କର୍ଣ୍ଣାଟକର ପତ୍ତଡ଼କଲ ଅନ୍ତର୍ଗତ ଏକ ଛୋଟିଆ ଗାଁ’ରୁ ଆବିଷ୍କୃତ ହେଲା ‘ଚାଲୁକ୍ୟ ବ˚ଶଜଙ୍କ ସମାଧି’

କର୍ଣ୍ଣାଟକର ପତ୍ତଡ଼କଲ ଅନ୍ତର୍ଗତ ଏକ ଛୋଟିଆ ଗାଁରେ ଚାଲୁକ୍ୟ ବ˚ଶଜ ରାଜାମାନଙ୍କର ମୋଟ ଏଗାରଟି ସମାଧି ଆବିଷ୍କୃତ ହୋଇଛି। ଚାଲୁକ୍ୟ ବ˚ଶଜ ରାଜାମାନେ ବାଦାମୀ, ପତ୍ତଡ଼କଲ, ଏହୋଲ ଆଦିରେ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ବିଶାଳ ମନ୍ଦିର ତୋଳାଇଥିଲେ। ତେବେ, ଏହି ରାଜବ˚ଶଜମାନେ ନିର୍ଦିଷ୍ଟ ଭାବେ କେଉଁ ଅଞ୍ଚଳରେ ବାସକରୁଥିଲେ, ଜଣାଯାଏନାହିଁ। ଏ ବାବଦରେ ନା ସେମାନେ କୌଣସି ଲିଖିତ ଦସ୍ତାବିଜ ଛାଡ଼ିଯାଇଥିଲେ ନା କୌଣସି ପ୍ରମାଣ। ସେମାନେ ସ˚ଭବତଃ ନିଜର ସମାଧିଗୁଡ଼ିକୁ ମଧ୍ୟ ଗୁପ୍ତ ରଖିବାକୁ ଚାହୁଁଥିଲେ। ଐତିହାସିକ-ଗବେଷକମାନେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମାଧି ଖୋଜିଆସିଥିଲେ। ଏବେ ସମାଧି ରହସ୍ୟ ଉନ୍ମୋଚିତ ହୋଇଥିବା ଦାବି କରିଛନ୍ତି ଐତିହାସିକ ମ˚ଜୁନାଥ ସୁଲୋଲୀ। ସେ ହୁଲିଜିମ୍ମାନାକୋଲା ଗ୍ରାମରେ ଥିବା ଏଗାରଟି କ୍ଷୁଦ୍ର ମନ୍ଦିର ଭଳି ସ୍ଥାପତ୍ୟକୁ ହିଁ ସେମାନଙ୍କର ସମାଧି ଦର୍ଶାଇଛନ୍ତି। ପ୍ରତିଟି ମନ୍ଦିରରେ ଶିବଲିଙ୍ଗ ଥିବାରୁ, ଆଜି ପର୍ଯ୍ୟନ୍ତ ସେଗୁଡ଼ିକ ଶୈବପୀଠ ବୋଲି ଗ୍ରହଣ କରାଯାଇଆସିଥିଲା। ତେବେ, ମ˚ଜୁନାଥଙ୍କ ଗବେଷଣା ସୂତ୍ରରୁ ପ୍ରକାଶ ଯେ, ସମାଧି ଉପରେ ଲିଙ୍ଗ ସ୍ଥାପନ ଚାଲୁକ୍ୟ ପର˚ପରା। ଗୋଟିଏ ମନୋନୀତ ସ୍ଥାନରେ ସମସ୍ତ ସମାଧି ନିର୍ମାଣ ବି ଚାଲୁକ୍ୟ ପର˚ପରା। କାର୍ବନ ଡେଟି˚ କରାଗଲେ ଅଧିକ ତଥ୍ୟ ମିଳିବ ବୋଲି ମ˚ଜୁନାଥ ଆଶାବାଦୀ।

ସମ୍ବନ୍ଧିତ ଖବର