ଭିନ୍ନକ୍ଷମ ହଲ୍‌ ଏଲର୍ଡଙ୍କ ମହତ୍ୱପୂର୍ଣ୍ଣ ସଫଳତା ମନ୍ତ୍ର; ଜାଣନ୍ତୁ କେଉଁ କୌଶଳ ହେତୁ ବିଶ୍ୱର ଧନୀକ ତାଲିକା ମଧ୍ୟରେ ଲେଖାଇ ପାରିଲେ ନିଜ ନାଁ

ବିଶ୍ୱ ବିଖ୍ୟାତ ବ୍ୟବସାୟୀ ହଲ୍‌ ଏଲର୍ଡ ସଫଳତାର ଏକ ଜ୍ୱଳନ୍ତ ନମୂନା। ସଫଳତା ଆଗରେ କେବେ ବି ପରିସ୍ଥିତି ବାଧା ସାଜେ ନାହିଁ ସେ ହେଉଛନ୍ତି ତାହାର ଏକ ଉଦାହରଣ। ୧୯ ବର୍ଷ ବୟସରୁ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଏଲର୍ଡ ଯେ ଦିନେ ନିଜର ନିଷ୍ଠା ହେତୁ ସଫଳତାର ଶୀର୍ଷକୁ ଛୁଇଁପାରିବେ ତାହା କିଏ ବା ଭାବିଥିଲା! ସେ ଜନ୍ମରୁ ଭିନ୍ନକ୍ଷମ ନ ହୋଇ ବି ଅନେକ ଭିନ୍ନକ୍ଷମଙ୍କ ପାଇଁ ପାଲଟିଗଲେ ପ୍ରେରଣା। ଏବେ ଳସେ କେବଳ ବ୍ୟବସାୟୀ ନୁହଁନ୍ତି ଜଣେ ପ୍ରଖ୍ୟାତ ଲେଖକ, ପ୍ରେରଣାଦାୟୀ ବକ୍ତା। ସେ ତାଙ୍କ ବହୁ ମୂଲ୍ୟ ବାର୍ତ୍ତାରେ ଅନେକଙ୍କୁ ଉତ୍ସାହିତ କରୁଛନ୍ତି। ଚାଲନ୍ତୁ ଜାଣିବା ହଲ୍‌ଙ୍କ ସଫଳତାର ମନ୍ତ୍ର। ସେ ଟୁଇଟ୍‌ କରିଥିବା ତାଙ୍କର କେତୋଟି ଭାବନାକୁ ନିମ୍ନରେ ଉଲ୍ଲେଖ କରାଯାଇଛି।

: କିଛି ଘଟିବା ପୂର୍ବରୁ ଜୀବନକୁ ସ୍ୱୀକାର କରିବା ସିଖ।
: ସବୁଠାରୁ ଭଲ ପାଇଁ ଆଶା ରହୁ, ମାତ୍ର କମ୍‌ ଭଲ ପ୍ରତି ଲୋଭ କମ୍‌ ନହେଉ।
: ପ୍ରେରଣା କିମ୍ବା ନୈରାଶରୁ ହିଁ ପରିବର୍ତ୍ତନର ଜନ୍ମ।
: ଯଦି ଏହା ମାନବ ପାଇଁ ସମ୍ଭବ; ତାହାଲେ ମୋ ପାଇଁ ବି ସମ୍ଭବ।
: ମନ ଦୁଃଖ ପାଇଁ ଆପଣଙ୍କୁ ଅନୁମତି ଦିଆଗଲା; ମାତ୍ର ୫ ମିନିଟ୍‌ ପାଇଁ।
: ଏହା କେବଳ ତୁମର କଥା ନୁହେଁ; ତୁମ କାର୍ଯ୍ୟରୁ ଦୁନିଆ ବି ସିଖେ, ଏହା ଦୁନିଆର ବି କଥା।
: ତୁମେ ଯଦି ନିଜର ପରିଚୟ ପାଇଁ ଅନ୍ୟକୁ ଆକର୍ଷିତ କରିପାରିଲ ତାହାଲେ ତୁମେ ସଫଳ।
: ତୁମେ ତୁମର ସକାଳ ଯେଉଁଭଳି ଭାବେ ଆରମ୍ଭ କର ବାକି ଦିନ ବି ସେଇଭଳି କଟିଥାଏ।
: ଭବିଷ୍ୟତକୁ ନଷ୍ଟ କରି ଦେବା ପାଇଁ ଚିନ୍ତା ହେଉଛି ଏକ ପ୍ରକଳ୍ପ।
: ଯାହା ତୁମେ ବଦଳାଇପାରିବ ନାହିଁ ତାହାକୁ ଗ୍ରହଣ କର, ଯାହା ପାରିବ ତାହାକୁ ବି ଗ୍ରହଣ କର।
: ଅଗ୍ରହଣୀୟତା ପରିବର୍ତ୍ତନର ବାଧକ।
: ତୁମ ସଫଳତାର ପରିମାଣ ହିଁ ତୁମ ବୃତ୍ତିିଗତ ସଫଳତାର ମାନଦଣ୍ଡ।
: ଯଦି ତୁମେ ଅନ୍ୟଠାରୁ ନିଜକୁ ଭିନ୍ନ ଦେଖିବାକୁ ଚାହଁ ତେବେ ଭିନ୍ନ କାର୍ଯ୍ୟ କରିବା ଆରମ୍ଭ କରିଦିଅ।
: ଜଣେ ଭାବପ୍ରବଣ ବ୍ୟକ୍ତି ପରିବର୍ତ୍ତନ କରିନପାରିଲେ ବି ସବୁ କଥାରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିବା ଉପରେ ଆୟତ୍ତ ଆଣିପାରେ।
: ସବୁ ନକାରାତ୍ମକ ଭାବପ୍ରବଣତା ନିଜଠାରୁ ଜନ୍ମ ନିଏ। ସେ ସବୁର ଜୀବନରେ କୌଣସି ଗୁରୁତ୍ୱ ନାହିଁ।

ସମ୍ବନ୍ଧିତ ଖବର