ଗୁଗୁଲ୍‌ ଦେଉଛି ଲକ୍ଷାଧିକ ଲୋକଙ୍କୁ ଚାକିରି! ଘରେ ବସି କରିବାକୁ ପଡ଼ିବ କାମ!

ଦେଶରେ ବହୁ ଶିକ୍ଷିତ ଲୋକ ଅଛନ୍ତି। ହେଲେ ବର୍ତ୍ତମାନ ବେକାରୀ ସମସ୍ୟା ହୁ ହୁ କରି ବଢ଼ିବାରେ ଲାଗିଛି;ଯାହାକୁ ନେଇ ଶିକ୍ଷିତ ହୋଇଥିଲେ ବି ଲୋକଙ୍କୁ ଚାକିରି ମିଳୁନାହିଁ। ହେଲେ ଏବେ ଆପଣଙ୍କର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ,କାହିଁକିନା ଏବେ ସାରା ଦୁନିଆର ବହୁତ ଲୋକ ‘ଗୁଗୁଲ୍’ରୁ  ଟଙ୍କା ରୋଜଗାର କରୁଛନ୍ତି।

ଗୁଗୁଲ୍‌ ଲୋକଙ୍କୁ ଚାକିରି ଦେଉଛି ।  ଲୋକମାନେ ‘ଡ଼ଲାର୍‌’ ଅାୟ କରୁଛନ୍ତି । ତେବେ ଏ ନେଇ ‘ଗୁଗୁଲ୍‌’ର ଆଡ଼ସେନ୍ସ  ଏକ ନୂତନ ପଦକ୍ଷେପ ନିଜ ହାତକୁ ନେଇଛି। ଏଥିସହିତ ‘ଗୁଗୁଲ୍‌’ ଆଡ଼ସେନ୍ସ  ଦୁନିଆର ସବୁଠୁ ଅଧିକ ଟଙ୍କା ଦେଉଥିବା  ଆଡ଼୍‍ ନେଟ୍‌ଓ୍ଵର୍କରେ ପରିଣତ  ହୋଇଛି। ଏହା ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟ ଉପରେ ତାହାର ‘ଆଡ଼୍‍’ ବା ବିଜ୍ଞାପନ ଦେଇଥାଏ ଏବଂ ଏହି ବିଜ୍ଞାପନରୁ ହିଁ କଂପାନି ଓ ଆପଣଙ୍କର ମଧ୍ୟ ରୋଜଗାର ହୋଇଥାଏ । ଏହି ବ୍ୟବସ୍ଥାର ଅଂଶ ହେଲେ ଆପଣ କେବଳ ଘରେ ବସି ହିଁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ!

ତେବେ ଏହି ‘ଆଡ଼୍‍ସେନ୍ସ ’ହେଉଛି ଗୁଗୁଲ୍‌ର ଦ୍ୱିତୀୟ କଂପାନି ଯାହାକି ୟୁଟ୍ୟୁବ୍, ବ୍ଲଗ୍‌ ଓ୍ଵବ୍‌ସାଇଟ୍‌ ଆଦିରେ ଆଡ଼୍‍ ବା ବିଜ୍ଞାପନ ଆଣିବାର କାର୍ଯ୍ୟ କରିଥାଏ। ତେବେ ଏ ନେଇ ଆପଣଙ୍କୁ ଆଡ଼ସେନ୍ସକୁ ଲଗ୍‌ ଇନ୍‌ କରି ସେଥିରେ ଆପଣଙ୍କର ଜରୁରୀ ଡ଼ାଟା, ଯେମିତିକି – ଆପଣଙ୍କର ନାମ,ଠିକଣା,ଫୋନ୍‌ ନମ୍ବର୍‌ ଇତ୍ୟାଦିର ସଂପୂର୍ଣ୍ଣ ବିବରଣୀ ଦେବାକୁ ହେବ। ଏହାପରେ ଆପଣଙ୍କର ‘ଆଡ଼୍‍ସେନ୍ସ’ ଆକାଉଣ୍ଟ୍‌ଟି ଆପେ ଆପେ ଖୋଲିଯିବ। ଅାକାଉଣ୍ଟ ଖୋଲିବା ପରେ ଆପଣ ପୋଷ୍ଟ କରୁଥିବା ଭିଡ଼ିଓ ବା ଆର୍ଟିକିଲ୍‌ ଉପରେ ଆଡ଼୍‍ ଆସିବାକୁ ଲାଗିବ। ଏହାଦ୍ୱାରା ଆପଣଙ୍କୁ ଟଙ୍କା ମିଳିବା ଅାରମ୍ଭ ହେବ। ଏଥିସହିତ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ,ଯେପରି ଆପଣଙ୍କ ଆକାଉଣ୍ଟ୍‌ରେ ୧୦୦ ଡ଼ଲାର୍‌ ଜମା ହେବା କ୍ଷଣି ହିଁ ଆପଣଙ୍କୁ ଏକ ପିନ୍‌ ନମ୍ବରଟି ଆସୁଛି କି ନାହିଁ ।

ଏହାପରେ ଏହି ପିନ୍‌ ନମ୍ବରର ସହାୟତାରେ ଆପଣଙ୍କୁ ଆପଣଙ୍କର ସେହି ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ରେଜିଷ୍ଟର କରିବାକୁ ହେବ,ଯେଉଁଥିରେ କି ଆପଣଙ୍କୁ ଟଙ୍କା ନେବାର ଅଛି। ଏବେ ଯେବେ ବି ଆପଣଙ୍କ ଆକାଉଣ୍ଟ୍‌ରେ ୧୦୦ ଡ଼ଲାର୍‌ ହେବ ‘ଆଡ଼ସେନ୍ସ’ ସେହି ପାଉଣାକୁ ଆପଣାଛାଏଁ ହିଁ ଆପଣଙ୍କ ପାଖକୁ ପଠାଇ ଦେବ।

 

ସମ୍ବନ୍ଧିତ ଖବର