ମା’ଙ୍କ ମୃତ୍ୟୁରେ ଦୁଃଖୀ ଝିଅ ଖାଉଛନ୍ତି ମା’ଙ୍କ ପାଉଁଶ !

ଡ଼େବ୍ରା ପର୍‌ସୋନ୍‌ସ ନାମକ ଜଣେ ଯୁବତୀ ତାଙ୍କ ମା’ଙ୍କ ମୃତ୍ୟୁ ପରେ ବହୁତ ଭାଙ୍ଗି ପଡ଼ିଥିଲେ । ନିଜ ମା’ଙ୍କ ଅସ୍ଥିକୁ ବିର୍ସଜନ ନ କରି ପାଖରେ ରଖିବା ସହ ତାକୁ ପ୍ରତିଦିନ ସଂସ୍କାର ପରେ ମିଳିଥିବା ପାଉଁଶ ଖାଇବା ଆରମ୍ଭ କରିଥିଲେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ମା’ଙ୍କୁ ନିଜ ଭିତରେ ବଞ୍ଚାଇ ରଖିବାକୁ ସେ ଏଭଳି କରିଥିବା ଜଣା ପଡ଼ିଛି । ଏହି ଘଟଣାଟି ଫୋକ୍‌ଷ୍ଟୋନ୍‌, କେଣ୍ଟ୍‌ରେ ଘଟିଛି ।

ଡ଼େବ୍ରା ପର୍‌ସୋନ୍‌ସଙ୍କ ମା’ ମେ ମାସରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ଯାହା ଦ୍ୱାରା ଡ଼େବ୍ରା ବହୁତ ଭାଙ୍ଗି ପଡ଼ିଥିଲେ । ଏହା ପର ଠାରୁ ସେ ଯେତେ ସମ୍ଭବ ତାଙ୍କ ମା’ଙ୍କୁ ପାଖରେ ରଖିବା ପାଇଁ ପାଉଁଶ ଖାଇବା ଆରମ୍ଭ କରିଥଲେ । ଏହି କଥାରେ କିଛି ସତ୍ୟତା ଅଛି କି ନାହିଁ ବୋଲି ତାଙ୍କୁ ପଚରା ଯିବା ପରେ ସେ ହଁ ଭରିଥିଲେ । ଏଇଟା ହିଁ ଗୋଟେ ଜିନିଷ ଯାହା ଖ୍ରୀଷ୍ଟମାସରେ ମୋ ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିବ ।

The Sun

ଏହା ଶୁଣିବା ପରେ ଲୋକମାନେ ମୋତେ ପାଗଳ ଭାବି ପାରନ୍ତି । କିନ୍ତୁ ମୁଁ ମୋ ନିଜକୁ ଏହା କରିବା ପାଇଁ ରୋକି ପାରୁନି । ଏହା ଖାଇବା ଦ୍ୱାରା ହିଁ ମୁଁ ମୋ ମା’ଙ୍କ ସହ ଯୋଡ଼ି ହୋଇ ରହିଥିବାର ଅନୁଭବ କରି ପାରୁଛି । ସେ ମୋ ଭିତରେ ବଞ୍ଚିଛନ୍ତି ବୋଲି ମୁଁ ଅନୁଭବ କରି ପାରୁଛି । ଯଦି ମୁଁ ତାଙ୍କର ଏକ ଅଂଶ ତେବେ ସେ ମୋ ଶରୀରରେ ନିଶ୍ୱାସ ନେଇ ପାରିବେ । ମୋ ନିଶ୍ୱାସ ହେଉଛି ତାଙ୍କ ନିଶ୍ୱାସ ।
ସୂଚନା ଅନୁଯାୟୀ, ଡ଼େବ୍ରାଙ୍କ ମା’ ଚାଲିଯିବା ପରେ ତାଙ୍କର ମାଉସୀ ତାଙ୍କୁ ତାଙ୍କ ମା’ଅସ୍ଥିି ହସ୍ତାନ୍ତର କାରିଥିଲେ । ପର ମୁହୁର୍ତ୍ତରେ ଡ଼େବ୍ରା ଏହା ସହ କ’ଣ କରିବେ ବୋଲି ସେ ଜାଣି ନଥିଲେ । ସେ ସେହି ପାଉଁଶକୁ ନେଇ ସ୍ୟାଣ୍ଡଉଇଚ୍‌ ବ୍ୟାଗ୍‌ରେ ରଖିବା ସହ ନିଜ ପାଖରେ ରଖି ଶୋଉଥିଲେ ।

ଡ଼େବ୍ରାଙ୍କ କହିବା ଅନୁଯାୟୀ, “ଗୋଟେ ଦିନ ମୁଁ ସେ ବକ୍ସକୁ ଖୋଲିଥିଲି । ଏହ ପରେ ମୁଁ ମୋ ହାତ ସେ ପାଉଁଶ ଭିତରେ ରଖିଥିଲି । ମୁଁ କିଛି ଜାଣିବା ପୂର୍ବରୁ ସେ ପାଉଁଶକୁ ମୁଁ ମୋ ପାଟିରେ ପକାଇ ସାରିଥିଲି । ଖାଇବା ପରେ ମୋତେ ତାର ସ୍ୱାଦ ବହୁତ ଭଲ ଲାଗିବା ସହ ମାନସିକ ଖୁସି ଦେଇଥିଲା । ଏହା ପରଠାରୁ ମୁଁ ଏହାକୁ ଖାଇବା ଆରମ୍ଭ କଲି । ଏହା ମୋତେ ମୋ ମା’ଙ୍କ ସହ ଆଜି ପର୍ଯ୍ୟନ୍ତ ଯୋଡ଼ିି ରଖିଛି। ”
ଅନ୍ୟ ପକ୍ଷରେ ସେ ତାଙ୍କ ମା’ଙ୍କୁ ଖ୍ରୀଷ୍ଟମାସର ଏକ ଅଂଶ କରିବା ପାଇଁ ଲଞ୍ଚ ପାଇଁ ତିଆରି ହେବାକୁ ଥିବା ସବୁ ଖାଦ୍ୟରେ ପାଉଁଶ ପକାଇବା ସହ ତାଙ୍କ ମା’ଙ୍କ ଫଟୋକୁ ଡ଼ାଇନିଙ୍ଗ ଉପରେ ରଖି ଏହି ଦିନକୁ ପାଳନ କରିବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର