ଦେଖନ୍ତୁ: କିପରି ଘରେ ପଶିଥିବା ନାଗସାପକୁ ଆଈ ମା’ ଘୋଷାଡ଼ି ଘୋଷାଡ଼ି ବାଡ଼ି ଅଗଣାରେ ଫିଙ୍ଗି ଦେଉଛନ୍ତି

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ସମସ୍ତଙ୍କର ମନରେ ଏକ ପ୍ରକାରର ଭୟ ଖେଳି ଯାଇଥାଏ। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ଏକ ଅହିରାଜ ସାପକୁ ବାଲଟି ବାଲଟି ପାଣିରେ ସ୍ନାନ କରାଉଥିବା ବେଳେ ଜଣେ ବନ ଅଧିକାରୀ ନାଗ ସାପକୁ ପାଣି ପିଆଉ ଥିବାର ଦୃଶ୍ୟ ଆମେ ଦେଖିବାକୁ ପାଇଥିଲେ। ଏହି କ୍ରମରେ ଜଣେ ଆଈ ମା’ ଭୟ ନକରି ରାଗ ତମତମ ହୋଇ ଗୋଟିଏ ସାପକୁ ଧରି ନେଉ ଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Fearless Grandma Drags Cobra, Tosses It Away In Jaw-Dropping Video ...
YouTube

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଆଈ ମା’ ତାଙ୍କ ଘରେ ପଶି ଥିବା ଏକ ନାଗ ସାପକୁ ନମାରି ଜୀବନ୍ତ ଅବସ୍ଥାରେ ଦୌଡ଼ି ଭଲି ଭିଡ଼ିଭିଡ଼ି ନେଇ ଯାଉଛନ୍ତି। ରାଗ ତମତମ ହୋଇ କିଛି ବାଟ ସାପକୁ ଘୋଷାଡ଼ି ଘୋଷାଡ଼ି ନେବା ପରେ ଘର ପାଖରେ ଥିବା ବାଡ଼ି ଅଗଣାରେ ଫିଙ୍ଗି ଦେଉଛନ୍ତି। ତେବେ ସେ ଜୀବନ୍ତ ବିଷଧର ସାପକୁ ଧରିଥିବା ସମୟରେ ଆଦୌ ଭୟ କରୁ ନଥିବା ବି ଦେଖିବାକୁ ମିଳୁଛି।

 

ସୁଶାନ୍ତ ନନ୍ଦ ନାମକ ଜଣେ ବ୍ୟକ୍ତି ଆଈ ମା’ଙ୍କ ଏହି ସାପ ଧରା ଭିଡିଓକୁ ମଇ ୨୬ ତାରିଖରେ ସେୟାର କରିଛନ୍ତି। ସେୟାର କରିବା ପରେ ପରେ ଏଯାବତ ଏହି ଭିଡିଓକୁ ୪୭ହଜାରରୁ ଅଧକ ଲୋକ ଦେଖିସାରିଲେଣି। ଏଥିସହିତ ଏହି ଭିଡିଓକୁ ୩ହଜାରରୁ ଅଧିକ ଲାଇକ୍ସ ଓ ହଜାରରୁ ଅଧିକ ରି-ଟୁଇଟ ମିଳି ସାରିଲାଣି। ଏହି ଆଈ ମା’ ଓ ନାଗ ସାପର ଭିଡ଼ିଓକୁ ରେଡିଟରେ ଦୁଇଦିନ ପୂର୍ବରୁ ସେୟାର କରାଯାଇଥିଲା।

ସମ୍ବନ୍ଧିତ ଖବର