ଭଗବାନ ଶିବଙ୍କର ତୃତୀୟ ନେତ୍ର କେତେବେଳେ ଏବଂ କାହିଁକି ଖୋଲିଥିଲା ?

ଦେବୀ ପୁରାଣରେ ୫୧ ଶକ୍ତିପୀଠ ର ବର୍ଣ୍ଣନା ରହିଛି । ଶକ୍ତିପୀଠଗୁଡିକ ସଂପର୍କରେ ଏକ ପୌରାଣିକ ଉପାଖ୍ୟାନ ରହିଛି । ଥରେ ସତୀଙ୍କ ପିତା ରାଜା ଦକ୍ଷ କନଖଳ (ହରିଦ୍ୱାର) ରେ ବୃହସ୍ପତି ସର୍ବ ବିହାସୀନ ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞରେ ରାଜା ଦକ୍ଷ ଜାଣିଣୁଣି ନିଜର କନ୍ୟା ସତୀଙ୍କ ସ୍ୱାମୀ ଭଗବାନ ଶିବଙ୍କୁ ନିମନ୍ତ୍ରିତ କରି ନଥିଲେ ।
ସତୀଙ୍କୁ ଯେତେବେଳେ ଏ ଖବର ମିଳିଲା, ସେତେବେଳେ ସେ କ୍ରୋଧିତ ହୋଇଉଠିଲେ । ଏପରିକି ଶିବ ମଧ୍ୟ ଏଥିରେ ଖୁବ୍‌ କ୍ରୋଧ ପ୍ରକାଶ କରିଲେ । ସେ ଯଜ୍ଞ ସ୍ଥଳ ଉଦ୍ଦେଶ୍ୟରେ ବାହାରିବା ବେଳେ ସତୀ ଶିବଙ୍କୁ ବାରଣ କରିଥିଲେ, କିନ୍ତୁ ଶିବ ସେଥିପ୍ରତି କର୍ଣ୍ଣପାତ ନ କରି ଯଜ୍ଞ ସ୍ଥଳରେ ପହଞ୍ଚିଗଲେ । ସେଠାରେ ବିନା ନିମନ୍ତ୍ରଣରେ ଜ୍ୱାଇଁ ଶିବଙ୍କୁ ଦେଖି ରାଜା ଦକ୍ଷ ପୁନଶ୍ଚ ତାଙ୍କୁ ଅପମାନିତ କରିଲେ । ଏହା ସତୀଙ୍କ ଆଖି ଆଗରେ ଘଟିଥିଲା । ପତିଙ୍କ ଅପମାନ ଦେଖି ସେ ଯଜ୍ଞକୁଣ୍ଡ ରେ କୁଦି ପଡ଼ିଲେ । ଏହାପରେ ଭଗବାନ ଶିବଙ୍କର ତୃତୀୟ ନେତ୍ର ଖୋଲିଲା । ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ସେତେବେଳେ ସ୍ତବ୍ଧ ହୋଇଯାଇଥିଲା ।

photo-theholidayspot.com

ଭଗବାନ ଶିବଙ୍କର ଯଜ୍ଞକୁଣ୍ଡରୁ ସତୀଙ୍କ ଶବକୁ ହାତରେ ଧରି ସଂପୂର୍ଣ୍ଣ ଭୂମଣ୍ଡଳର ଭ୍ରମଣ କରିବାରେ ଲାଗିଲେ । ଏହି ଭ୍ରମଣ ସମୟରେ ଯେଉଁ ସ୍ଥାନମାନଙ୍କରେ ସତୀଙ୍କ ଅଙ୍ଗ ର କୌଣସି ଅଂଶ ଧାରଣ କରିଲେ କିମ୍ବା ଯେଉଁଠାରେ ତାଙ୍କର ଅଙ୍ଗ ଆଭୂଷଣ ପଡ଼ିଲା, ସେହି ସେ ସ୍ଥାନରେ ଶକ୍ତିପୀଠ ମାନ ଗଢି ଉଠିଲା । ବର୍ତ୍ତମାନ ଭାରତରେ ୪୨ ଟି, ବାଂଲାଦେଶରେ ଛଅଟି, ପାକିସ୍ତାନରେ ଦୁଇଟି ଓ ନେପାଳରେ ଗୋଟିଏ ଶକ୍ତି ପୀଠ ରହିଛି । ଶ୍ରୀଲଙ୍କା ଓ ତିବ୍ଦତରେ ମଧ୍ୟ ଶକ୍ତିପୀଠ ଥିବାର କୁହାଯାଉଛି ।

ସମ୍ବନ୍ଧିତ ଖବର