ଗୁପ୍‌ଚୁପ୍‌ ବିକିବା ପାଇଁ ଇନ୍‌ଫୋସିସ୍‌ରୁ ଚାକିରି ଛାଡ଼ିଥିଲେ ଏହି ଯୁବକ, ଆଜି ପାଲଟିଛନ୍ତି କୋଟିପତି

ଇନ୍ଦୋର: ପାଗ ବଦଳୁଥିବାରୁ ଏବେ ଗୁଜୁରାଟରେ ଗୁପ୍‌ଚୁପ୍‌କୁ ବ୍ୟାନ୍‌ କରାଯାଇଛି । ଏହାକୁ ଖାଇ ଯେମିତି କେହି ରୋଗଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ଏହି ପଦକ୍ଷପ ନିଆଯାଇଥିବା ଜଣା ପଡ଼ିଛି । ତେବେ ଏହି ଗୁପ୍‌ଚୁପ୍‌ ବିକି ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଯୁବକ ଏବେ କୋଟିପତି ହୋଇ ପାରିଛନ୍ତି । ଗୁପ୍‌ଚୁପ୍‌ ବିକିବା ପାଇଁ ସେ ଇନ୍‌ଫୋସିସ୍‌ ଭଳି କମ୍ପାନିରୁ ଚାକିରି ଛାଡ଼ିଥିବା ବେଳେ ଆଜି ତାଙ୍କୁ ଏତେ ବଡ଼ ସଫଳତା ମିଳିଛି । ଏଠି ଯେଉଁ କୋଟିପତି ଯୁବକଙ୍କ କଥା କୁହାଯାଉଛି ସେ ହେଉଛନ୍ତି ପ୍ରଶାନ୍ତ କୁଲକର୍ଣ୍ଣି । ପ୍ରଶାନ୍ତଙ୍କ ଗୁପ୍‌ଚୁପ୍‌ ବ୍ରାଣ୍ଡ ଚଟର-ପଟର ଏବେ ସାରା ଦେଶରେ ଲୋକପ୍ରି୍ରୟ ହୋଇ ସାରିଛି । ଆଜି ସେ ଏହି ବ୍ୟବସାୟରୁ ୮୦କୋଟି ଟଙ୍କା ଆୟ କରୁଥିବା ଜଣା ପଡ଼ିଛି । ତେବେ ପ୍ରଶାନ୍ତ କୋଟିପତି ହେବା ପଛରେ କିଛି ରୋଚକ କାହାଣୀ ମଧ୍ୟ ରହିଛି ।

bhaskar.com

ସୂଚନା ମୁତାବକ, ଇନ୍‌ଫୋସିସ୍‌ରେ କାମ କରୁଥିବା ବେଳେ ପ୍ରଶାନ୍ତ ଥରେ ବାହାରକୁ ଗୁପ୍‌ଚୁପ୍‌ ଖାଇବାକୁ ଯାଇଥିଲେ । ଯାହାକୁ ଖାଇବା ପରେ ତାଙ୍କ ପେଟ ଖରାପ ହୋଇ ଯାଇଥିଲା । ଏଥିପାଇଁ ତାଙ୍କୁ ୪ମାସ ପର୍ଯ୍ୟନ୍ତ ଗୁପ୍‌ଚୁପ୍‌ ଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିଥିଲା । ଏହି ଘଟଣା ପରେ ପ୍ରଶାନ୍ତ ଏବଂ ତାଙ୍କ ସ୍ତ୍ରୀ ଗୁପ୍‌ଚୁପ୍‌କୁ ନେଇ ବ୍ୟବସାୟ କରିବେ ବୋଲି ଭାବିଥିଲେ । ଅକ୍ଟୋବର ୨୦୧୧ରେ ଗୁପ୍‌ଚୁପ୍‌ ବ୍ରାଣ୍ଡ ଚଟର-ପଟରକୁ ଉଭୟ ସ୍ୱାମୀ-ସ୍ତ୍ରୀ ମିଶି ଆରମ୍ଭ କରିଥିଲେ । ଯାହା ଏବେ ଗୁପ୍‌ଚୁପ୍‌ର ସବୁଠାରୁ ଚର୍ଚ୍ଚିତ ବ୍ରାଣ୍ଡ ବନି ସାରିଛି ।

ସମ୍ବନ୍ଧିତ ଖବର