ଏଣିକି ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୋଗ କରିବାକୁ ପଡ଼ିବ ଆଧାରକାର୍ଡ !

ନୂଆଦିଲ୍ଲୀ: ଡ୍ରାଇଭିଙ୍ଗ ଲାଇସେନ୍‌ସ ସହ ଆଧାର କାର୍ଡ ଲିଙ୍କ କରିବାକୁ କେନ୍ଦ୍ର ସରକାର ଖୁବଶୀଘ୍ର ନିଷ୍ପତି ନେଇପାରନ୍ତି ବୋଲି ଶୁଣିବାକୁ ମିଳିଛି। ଏହାଦ୍ୱାରା ନକଲି ଡ୍ରାଇଭିଙ୍ଗ ଲାଇସେନ୍‌ସ ସମସ୍ୟା ଦୂର କରିଯାଇପାରିବ। ଏହି ପ୍ରକିୟା ପାଇଁ ଏକ ସଫ୍‌ଟଓ୍ଵୟାମର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ସଡକ ସୁରକ୍ଷାକୁ ନେଇ ଗଠିତ ହୋଇଥିବା ସମିତି ଏନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟକୁ ପ୍ରଦାନ କରିଛନ୍ତି । ଏହି ସମିତିର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ଜଜ କେଏସ ରାଧାକୃର୍ଷ୍ଣନଙ୍କୁ ନିଯୁକ୍ତି ଦିଆଯାଇଛି ।

ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏହି ରିପୋର୍ଟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏବେ ବିଭିନ୍ନ ଆକାଉଣ୍ଟରେ ଆଧାର ଲିଙ୍କ କରିବାକୁ କେନ୍ଦ୍ର ସରକାର ଯେଉଁ ନିୟମ ଆଣିଛନ୍ତି ତାହା ଉପରେ ଶୁଣାଣି ଚାଲିଛି । ଏହି ରିପୋର୍ଟରେ ନକଲି ଡ୍ରାଇଭିଙ୍ଗ ଲାଇସେନ୍‌ସ ସମସ୍ୟା ଉପରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଏନେଇ ସଡ଼କ ପରିବହନ ମନ୍ତ୍ରାଳୟ ସଚିବଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ସମିତିର ଅଧ୍ୟକ୍ଷ ରାଧାକୃର୍ଷ୍ଣନ । ନକଲି ଡ୍ରାଇଭିଙ୍ଗ ଲାଇସେନ୍‌ସ ସମସ୍ୟା ରୋକିବା ପାଇଁ ଏବେ ସାରଥୀ-୪ ସଫ୍‌ଟୱେୟାର ପ୍ରସ୍ତୁତ କରାଯାଉଛି । ଏହାଦ୍ୱାରା ଦେଶର ସମସ୍ତ ଡ୍ରାଇଭିଙ୍ଗ ଲାଇସେନ୍‌ସକୁ ଆଧାର ସହ ଲିଙ୍କ କରାଯିବ । ଫଳରେ ଦେଶର କୌଣସି ସ୍ଥାନରେ ମଧ୍ୟ ନକଲି ଡ୍ରାଇଭିଙ୍ଗ ଲାଇସେନ୍‌ସ ପ୍ରସ୍ତୁତ କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର