ଛୋଟ ପିଲାଙ୍କୁ ମାଡମାରିଲେ ଅଭିଭାବକଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ!

ଏଣିକି ଆଉ ପିଲାଙ୍କ ଦେହରେ ହାତ ଦେଇପାରିବେନି ବାପାମାଆ । ଛୋଟ ପିଲାଙ୍କୁ ମାଡମାରିଲେ ଅଭିଭାବକଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ଏଭଳି ହିଁ ଏକ ବିଲ୍ ଖୁବ୍ ଶୀଘ୍ର ଆଣିବାକୁ ଯୋଜନା କରୁଛି ସ୍କର୍ଟଲାଣ୍ଡ । ସ୍କର୍ଟଲାଣ୍ଡର ସଂସଦ ଛୋଟ ପିଲାଙ୍କ ସହିତ ହେଉଥିବା ମାରପିଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଖୁବ୍ ଶୀଘ୍ର ହିଁ ଏକ ପ୍ରସ୍ତାବ ଆଣିପାରନ୍ତି । ତେବେ ଏହି ନିୟମ ଲାଗୁ ନେଇ ସାଂସଦମାନଙ୍କର ଏକ କମିଟି ଜନତାଙ୍କ ମତାମତ ନେବା ବି ଆରମ୍ଭ କରିଦେଲେଣି ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ସ୍କର୍ଟଲାଣ୍ଡ ଏହି ବିଲ୍ ଆଣିବା ନେଇ ଏକ ସର୍ଭେ କରିଥିଲା । ଏଥିରେ ୧୦୨୪ ଭୋଟର୍ସଙ୍କର ରାୟ ନିଆଯାଇଥିଲା , ଯାହାର ଫଳାଫଳ ଆଶ୍ଚର୍ଯ୍ୟ କରିଦେଲା ଭଳି ରହିଥିଲା । ତେବେ ଛୋଟ ପିଲାଙ୍କୁ ମାଡମାରିବା ଉପରେ ଲାଗୁ ହେବାକୁ ଥିବା ପ୍ରତିବନ୍ଧକର ସମର୍ଥନ କରିବା ପରିବର୍ତ୍ତେ ଅଧିକାଂଶ ଲୋକେ ଏହାକୁ ଜରୁରୀ ବୋଲି ମତାମତ ଦେଇଥିଲେ । ମାତ୍ର ୩୦ ପ୍ରତିଶତ ଲୋକ ହିଁ ପିଲାଙ୍କୁ ମାଡ ମାରିବା ଉପରେ ଲାଗୁ ହେବାକୁ ଥିବା ପ୍ରତିବନ୍ଧକକୁ ସମର୍ଥନ କରିଥିଲେ । ସେହିପରି , ୫୩ ପ୍ରତିଶତ ଲୋକଙ୍କ କହିବା କଥା ହେଲା କି, ବାପାମାଆଙ୍କ ନିକଟରେ ନିଜ ପିଲାଙ୍କୁ ମାରିବାର ଅଧିକାର ରହିବା ଉଚିତ । ସେହିପରି ୧୭ ପ୍ରତିଶତ ଲୋକ ଏହି ମାମଲାରେ ସ୍ପଷ୍ଟ ଭାବରେ କୌଣସି ରାୟ ଦେଇନଥିଲେ । ପାଖାପାଖି ଏକ ବର୍ଷ ପୂର୍ବେ ହୋଇଥିବା ଏଭଳି ହିଁ ଏକ ସର୍ଭେରେ ପାଖାପାଥି ୭୫ ପ୍ରତିଶତ ଲୋକ ପିଲାଙ୍କୁ ମାଡମାରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥ କରିଥିଲେ।

ସେହିପରି ଯଦି ସାଂସଦରେ ଏହି ବିଲଟି ପାସ ହୋଇଯାଏ ତେବେ ବାପା-ମାଆ ନିଜର ପିଲାମାନଙ୍କୁ ପିଟି ପାରିବେ ନାହିଁ । ଯାହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । କାହିକି ନା କିଛି ଲୋକଙ୍କର ଭାବନା ରହିଛି କି, ଶାରୀରିକ ଦଣ୍ଡ ଦେବା ସହିତ ପିଲାମାନଙ୍କର ଅଧିକାର ଶେଷ ହୋଇଯାଇଥାଏ । ସେହିପରି କିଛି ଲୋକଙ୍କର ମାନିବା କଥା ହେଲା କି, ଛୋଟ ପିଲାଙ୍କୁ ମାଡମାରିବାର ଅଧିକାର ପ୍ରତ୍ୟେକ ବାପାମାଆଙ୍କ ନିକଟରେ ରହିବା ଉଚିତ।

ଛୋଟ ପିଲାଙ୍କୁ ପିଟିବାର ଅଧିକାର ଛଡାଇନେବା ଭୁଲ

ଏହି ବିଲର ବିରୋଧରେ ବି ସ୍ୱର ଉତ୍ତଳନ ହୋଇଛି । ସ୍କର୍ଟଲାଣ୍ଡର ଏକ ସଂଗଠନ ଏହି ବିଲବିରୋଧରେ ଅଭିଯାନ ଚଳାଇଛି । ସଂଗଠନର କହିବା କଥା ହେଲା କି, ଯଦି ପିଲାଙ୍କୁ ପିଟିବା ବିରୋଧରେ କଟକଣା ଲଗାଯାଏ ତେବେ ବାପାମାଆ ଅପରାଧି ଭାବରେ ନଜର ଆସିବେ । ସଂଗଠନର ପ୍ରବକ୍ତାଙ୍କ ମୁତାବକ, ସାରା ଦେଶରେ ପାଖାପାଖି ୧୪୦ ଦେଶ ଏଭଳି ରହିଛି ,ଯେଉଁଠି ବାପାମାଆଙ୍କ ସ୍ୱାଧିନତା ଏବଂ ଦାୟିତ୍ୱର ସମ୍ମାନ କରାଯାଏ, ଯାହାଦ୍ୱାରା ସେମାନେ ନିଜର ପିଲାଙ୍କୁ ଅନୁଶାସିତ କରିପାରିବେ । ସେହିପରି, ସ୍କର୍ଟଲାଣ୍ଡରେ ଏଭଳି ପ୍ରକାରର ବିଲ ବାପା-ମାଆଙ୍କଠାରୁ ପିଲାମାନଙ୍କୁ ଖରାପ ବ୍ୟକ୍ତି ବନିବା ପୂର୍ବରୁ ରୋକିବାର ଜରିଆରେ ବି ଛଡାଇନେବ ।

ସମ୍ବନ୍ଧିତ ଖବର