ଭଗବାନ ଶ୍ରୀକୃଷ୍ଣ ଏହି ନାରୀଙ୍କର ନିତ୍ୟ ଆରାଧନା କରନ୍ତି , ଜାଣନ୍ତୁ ସେ କିଏ ?

ଗୋଲୋକ ବିହାରୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ପ୍ରକୃତିର ଯେଉଁ ପ୍ରୀତିଧାରା ପ୍ରବାହିତ ହୋଇଥିିଲା, ତାହାର ଦ୍ୱିଗୁଣ ଧାରା ପ୍ରବାହିତ ହୋଇଥିିଲା, ସେହିଦିନ ଯେଉଁଦିନ ରାସେଶ୍ୱରୀ ଭୂମିଷ୍ଠ ହେଲେ । ବାଳିକାର ନାମକରଣ ସଂସ୍କାର କରାଗଲା ଏବଂ ‘ରାଧା’ ନାମ ପ୍ରଦାନ କରାଗଲା । ଶ୍ରୀକୃଷ୍ଣଙ୍କ ପ୍ରାଣରୁ ହିଁ ତାଙ୍କର ଆବିର୍ଭାବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ତାଙ୍କର ନିତ୍ୟ ଆରାଧନା କରନ୍ତି ବୋଲି ନାମ ହେଲା ‘ରାଧା’ । ଶ୍ରୀରାଧା ମଧ୍ୟ ଶ୍ରୀକୃଷ୍ଣଙ୍କୁ ସମ୍ୟଗ୍‌ ରୂପରେ ଆରାଧନା କରନ୍ତି, ଏଥିପାଇଁ ସେ ହଉଛନ୍ତି ରାଧିକା । ସେ ନିର୍ବାଣର ଦାନ କରିଥାନ୍ତି ବୋଲି ‘ରାଧା’ ନାମରେ କୀର୍ତ୍ତିତ ହୋଇଥିଲେ ।

ନୃଗପୁତ୍ର ରାଜା ସୁଚନ୍ଦ ଏବଂ ପିତରୋଙ୍କ ମାନସୀ କନ୍ୟା କଳାବତୀଙ୍କର ବୃଷଭାନୁ ଗୋପ ଓ କୀର୍ତ୍ତି ଦା ଯୋଗୀ ରୂପରେ ପୁନର୍ଜନ୍ମ ହେଉ । ଯଥା ସମୟରେ ସେ ଦୁହିଁଙ୍କର ବିବାହ ହୋଇ ପୁନର୍ମିଳନ ଘଟିଥିଲା । ବୃଷଭାନୁ ଗୋପ ଏବଂ କୀର୍ତ୍ତି ଦା ପୂର୍ବଜନ୍ମରେ ପତି-ପତ୍ନୀ ରୂପେ ଦିବ୍ୟ ଦ୍ୱାଦଶ ବର୍ଷ ଯାଏଁ ତପଶ୍ଚାରଣ କରି ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ ପ୍ରସନ୍ନ କରିଥିଲେ । ଏଥିପାଇଁ ବ୍ରହ୍ମା ଉଭୟଙ୍କୁ ବରଦାନ ଦେଇଥିଲେ ଯେ ଦ୍ୱାପର ଯୁଗରେ ଅନ୍ତରେ ଶ୍ରୀକୃଷ୍ଣଙ୍କ ଆଦିଶକ୍ତି ଶ୍ରୀରାଧା ତୁମ ଦୁହିଁଙ୍କର କନ୍ୟା ହେବେ । ଏହିପରି ଭାବେ ଦ୍ୱାପରଯୁଗରେ ଶେଷ ସମୟରେ ଯୋଗମାୟା ରାସେଶ୍ୱରୀ ଶ୍ରୀରାଧାଙ୍କ ପାଇଁ ଉପଯୁକ୍ତ କ୍ଷେତ୍ରରେ ରଚନା କରିଲେ । ଧୀରେଧୀରେ ସେହି ସମୟ ଆସି ଉପସ୍ଥିତ ହେଲା । କୀର୍ତ୍ତିଦା ରାଣୀଙ୍କ ଅଙ୍ଗ ହଳଦିଆ ରଙ୍ଗ ପଡିଗଲା । ଗର୍ତ୍ତର ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଦେଖା ଦେଲା । ତା’ପରେ ଚାରିଆଡ଼େ ପ୍ରଚାରିତ ହେଲା ଯେ ରାଣୀ ଗର୍ଭବତୀ । ସମସ୍ତେ ଉତ୍କଣ୍ଠା ପୂର୍ବକ ସନ୍ତାନର ପ୍ରତୀକ୍ଷା କରିଲେ ।

ଦିନେ ଦେବର୍ଷି ନାରଦ ବ୍ରଜଧାମରେ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ଦର୍ଶନ କରିଲେ । ସେତେବେଳେ ସେ ଭାବିଲେ, ଗୋଲୋକ ବିହାରୀ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ପୃଥିବୀ ପୃଷ୍ଠରେ ଆବିର୍ଭାବ ଘଟିଛି । ତା’ର ଅର୍ଥ ରାସେଶ୍ୱରୀ ଶ୍ରୀରାଧାଙ୍କର ମଧ୍ୟ ନିଶ୍ଚିତ ଜନ୍ମ ହୋଇ ସାରିଥିବ । ସେ ନିଶ୍ଚିତ ଧରାଧାମ ରେ ଅବତରିତ ହୋଇଥିବେ । ନାରଦ ପୁଣି ଚିନ୍ତା କଲେ ଭଗବତୀ ଶ୍ରୀରାଧା ନିଶ୍ଚିତ ଭାବେ କୌଣସି ଯୋଗୀ ରୂପରେ ଅବତାର ଗ୍ରହଣ କରିଥିବେ ।

ସମ୍ବନ୍ଧିତ ଖବର