କେଉଁ ସମୟରେ କେଶକୁ ମୁକୁଳା ରଖାଯାଇପାରେ?

ହିନ୍ଦୁ ପୁରାଣ ଓ ଶାସ୍ତ୍ରରେ ମହିଳାମାନଙ୍କ ସଂପର୍କୀତ ଅନେକ ରହସ୍ୟର ପର୍ଦ୍ଦାଫାସ କରାଯାଇଛି। ମହିଳାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା କେଶ । ସେମାନଙ୍କର କେଶ ବିନ୍ୟାସ ବା କେଶ ସଜ୍ଜାକୁ ବିଶେଷଭାବେ ଗୁରୁତ୍ୱ ଦେଇଥାନ୍ତି।
ଶାସ୍ତ୍ରରେ ମହିଳାମାନଙ୍କର କେଶ ସଂପର୍କରେ ଅନେକ କଥା ଉଲ୍ଲେଖ ରହିଛି। ମହିଳାମାନେ ଖୋଲା କେଶ ରଖିବା ଅଶୁଭପ୍ରଦ ବୋଲି ମଧ୍ୟ କୁହାଯାଇଛି। କେଶ ଏକ ଶୃଙ୍ଗାର , ଯାହା ସେମାନଙ୍କୁ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ଆଗେ ମହିଳାମାନେ କୌଣସି ବିଶେଷ ପର୍ବ ଅବସରରେ କେଶକୁ ଖୋଲା ରଖୁଥିଲେ, କିନ୍ତୁ ଅଧିକାଂଶ ମହିଳା କେଶକୁ ବାନ୍ଧି ରଖୁଥିଲେ। କାରଣ ଖୋଲା କେଶ ଶୋକ ବା ଦୁଃଖର ସଙ୍କେତ ବୋଲି କୁହାଯାଏ।

ଆଜି ବି ମହିଳାମାନେ କେଶକୁ ବାନ୍ଧି ରଖିଥାନ୍ତି। ମନ୍ଦିରରେ ବି ଉନ୍ମୁକ୍ତ କେଶ ରଖିବାକୁ ଠିକ୍‌ ବୋଲି ବିବେଚନା କରାଯାଏ ନାହିଁ।
ଶାସ୍ତ୍ର ଅନୁଯାୟୀ ମୁଣ୍ଡ କୁଣ୍ଡାଇବା ପାନିଆ ତଳେ ପଡ଼ିଗଲେ, ତାହାକୁ ଅଶୁଭ ସଙ୍କେତ ବୋଲି ବିବେଚନା କରାଯାଏ। ଏଥିରୁ କିଛି ଅନିଷ୍ଟର ଆଶଙ୍କା କରାଯାଇଥାଏ। କୁହାଯାଏ ଯେ ବନ୍ଧନରେ ଥିବା କେଶ ମଣିଷକୁ ଭଲ ବନ୍ଧନରେ ବା ସ୍ନେହ ସଂପର୍କରେ ରହିବାରେ ସହାୟତା କରିଥାଏ। କେବଳ ଏକାନ୍ତରେ କେଶକୁ ଉନ୍ମୁକ୍ତ ରଖାଯାଇପାରେ।


ପୁରାଣରେ ଏକଥା ବି କୁହାଯାଇଛି ଯେ ଶୋଇବା ପୂର୍ବରୁ କେଶକୁ ମୁକୁଳା କରିବାର ଅର୍ଥ ହେଲା ଦୁର୍ଭାଗ୍ୟକୁ ଡାକିବା। ଖାଲି ସେତିକି ନୁହେଁ ଖୋଲା କେଶରେ ରହିବା ଅର୍ଥାତ ନକାରାତ୍ମକ ଶକ୍ତିକୁ ସକ୍ରିୟ କରିବା।

ସମ୍ବନ୍ଧିତ ଖବର