ଗୋଟିଏ ଗୋଡ ସହାୟତାରେ ଭାର ଉତ୍ତୋଳନ କରି ଅନ୍ୟମାନଙ୍କ ପାଇଁ  ପ୍ରେରଣା ସାଜିଲେ ଦିବ୍ୟାଙ୍ଗ ଝିଅ!

ବିଶ୍ୱ ବିକଳାଙ୍ଗ ଦିବସ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି। ପ୍ରକୃତରେ ସାରା ବିଶ୍ୱରେ ଏହି ଦିନର ପ୍ରାରମ୍ଭ ଦିବ୍ୟାଙ୍ଗଙ୍କ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ କରାଯାଇଛି । ଡିସେମ୍ବର ୩କୁ ସାରା ବିଶ୍ୱରେ ବିକଳାଙ୍ଗ ଦିବସ ପାଳନ କରିବାର ଆରମ୍ଭ ୧୯୯୨ରେ ସଂଯୁକ୍ତ ରାଷ୍ଟ୍ର କରିଥିଲା । ଯାହାପରେ ୨୦୦୭ରେ ଏହି ଦିନକୁ ‘ବିଶ୍ୱ ବିକଳାଙ୍ଗ ଦିବସ’ ଭାବେ ପାଳନ କରାଯାଏ।

ତେବେ ଆଜିର ଏହି ଦିନରେ ଏଭଳି ଏକ ଭିଡିଓ ସୋଶିଆଲ ମିଡିଆରେ ଦେଖିବାକୁ ମିଳିଛି, ଯାହା ବହୁତ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଦିବ୍ୟାଙ୍ଗ ଝିଅ ନିଜର ଗୋଟିଏ ଗୋଡ଼ ସହାୟତାରେ ଭାର ଉତ୍ତୋଳନ କରିବାର। ନିଜର ଗୋଟିଏ ଗୋଡ଼ ହରାଇଥିବା ଏହି ଝିଅଟି ଅନ୍ୟ ଏକ ଗୋଡ଼ରେ ଏପରି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଏବେ ଏହି ଭିଡିଓଟି ସୋଶିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓ ଏମିତି ଏକ ଝିଅର ଯାହାର ଗୋଟିଏ ଗୋଡ ନାହିଁ । ତଥାପି ବି ସେ ଅନ୍ୟ ଲୋକଙ୍କ ଭଳି ବ୍ୟାୟାମ କରନ୍ତି । ତାହା ୱେଟ୍ ଲିଫ୍ଟିଙ୍ଗ ହେଉ କିମ୍ବା ଅନ୍ୟ କିଛି । ଏହି ଝିଅକୁ କିଛି ବି କରିବାରେ କୌଣସି ଅସୁବିଧା ହୁଏନି । କାହିଁକିନା ସେ ନିଜର ଦୁର୍ବଳତାକୁ ଶକ୍ତି ବନାଇଦେଇଛନ୍ତି। ସେଇଠି ଏହି ଭିଡିଓକୁ ଦେଖି କେତେକ ଲୋକଙ୍କୁ ଏଥିରୁ ପ୍ରେରଣା ମଧ୍ୟ ମିଳୁଛି । ଯଦ୍ୱାରା ଅନେକ ଲୋକ ଏହି ଭିଡିଓକୁ ସେୟାର କରୁଛନ୍ତି । ୩୯ ସେକେଣ୍ଡର ଏହି ଭିଡିଓରେ ଆପଣ ଦେଖିପାରିବେ କି, କେମିତି ଏହି ଝିଅ ଗୋଟିଏ ଗୋଡରେ ଏକାଧିକ ଓଜନ ଉଠାଇ ଭାର ଉତ୍ତୋଳନ କରୁଛନ୍ତି । ଲୋକଙ୍କ ମନକୁ ଛୁଇଁ ଯାଉଥିବା ଏହି ଭିଡିଓ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ସମ୍ବନ୍ଧିତ ଖବର