ଭଗବାନ ବିଷ୍ଣୁ କାହିଁକି ଶେଷନାଗଙ୍କ ଉପରେ ବିଶ୍ରାମ କରିଥାନ୍ତି?

ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବାର ସବୁଠାରୁ ଉତ୍ତମ ଶ୍ଳୋକ ହେଲା – ‘ଶାନ୍ତାକାରମ୍‌ ଭୁଜଗଶୟନମ୍‌,ପଦ୍ମନାଭମ୍‌ ସୁରେଶମ୍‌ ,ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍‌,ଲକ୍ଷ୍ମୀକାନ୍ତମ୍‌ କମଳନୟନଂ ଯୋଗିର୍ଭିଧ୍ୟାନଗମ୍ୟଂ ,ବନ୍ଦେ ବିଷ୍ଣୁଂ ଭବଭୟହରମ୍‌ ସର୍ବ ଲୋକୈକନାଥମ୍‌ ।’

ଭଗବାନ ବିଷ୍ଣୁ ଭୁଜଗ ଉପରେ କାହିଁକି ଶୟନ କରିଥାନ୍ତି ବୋଲି ଅନେକ ସମୟରେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ। ଯେହେତୁ ସେ ଭଗବାନ ଏଣୁ ସାପ ତାଙ୍କର କିଛି କ୍ଷତି ବା ଅନିଷ୍ଟ କରୁ ନଥିବ ବୋଲି ବି ଭାବି ପାରନ୍ତି। ଭଗବାନ ବିଷ୍ଣୁ ଶେଷନାଗଙ୍କ ଉପରେ ଶୟନ କରିଥାନ୍ତି।

କିନ୍ତୁ ପ୍ରକୃତ କଥା ହେଲା ଯେ ଯେହେତୁ ଭଗବାନ ଅନେକ କାମ କରିଥାନ୍ତି ଏବଂ ଏହାର ଉତ୍ତର ଦାୟିତ୍ୱ ନେଇଥାନ୍ତି ,ତେଣୁ ସେ ଶେଷନାଗଙ୍କ ଉପରେ ବିଶ୍ରାମ କରି ନିଜ ଭିତରେ ସେହି କର୍ମ ଏବଂ ଦାୟିତ୍ୱ ନିର୍ବାହ କରିବାଲାଗି ବିଶେଷ ଶକ୍ତି ପାଇଥାନ୍ତି। ଭଗବାନ ବିଷ୍ଣୁଙ୍କର ଶଙ୍ଖ ଚକ୍ରଧାରଣ କରିଥିବା ଶାନ୍ତ ରୂପରୁ ଗୋଟିଲଏ କଥା ସୂଚିତ ହୁଏ ଯେ ଭଗବାନ ମଣିଷକୁ କଷ୍ଟ ସମୟରେ ବି ଶାନ୍ତ ଏବଂ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଉଛନ୍ତି ।

ସମ୍ବନ୍ଧିତ ଖବର