ପେଚା ସହିତ ଟିକ୍‌ଟକ୍‌ ଭିଡିଓ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା, ଗଣିବାକୁ ପଡ଼ିଲା ତଣ୍ଡ

ସୁରଟ: ଗୁଜୁରାଟରେ ଜଣେ ଯୁବତୀଙ୍କୁ ଟିକ୍‌ଟକ୍‌ ଭିଡିଓ କରିବା ମହଙ୍ଗା ପଡ଼ିଛି। ଏହି ଯୁବତୀ ପେଚା ସହିତ କରୁଥିବା ଏକ ଟିକ୍‌ଟକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉକ୍ତ ଯୁବତୀ ଜଣକ ପେଚାକୁ ଧରି ଗୀତ ଗାଉଥିବା ଦେଖିବାକୁ ମିଳିଛି।

लोगों ने कर दी वाइल्डलाइफ संस्था से शिकायत
oneindia

ଯୁବତୀ ଓ ପେଚାଙ୍କ ଏହି ଭିଡିଓ ଭାଇରାଲ ହେଲା ପରେ ବନ୍ୟପ୍ରାଣୀ ଓ ପ୍ରକୃତି କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବନ ବିଭାଗକୁ ଏ ନେଇ ଅଭିଯୋଗ କରାଯାଇଥିଲା। ଏହାପରେ ବନବିଭାଗ ଉକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୫ହଜାର ଟଙ୍କା ଜରିମାନା କରିଥିଲେ। କେବଳ ଏତିକି ନୁହେଁ, ବନବିଭାଗ ସେହି କର୍ମଚାରୀଙ୍କ ଉପରେ ବି ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ଯେଉଁମାନେ କି ଏହି ଯୁବତୀଙ୍କ କଥା ଅନୁସାରେ ତାଙ୍କୁ ଟିକ୍‌ଟକ୍‌ ଭିଡିଓ ପାଇଁ ପେଚା ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ପେଚାକୁ ଧରି ଭିଡିଓ ରେକର୍ଡ କରିଥିବା ଯୁବତୀ ସୁରଟର ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ। ତାଙ୍କର ଟିକ୍‌ଟିକ୍‌ରେ ହଜାରହଜାର ଫଲୋୟର୍ସ ଅଛନ୍ତି। ସେଥିପାଇଁ ସେ ଅନେକ ସମୟରେ କିଛି ଅଲଗା କରି ଦେଖାଇବା ପାଇଁ ବିଭିନ୍ନ ରକମର ଭିଡିଓ ସୁଟ କରି ଥାଆନ୍ତି। କିନ୍ତୁ ଏଥରକ ପେଚା ସହିତ ଟିକ୍‌ଟକ୍‌ ଭିଡିଓ କରିବା କୀର୍ତ୍ତିଙ୍କୁ ମହଙ୍ଗା ପଡ଼ି ଯାଇଛି।

सूरत की टिक टॉक स्टार कीर्ति पटेल का वीडियो वायरल
oneindia.

କୀର୍ତ୍ତି ପଟେଲଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ମଧ୍ୟ କରାଯାଉଛି। ବନବିଭାଗ କୀର୍ତ୍ତିଙ୍କ ଉପରେ ଜରିମାନା ଲଗାଇବା ସହିତ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି କୀର୍ତ୍ତିଙ୍କୁ ବନବିଭାଗ ଜରିମାନା ଲଗାଇ ଯେଉଁ ରସିଦ ପଠାଇଥିଲେ ସେ ରସିଦ ସହିତ ସେ ଆଉ ଏକ ଟିକ୍‌ଟିକ୍‌ ଭିଡିଓ ରେକର୍ଡ କରି ଲୋକମାନଙ୍କୁ କ୍ଷମା ମାଗି ଏମିତି କାମ ନକରିବା ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର