ଯୁବକ କାର୍ଡବୋର୍ଡରେ ବନାଇଲେ ଫାଇଟର ଏୟାରକ୍ରାଫ୍ଟର ମଡେଲ, ଫଟୋ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ
ଅହମ୍ମଦାବାଦ: ଅହମ୍ମଦାବାଦର ୨୧ବର୍ଷୀୟ ମିହିର ପଟେଲ କାର୍ଡବୋର୍ଡ ଜରିଆରେ ଫାଇଟର ଏୟାରକ୍ରାଫ୍ଟର ମଡେଲ ବନାଇଛନ୍ତି। ଏହାର ଫଟୋ ଦେଖି ଆପଣ ବି ଖୁସି ହୋଇଯିବେ। ମିହିର ପଟେଲ ଗୁଜୁରାଟର ଜେତଲପୁରର ନରନାରାୟଣ ଶାସ୍ତ୍ରୀ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପାଠପଢ଼ା ଶେଷ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିହିରି ୧୦ମ ଶ୍ରେଣୀରେ ପାଠପଢ଼ୁ ଥିବା ସମୟରେ ଏୟାରକ୍ରାଫ୍ଟ ବିଷୟରେ ତଥ୍ୟ ଏକାଠି କରିବା ଆରମ୍ଭ କରିଥିଲେ। ମିହିର ଏଭିଏସନ୍ ପାଠ ପଢ଼ି ତ ନାହାନ୍ତି, କିନ୍ତୁ କୌଣସି ବିମାନର ସ୍କେଲ୍ ମଡେଲ୍ ବନାଇବାରେ ସେ ମାହିର୍ । ଇଣ୍ଟରନେଟ ସାହାଯ୍ୟରେ ମିହିର ବିମାନର ସ୍କେଲ୍, ଡାଇମେନ୍ସନ୍ ଓ ଫଙ୍କସନ୍ ବିଷୟରେ ତଥ୍ୟ ଏକାଠି କରି ତାକୁ ବୁଝି ସ୍କେଲ୍ ମଡେଲ ବନାଇବା ଆରମ୍ଭ କରିଥିଲେ।
ଏହି ବିମାନକୁ ଦେଖି ଲଗୁଛି କି ଏହା ଟେକ୍ ଅଫ୍ କରିବାକୁ ଯାଉଛି। ସ୍କେଲ୍ ମଡେଲ ଅର୍ଥାତ୍ ବାସ୍ତବିକ ବିମାନର ପ୍ରତିବିମ୍ବ। ପାସେଞ୍ଜର ବିମାନ ବ୍ୟତୀତ ମିହିର ଭାରତୀୟ ବାୟୁସେନାରେ ବ୍ୟବହୃତ ହେବାକୁ ଥିବା ଫାଇଟର ଏୟାରକ୍ରାଫ୍ଟର ମଡେଲ ବି ବନାଇଛନ୍ତି।