ଏପରି ଏକ ଗାଁ ଯେଉଁଠି ମଣିଷଠାରୁ କୁୁକୁର ଅଧିକ ଧନୀ, କାରଣ ଜାଣନ୍ତୁ

ମେହସାଣା: ଗୁଜୁରାଟର ଏକ ଗାଁରେ ମଣିଷଠାରୁ କୁକୁର ଅଧିକ ଧନୀ ବୋଲି ଖବର ପ୍ରକାଶ ପାଇଛି। ଏହି ଗ୍ରାମରେ ଏଭଳି ଏକ ଟ୍ରଷ୍ଟ ରହିଛି, ଯାହାକି କେବଳ କୁକୁରମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଆଉ ଏଥିରେ ପାଖାପାଖି ୨୧ ଏକର ଜମି କେବଳ କୁକୁରମାନଙ୍କର ହିଁ ରହିଛି । ଏହି ଜମିର ଆନୁମାନିକ ମୂଲ୍ୟ ସାଢେ ତିନି କୋଟି ରହିଛି । ଟ୍ରଷ୍ଟ ନିକଟରେ ପାଖାପାଖି ୭୦ଟି କୁକୁର ଅଛନ୍ତି । ଆଉ ଏଠାରେ ଥିବା ପ୍ରତିଟି କୁକୁର ହେଉଛନ୍ତି କୋଟିଏ ଟଙ୍କାର ମାଲିକ ।

ଟ୍ରଷ୍ଟର ଅଧ୍ୟକ୍ଷଙ୍କ କହିବାନୁସାରେ, କୁକୁରମାନଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖିବାର ପରମ୍ପରା ବିଗତ ଦିନରୁ ଚାଲି ଆସୁଛି। ଯାହାକି ଜୀବେଦୟାକୁ ଦର୍ଶାଇଥାଏ । ଏହି ପରମ୍ପରାର ଆରମ୍ଭ ଧନୀ ଶ୍ରେଣୀର ଲୋକମାନେ ନିଜର କିଛି ଜମିକୁ ଛୋଟ ଛୋଟ ଭାଗ ଦାନ କରି ଦେଇଥିଲେ । ସେତେବେଳେ ଏହି ଜମିର ଦାମ ଅଧିକ ନଥିଲା । କିଛି ମାମଲାରେ ତ ଲୋକେ ଟ୍ୟାକ୍ସ ଦେଇ ନପାରି ଜମି ଦାନ ଦେଇଦେଉଥିଲେ । ଯାହାକି ଏହି ଟ୍ରଷ୍ଟର ମାଲିକାନାରେ ରହିଛି । ସେହିପରି ଜମିର ଦାମ ବଢିବା ସତ୍ତ୍ୱେ ବି ସେମାନେ ଦାନ କରିଥିବା ଜମିକୁ ଫେରାଇ ନେଇନାହାନ୍ତି ।

କାରଣ ଏଠିକାର ଲୋକମାନଙ୍କ ବିଶ୍ୱାସ ରହିଛି କି, ଦାନ କରାଯାଇଥିବା ଜମିକୁ ପୁଣି ଥରେ ଫେରାଇ ଆଣିବା ଅଶୁଭ ଅଟେ । ଏହାଛଡା ଟ୍ରଷ୍ଟର କିଛି ଭାଗ ଜମି ପ୍ରତିବର୍ଷ ନିଲାମ କରାଯାଇଥାଏ । ଆଉ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଦେବା ପାଇଁ ଘୋଷଣା କରେ ତାକୁ ହିଁ ବର୍ଷକ ପାଇଁ ସେହି ପ୍ଲଟର ମାଲିକାନା ମିଳିଥାଏ । ଅନ୍ୟପଟେ, ଏହି ନିଲାମୀରୁ ମିଳୁଥିବା ଟଙ୍କା ପାଖାପାଖି ୧ଲକ୍ଷ ହୋଇଥାଏ ଏବଂ ଏହି ଟଙ୍କାକୁ କୁକୁରଙ୍କ ସେବାରେ ହିଁ ଖର୍ଚ୍ଚ କରାଯାଇଥାଏ ।

ସମ୍ବନ୍ଧିତ ଖବର