ଏଣିକି ଉଚ୍ଚସ୍ୱରରେ ବାରମ୍ବାର ହର୍ଣ୍ଣ ମାରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ!

ହର୍ଣ୍ଣ ମାରିଲେ ମିଳିବ ଦଣ୍ଡ। ଉଚ୍ଚସ୍ୱରରେ ବାରମ୍ବାର ହର୍ଣ୍ଣ ମାରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଖୁବ୍‌ଶୀଘ୍ର ଏଭଳି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର। ଦେଶରେ ଶଦ୍ଦ ପ୍ରଦୁଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାଦ୍ୱାରା ଲୋକଙ୍କଠାରେ ବଧିର ରୋଗ ତଥା ଶ୍ରବଣ ଶକ୍ତି ହ୍ରାସ ଜନିତ ସମସ୍ୟା ପରିଲକ୍ଷିତ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।

ବାରମ୍ବାର ତଥା ଉଚ୍ଚସ୍ୱରରେ ହର୍ଣ୍ଣ ମାରିବା ଦ୍ୱାରା ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଥି ସହିତ ହିଁ ଗାଡିର ହର୍ଣ୍ଣର ସୀମା ନିର୍ଦ୍ଧାରଣ କରାଯିବ। ସରକାର ହର୍ଣ୍ଣ ଦ୍ୱାରା ସୃଷ୍ଟି ହେଉଥିବା ଶଦ୍ଦର ତିବ୍ରତାକୁ କମାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଠାରେ ଆମେ କହି ରଖୁଛୁ କି, ଏହି ହ୍ରାସତା ବର୍ତ୍ତମାନ ସମୟରେ ନିର୍ଦ୍ଧାରିତ ସୀମାରେ ୧୦ ପ୍ରତିଶତ ଅଟେ। କେନ୍ଦ୍ରୀୟ ମୋଟର ବାହାନ ନିୟମ ଅନୁସାରେ ହର୍ଣ୍ଣ ପାଇଁ ଶଦ୍ଦର ରେଂଜ ୯୩ରୁ ୧୧୨ ଡେସିବୁଲ ରହିଛି।

ସଡକ ପରିବହନ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି, ଖୁବ ଶୀଘ୍ର ହିଁ ଏହି ସାମୀକୁ ୮୮ରୁ ୧୦୦ ଡେସିବୁଲ କରିବାକୁ ବିଚାର କରାଯାଉଛି। ମିଳିଥିବା ସୂଚନା ମୁତାବକ, ଦେଶରେ ଶଦ୍ଦ ପ୍ରଦୁଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାଦ୍ୱାରା ଲୋକଙ୍କଠାରେ ବଧିର ରୋଗ ତଥା ଶ୍ରବଣ ଶକ୍ତି ହ୍ରାସ ଜନିତ ସମସ୍ୟା ପରିଲକ୍ଷିତ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଏନେଇ ମନ୍ତ୍ରାଳୟ ପକ୍ଷରୁ ଉଭୟ ଅଟୋମୋବାଇଲ କଂପାନୀ ଏବଂ ସୋସାଇଟ୍‌ ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫାକ୍ଟର୍ସ ସହ ମଧ୍ୟ ଆଲୋଚନା ସରିଛି ।

ଏଠାରେ ଆମେ କହି ରଖୁଛୁ କି, ମନ୍ତ୍ରାଳୟ ପାଇଁ ଯାନବାହନରେ ବ୍ୟବହୃତ ହେଉଥିବା ହର୍ଣ୍ଣ ତ ଏକ ଚ୍ୟାଲେଂଜ ଏଥିସହିତ ହିଁ ଚାଳକମାନେ ଗାଡିରେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାରର ହର୍ଣ୍ଣ ତଥା ପ୍ରେସର ହର୍ଣ୍ଣ ଏବଂ ମଲ୍‌ଟିଟୋନ ହର୍ଣ୍ଣର ଡେସିବୁଲ ପ୍ରସ୍ତାବିତ ମୋଟର ନିୟମର ମାନକଠାରୁ ବହୁତ ଅଧିକ ରହିଛି।

ସମ୍ବନ୍ଧିତ ଖବର