୩୨ କିଲୋମିଟର ଦୂରରେ ରହି ଟେଲି ରୋବୋଟିକ୍‌ କୋରୋନାରି ସର୍ଜରି କରିଲେ ଡାକ୍ତର , ଏହା ବିଶ୍ୱରେ ସର୍ବପ୍ରଥମ

ଅହମଦାବାଦ: ଗୁଜୁରାଟର ଅହମଦାବାଦ୍‌ ସହରର ଜଣେ ହୃଦ୍‌ରୋଗ ବିଶେଷଜ୍ଞ ଗତକାଲି ଜଣେ ରୋଗୀଙ୍କର ରୋବୋଟ ନିୟନ୍ତ୍ରିତ ଉପକରଣର ସହାୟତାରେ ୩୨ କିଲୋମିଟର ଦୂର ସ୍ଥାନରେ ଟେଲି ରୋବୋଟିକ୍‌ କୋରୋନାରି ସର୍ଜରି କରିଥିବା ଜଣାଯାଇଛି। ଏହି ହୃଦରୋଗ ବିଶେଷଜ୍ଞର ଦାବି ଏହା ହେଉଛି ବିଶ୍ୱର ସର୍ବପ୍ରଥମ ‘ଟେଲି ରୋବୋଟିକ୍‌ କୋରୋନାରି’ସର୍ଜରି।
ଗାନ୍ଧୀନଗର ଅକ୍ଷରଧାମ ମନ୍ଦିର ପରିସରରେ ଡାକ୍ତର ତେଜସ୍‌ ପଟେଲ୍‌ ମହିଳା ରୋଗୀଙ୍କର ସର୍ଜରି କରିଥିଲେ ଯିଏ କି ଅହମଦାବାଦରେ ଏପ୍‌କମ୍‌ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ଅପେରସନ୍‌ ଥିଏଟର ଥିଲେ। ଡାକ୍ତର ପଟେଲ୍‌ ଏହି ସର୍ଜରି ଲାଗି ଟେଲି ରୋବୋଟିକ୍‌ସ ବୈଷିୟିକ ଜ୍ଞାନ କୌଶଳର ପ୍ରୟୋଗ କରିଥିଲେ। ରୋବୋଟିକ୍‌ ପ୍ରଣାଳୀ ଅପରେସନ୍‌ ଇଣ୍ଟରନେଟ୍‌ ସହିତ ଯୋଡି ଥିଲେ। ଡାକ୍ତର ପଟେଲ୍‌ ମନ୍ଦିରରେ ବସି ବଟନ୍‌କୁ ଏପଟ ସେପଟ କରି ରୋଗୀର ଧମନିକୁ ସଫା କରିଥିଲେ ସେଥିରେ ଷ୍ଟେଣ୍ଟ ଦେଇଥିଲେ। ଏହା ବିଶ୍ୱର ପ୍ରଥମ ପରକ୍ୟୁ ନିୟସ୍‌ କୋରୋନାରି ଇଣ୍ଟରଭେନ୍‌ସନ୍‌ ହୋଇଥିବା ହେତୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏହାର ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର