ସୁନାରେ ତିଆରି ହେଉଛି ମିଠା! ଏହାର ଦାମ୍‌ କିଲୋ ପିଛା ୯ ହାଜର ଟଙ୍କା

ସୁନାରେ ତିଆରି ହେଉଛି ମିଠା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ମିଠା ଦୋକାନ ରହିଛି ଯେଉଁଠି ମିଠା ଉପରେ ୨୪ କ୍ୟାରେଟ ସୁନାର ଛାଉଣି ଦିଆଯାଉଛି। ଏହି ଦୋକାନଟି ବିଦେଶରେ ନୁହେଁ, ଆମ ଦେଶରେ ରହିଛି। ଏଠାରେ ତିଆରି ମିଠାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମିଠାର ଦାମ କିଲୋ ପିଛା ୯ ହାଜର ଟଙ୍କା। ଗୁଜୁରାଟର ଏକ ଦୋକାନରେ ଏପରି ଏକ ବିଶେଷ ପ୍ରକାର ମିଠା ତିଆର କରାଯାଇଛି।

ଗୁଜୁରାଟର ସୁରଟରେ ଅନେକ ମିଠା ଦୋକାନ ରହିଛି। କିନ୍ତୁ ଏତେ ସାରା ମିଠା ଦୋକାନ ମଧ୍ୟରୁ ଏପରି ଏକ ମିଠା ଦୋକାନ ଖୋଲାଯାଇଛି, ଯେଉଁ ଦୋକାନରେ ମିଠା ସୁନାରେ ତିଆରି ହେଉଛି। ଦୋକାନର ନାଁ ହେଉଛି ୨୪ କ୍ୟାରେଟ ମିଠାଇ ମ୍ୟାଜିକ। ଏହି ଦୋକାନ ବାକି ଦୋକାନ ଠାରୁ ସମ୍ପୁର୍ଣ୍ଣ ଅଲଗା। କାରଣ ଏଠାରେ ସ୍ପେସାଲ ମିଠା ତିଆରି କରାଯାଉଛି। ଏହି ମିଠାରେ ୨୪ କ୍ୟାରେଟ ଶୁଦ୍ଧ ସୁନାର ଏକ ଆସ୍ତରଣ ଦିଆଯାଉଛି ଏବଂ ଏହି ମିଠାର ଦାମ କିଲୋ ପିଛା ୯ ହାଜର ଟଙ୍କାରେ ବିକ୍ରି କରାଯାଉଛି।

ଦୋକାନର ଜଣେ ଗ୍ରାହକ ଦିବ୍ୟା ସାହାଙ୍କ କହିବା ଅନୁସାରେ, ସେ ଦୋକାନରେ ପଶୁପଶୁ ଏହି ସୁନାର ମିଠାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୋକାନରେ ଲୋକମାନେ କହିଲେ ଏହି ମିଠା ଶରୀର ପ୍ରତି ବେଶ ହିତକର ପ୍ରମାଣିତ ହୋଇଛି। ଦିବ୍ୟା ସାହା ଦୋକାନର ମାଲିକ ପ୍ରିନ୍‌ସଙ୍କୁ ଯେତେବେଳେ ଏହି ମିଠା ତିଆରି କରିବା ପାଇଁ ଏପରି ଅଭିନବ ଆଇଡିଆ କେଉଁଠୁ ଆସିଲା ବୋଲି ପଚାରିଥିଲେ ସେତେବେଳେ ଦିବ୍ୟାଙ୍କ ଏହି ପ୍ରଶ୍ନ ଉତ୍ତର ଦେଇ ଦୋକାନ ମାଲିକ କହିଥିଲେ ସୁନା ସ୍ୱାସ୍ଥ୍ୟ ପାଇଁ କେତେ ହିତକର ତାହା ଜାଣିବା ପରେ ଏପରି ଏକ ଭିନ୍ନ ପ୍ରକାରର ମିଠା ତିଆରି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ସେ ଏହା ମଧ୍ୟ କହିଛନ୍ତି ଚାନ୍ଦି ଆସ୍ତରଣ ଦେବା ବଦଳରେ ଶୁଦ୍ଧ ସୁନାର ଆସ୍ତରଣକୁ ବ୍ୟବହାର କରାଯାଇଛି। କାରଣ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର। ଏବେ ଏହି ମିଠାକୁ ଅନେକ ଲୋକ ପସନ୍ଦ କରିବାକୁ ଲାଗିଲଣି। ଆଗକୁ ରାକ୍ଷି ପୁର୍ଣ୍ଣିମା ଆସୁଛି । ତେଣୁ ଏହି ମିଠା ଆଗକୁ ଯାଇ ଲୋକଙ୍କର ଏକ ମନ ପସନ୍ଦ ମିଠା ହୋଇପାରିବ ବୋଲି ଆଶା ରଖିଛନ୍ତି ଦୋକାନ ମାଲିକ। ସବୁଠାରୁ ବଡ କଥା ହେଉଛି ଏହି ମିଠାର ନାଁ ‘ଗୋଲ୍‌ଡ ସୁଇଟି’ ରଖାଯାଇଛି।

ସମ୍ବନ୍ଧିତ ଖବର