କାହିଁକି କନ୍ୟା ପିତାଙ୍କୁ ୨୦ହଜାର ଦେଇ ବିବାହ କଲା ବର ଜାଣନ୍ତୁ

ପାଟନା: ବିହାରର ବେତିୟା ସିତାବ ଦିୟାରାରେ ସୋମବାର ଝିଅର ଶାଶୁଘରକୁ ବିଦାଇ ସମୟରେ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କୁ ଭାବୁକ ହୋଇପଡ଼ିଥିଲେ। ଏହି ବିବାହରେ ବରପକ୍ଷ ଯୌତୁକ ନେବା ତ ଦୂରର କଥା ଓଲଟି କନ୍ୟା ପକ୍ଷରୁ ୨୦ ହଜାର ଟଙ୍କା ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୁନ୍‌ ୨୫ ତାରିଖରେ ଝିଅର ବିବାହ ସ୍ଥିର ହୋଇଥିଲା। ଏଥିପାଇଁ କନ୍ୟା ଘର ଲୋକ ବିବାହ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଦୁର୍ଭାଗ୍ୟବଶତଃ ଏହି ପ୍ରସ୍ତୁତି ଚାଲିଥିବା ସମୟରେ ଅର୍ଥାତ୍‌ ଜୁନ୍‌୧୭ ତାରିଖରେ ହଠାତ କୌଣସି କାରଣବଶତଃ ସିଲିଣ୍ଡର ଫାଟି  ଗ୍ରାମର ୧୮ଟି ଘର ଜଳି ଯାଇଥିଲା। ଏଥିରେ ବିବାହ ହେବାକୁ ଥିବା କନ୍ୟାର ମାତା-ପିତା ଓ ଅନ୍ୟ ଜଣେ ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ ବି ତିନିଜଣଙ୍କ ଅବସ୍ଥା ଗମ୍ଭୀର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏହି ବିସ୍ଫୋରଣରେ ବିବାହ ପାଇଁ ଆସିଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା। ଏଭଳି ଅବସ୍ଥାରେ ଗ୍ରାମବାସୀ ଯୁବତୀଙ୍କ ସାହାରା ବନିଥିଲେ। ବାପା-ମାଆଙ୍କ ଭଳି ସୋମବାର କନ୍ୟାକୁ ବିବାହ କରାଇ ଥିଲେ। କନ୍ୟା ଘରର ଏଭଳି ଅବସ୍ଥା ଦେଖି ବର ଜୟକୁମାର ବେଦି ଉପରେ ଯୌତୁକ ନେବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଓଲଟି କନ୍ୟା ଘରକୁ ୨୦ହଜାର ଟଙ୍କା ସାହାଯ୍ୟ କରିଥିଲେ ଓ ପତ୍ନୀଙ୍କୁ ସାଥୀରେ ଧରି ନିଜ ଘରକୁ ଯାଇଥିଲେ। ଏହି ବିବାହରେ ସମ୍ପୂର୍ଣ୍ଣ ଗ୍ରାମବାସୀ ଭାବବିହେ୍ଵାଳ ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର