ବୈଦିକ କାଳରେ କାହିଁକି ଲଣ୍ଡା ମୁଣ୍ଡରେ ଚୁଟି ରଖାଯାଉଥିଲା?

0 785

ଆମ ଭାରତୀୟ ସଂସ୍କୃତିରେ ଅନେକ ରୀତିନୀତି ରହିଛି।ହିନ୍ଦୁ ଧର୍ମରେ ବୈଦିକ କାଳରେ ସମସ୍ତେ ସଂସ୍କୃତି ଭାଷା କହୁଥିଲେ। ବ୍ୟକ୍ତିର କାର୍ଯ୍ୟର ଆଧାରକୁ ନେଇ ବୈଷ୍ଣବ,ଶୈବ,ଶାକ୍ତ,ବୈଦିକ ଓ ସ୍ମାର୍ତ୍ତ ଆଦିରେ ବିଭକ୍ତ କରାଯାଇଥିଲା।
ବୈଦିକ କାଳରେ ସମସ୍ତେ ମୁଣ୍ଡରେ ଚୁଟି ରଖୁଥିଲେ। ବିଶେଷ କରି ଲଣ୍ଡିତ ମସ୍ତିଷ୍କରେ ଏହା ରଖାଯିବାର ବିଶେଷ ପରଂପରା ଥିଲା। ଆସନ୍ତୁ ଜାଣିବା ଏ ସଂପର୍କରେ।
ଶୁଶ୍ରୂତ ସଂହିତାରେ ବର୍ଣ୍ଣନା ଅନୁଯାୟୀ, ମସ୍ତିଷ୍କ ଭିତରେ ଯେଉଁଠାରେ କେନ୍ଦ୍ର ରହିଛି,ସେଠାରେ ସଂପୂର୍ଣ୍ଣ ନାଡ଼ି ଓ ସନ୍ଧିମାନଙ୍କୁ ମିଶାଯାଇଥାଏ।ଏହାକୁ ‘ଅଥିପତି ମର୍ମ’କୁହାଯାଏ। ସେହି ସ୍ଥାନରେ ଯଦି ବ୍ୟକ୍ତିକୁ ଆଘାତ ଲାଗିଥାଏ,ତେବେ ତାଙ୍କର ମୃତ୍ୟୁ ହୋଇଯାଏ ଓ ସୁଷୁମ୍ନାର ମୁଖ୍ୟ ସ୍ଥାନକୁ ମସ୍ତୁଲିଙ୍ଗ କୁହାଯାଏ।


କୁହାଯାଏ ଯେ,ଯେଉଁ ବ୍ୟକ୍ତିର ମସ୍ତିଷ୍କ ମସ୍ତୁଲିଙ୍ଗ ଯେତେ ଅଧିକ ଶକ୍ତ ହୋଇଥାଏ,ତାହାର ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ସେତିକି ଶକ୍ତିଶାଳୀ।
ବୈଦିକ କାଳରେ ଶିଶୁର ଜନ୍ମର ତୃତୀୟ,ପଞ୍ଚମ,ସପ୍ତମ ଓ ନବମ ବର୍ଷର ଶେଷରେ ମୁଣ୍ଡନ ସଂସ୍କାର କରାଯାଇଥାଏ।ସେତେବେଳେ ମସ୍ତିଷ୍କର କେନ୍ଦ୍ରରେ ଚୁଟି ରଖାଯାଇଥାଏ। ସେହି ସ୍ଥାନକୁ ମୁହସ୍ରାର କୁହାଯାଏ। ସେଠାରେ ଆତ୍ମାର ନିବାସ ହୋଇଥିବା ହେତୁ ଚୁଟି ରଖିବା ପରେ ତାକୁ ବାନ୍ଧି ରଖାଯାଇଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.