋଇ ନଯାଇ ଶୁଖିଲା ହେଲା ପରେ ସାମାନ୍ୟ ପରିମାଣର ଜଳରେ କୁଙ୍କୁମ ବା ଅଷ୍ଟଗନ୍ଧ କିମ୍ବା ଚନ୍ଦନ ଘୋରି,ସେହି ଘୋରା ହୋଇଥିବା ବହଳ ଜଳରେ କୁଙ୍କୁମ ବା ଅଷ୍ଟଗନ୍ଧ କିମ୍ବା ଚନ୍ଦନ ଶ୍ରୀରାମ ଲେଖିବେ। ‘‘ଶ୍ରୀରାମ’’ ଲେଖୁଥିବା ବେଳେ ହନୁମାନ ଚାଲିଶା ପାଠ କରୁଥିବେ। ଏହାପରେ ଅର୍ଥାତ୍‌ ୧୧ ଗୋଟି ଅଶ୍ୱତ୍ଥ ପତ୍ରରେ ‘ଶ୍ରୀରାମ’ଲେଖିସାରିଲା ପରେ ଏହି ପତ୍ରମାନଙ୍କର ଏକ ମାଳା ତିଆରି କରିବେ। ଏହି ମାଳାକୁ ନେଇ କୌଣସି ହନୁମାନ ମନ୍ଦିରରେ ହନୁମାନଙ୍କୁ ଅର୍ପଣ କରିଦେବେ। ଏହିପରି ଅଳ୍ପ କିଛି ଦିନ କଲାପରେ ଏହାର ସୁଫଳ ମିଳିବାକୁ ଲାଗିବ। ରୋଗ,କ୍ଲେଶ,ଗ୍ରହପୀଡ଼ା,ଆର୍ଥିକ ଦୁର୍ଗତ ଇତ୍ୟାଦି କ୍ରମେ ଦୂରୀଭୂତ ହୋଇଯିବ ଓ ଶୁଭଫଳ ମିଳିବାକୁ ଆରମ୍ଭ ହେବ।


ଏହି ଉପାୟ କରୁଥିବା ବେଳେ ଧର୍ମ-ସମ୍ମତ ଜୀବନ ଯାପନ କରିବେ। କର୍ତ୍ତବ୍ୟ ପରାୟଣ ହେବେ। ଅନୁଚିତ କଥନ ଓ ଅଧାର୍ମିକ କାର୍ଯ୍ୟ କରିବାରୁ ବିରତ ରହିବେ।

ସମ୍ବନ୍ଧିତ ଖବର