ରାସ୍ତା ଖୋଳା କାମ ଚାଲିଥିବା ସମୟରେ ମାଟି ତଳୁ ମିଳିଲା ପ୍ରାଚୀନ ମୂର୍ତ୍ତି, ଏଥିରେ ଗୁଡ଼ାଇ ହୋଇ ରହିଥିଲା ଜୀବନ୍ତ କଳା ନାଗ

ମୁମ୍ବାଇ: ମହାରାଷ୍ଟ୍ରର ବିଡ ଜିଲ୍ଲାରେ ସଡ଼କ ପାଇଁ ମାଟି ଖୋଳା କାମ ଚାଲିଥିବା ସମୟରେ ଏକ ପ୍ରାଚୀନ ଦୁଲର୍ଭ ମୂର୍ତ୍ତି ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମୂର୍ତ୍ତିକୁ ଦେଖିବା ସଙ୍ଗେସଙ୍ଗେ କେଉଁ ଆଡୁ ଏକ କଳା ନାଗ ସାପ ଆସି ମୂର୍ତ୍ତିରେ ଗୁଡେଇ ହୋଇ ପଡ଼ିଥିଲା। ଯାହାକୁ ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇପଡ଼ିଥିଲେ।

ସୂଚନାଯୋଗ୍ୟ, ବିଡ ଜିଲ୍ଲାର ଅମ୍ବ୍ରେଜୋଗାଇରେ ରାସ୍ତା ପାଇଁ ମାଟି ଖୋଳା କାର୍ଯ୍ୟ ଚାଲିଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ମିଳିଛି। ଏହି ମୂର୍ତ୍ତି ପାଖରେ କଳା ରଙ୍ଗର ସାପ ଗୁଡ଼ାଇ ହୋଇ ବସିଥିବା ଦେଖିଥିବା ପରେ ଶ୍ରମିକମାନେ ଅନ୍ୟମାନଙ୍କୁ ଖବର ଦେଇଥିଲେ। ମୂର୍ତ୍ତି ମିଳିବା ପରେ ରାସ୍ତା କାମକୁ ଅଟକାଇ ଦିଆଯାଇଛି। ତେବେ ଏବେ ମୂର୍ତ୍ତିର ଅଧା ଅଂଶ ମିଳି ଥିବା ବେଳେ ବାକି ଅଂଶର ଅସୁସନ୍ଧାନ ଚାଲିଛି। ଏହି ମୂର୍ତ୍ତିି ମିଳିବା ସମୟରେ ଖବର ମିଳିବା ପରେ ଏହାକୁ ଦେଖିବା ପାଇଁ ପାଖଆଖରୁ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସୁଛନ୍ତି। କୁହାଯାଉଛି କି ମାଟି ଖୋଳିବା ସମୟରେ ମିଳିଥିବା ଏହି ମୂର୍ତ୍ତିଟି ଭଗବାନ ସୂର୍ଯ୍ୟଙ୍କର।

ସମ୍ବନ୍ଧିତ ଖବର