ଭାରତୀୟ ବୈଜ୍ଞାନିକ ପ୍ରସ୍ତୁତ କଲେ ପ୍ଲାଜମା ଜଳ, ଥରେ ଧୋଇଲେ ୪୦ ଦିନ ସତେଜ ରହିବ ପନିପରିବା

ଅହମ୍ମଦାବାଦ : ଭାରତୀୟ ବୈଜ୍ଞାନିକଙ୍କର ଅନ୍ତର୍ଜାତୀୟ ସ୍ତରରେ ସୁନାମ ରହିଛି। ନିକଟରେ ଏକ ଚମତ୍କାର ଉଦ୍ଭାବନ କରିଛନ୍ତି ଦେଶୀ ବୈଜ୍ଞାନିକ। ଏଇ ଉଦ୍ଭାବନଟି ହେଲା ଏକ ବିଶେଷ ଗୁଣ ଥିବା ଜଳ। ଏଣିକି ଆଉ ଏତେ ଶୀଘ୍ର ଖରାପ ହେବନି ଆପଣଙ୍କ ପନିପରିବା । ବାସୀ ପନିପରିବାକୁ ଥରେ ଧୋଇଲେ ୪୦ ଦିନ ଯାଏଁ ସତେଜ ରହିବ । ଏଥିପାଇଁ କୌଣସି କେମିକାଲ କିମ୍ବା ରାସାୟନିକ ପଦାର୍ଥର ବ୍ୟବହାର କରିବାକୁ ପଡ଼ିବନି । କେବଳ ବୈଜ୍ଞାନିକମାନେ ବିକଶିତ କରିଥିବା ଚମତ୍କାର ଜଳକୁ ବ୍ୟବହାର କରିବାକୁ ପଡ଼ିବ । ଗୁଜରାଟର ଇନଷ୍ଟିଚ୍ୟୁଟ ଫର ପ୍ଲାଜମା ରିସର୍ଚ୍ଚର ବୈଜ୍ଞାନିକମାନେ ଏଭଳି ଚମତ୍କାର ଜଳ ପ୍ରସ୍ତୁତ କରିଛନ୍ତି ଯାହା ଇ-କୋଲି, ବ୍ୟାକ୍ଟେରିଆ ଓ ଅନ୍ୟାନ୍ୟ ଭୂତାଣୁକୁ ନଷ୍ଟ କରିପାରିବ । ଟମାଟୋ ଓ ଆଳୁକୁ ଥରେ ଏହି ପାଣିରେ ଧୋଇଲେ ଏହା ୪୦ ଦିନ ପର୍ଯ୍ୟନ୍ତ ସତେଜ ରହିବ ।

thebetterindia.com

ଆଇପିଆର ବୈଜ୍ଞାନିକ ସାଧାରଣ ପାଣିକୁ ନନ ଥର୍ମାଲ ପ୍ଲାଣ୍ଟରେ ଟ୍ରିଟ କରି ପ୍ଲାଜାମା ଆକ୍ଟିଭେଟେଡ଼ ୱାଟର ବା ଚମତ୍କାର ଜଳ ବିକଶିତ କରିଛନ୍ତି । ଏହାକୁ ଏବେ ପରୀକ୍ଷଣ କରାଯାଇଛି । ଏହି ଜଳକୁ ସିଞ୍ଚନ କରିବାର ମାତ୍ର କିଛି କ୍ଷଣ ମଧ୍ୟରେ ଏହା ପନିପରିବାରୁ ଇ-କୋଲି, ବ୍ୟାକ୍ଟେରିଆ ଓ ଭୂତାଣୁକୁ ନଷ୍ଟ କରିଥାଏ । ଏହି ପରୀକ୍ଷଣ ସଫଳ ହେଲେ ଏହା ଚାଷୀ ଓ ଗୃହଣୀ ମାନଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ ।

ସମ୍ବନ୍ଧିତ ଖବର