ଦୁଇ ହାତ ନଥାଇ ମଧ୍ୟ ନିଜର ସମସ୍ତ କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏହି ବ୍ୟକ୍ତି !

ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ହାତ, ଗୋଡ ହରାଇ ନିଜକୁ ଅକ୍ଷମ ଭାବି ଜୀବନକୁ ଅସହାୟ ମନେ କରୁଛନ୍ତି। ତାଙ୍କ ଦ୍ୱାରା କୌଣସି କାମ ହୋଇପାରିବ ନାହିଁ, ସେ ଅନ୍ୟମାନଙ୍କ ପାଇଁ ବୋଝ ବୋଲି ଭାବିବା ସହ ମାନସିକ ଅଶାନ୍ତିରେ ଜୀବନ ବତାଉଛନ୍ତି। କିନ୍ତୁ ଏହିପରି ଜଣେ ବ୍ୟକ୍ତି ରୁହନ୍ତି ଉତ୍ତରପ୍ରଦେଶର କୁଶିନଗରରେ ଯେ, କି ନିଜର ଦୁଇହାତ ହରାଇଥିଲେ ମଧ୍ୟ ନିଜର ସମସ୍ତ କାମ ଏପରିକି ଅଫିସଠାରୁ ଆରମ୍ଭ କରି ଚାଷକାମ ସୁରୁଖୁରୁରେ କରିପାରୁଛନ୍ତି। ଏହା କେବଳ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ବଳରେ ହିଁ ସମ୍ଭବ ହୋଇପାରିଛି।

କୁଶିନଗରରେ ରହୁଥିବା ନିରଜ ରାୟ ଏକ ସୁପର ହିରୋ ଠାରୁ କମ ନୁହଁନ୍ତି। ପିଲାଟି ଦିନରୁ ହିଁ ତାଙ୍କର ଦୁଇ ହାତ ନାହିଁ। ଦୁଇ ହାତ ନଥିବା ସତ୍ୱେବି ସେ ନିଜକୁ କେବେ ଅକ୍ଷମ ମନେ କରିନାହାଁନ୍ତି। ହାତ ନଥିଲେ କଣ ହେଲା ତାଙ୍କର ସାହସ ଏବଂ ଇଛାଶକ୍ତି କୌଣସି ସୁପର ହିରୋଠାରୁ କମ ନୁହେଁ। ଦୁଇ ହାତ ନଥିବା ସତ୍ୱେବି ନିରଜ ତାଙ୍କ ସମସ୍ତ କାର୍ଯ୍ୟ ଏକା କରିଥାନ୍ତି। ଏପରିକି ଗୋଡରେ କଲମ ଧରି ଅଫିସରେ ଲେଖାଲେଖି କରିବା ସହିତ ଗୋଡରେ ଟ୍ରାକ୍ଟର ମଧ୍ୟ ଚଲାଇପାରନ୍ତି। କେବଳ ସେତିକି ନୁହେଁ ନିରଜ ବିକଳାଙ୍ଗ ହେବା ସତ୍ୱେବି ଭଲ ପାଠ ପଢି ସେ ଏବେ ଏକ ଜିଲ୍ଲାଧିକାରୀ କାର୍ଯ୍ୟାଳୟରେ ଚାକିରି ମଧ୍ୟ କରନ୍ତି । ଅନ୍ୟ ଅଧିକାରୀ ଯେଉଁଭଳି ଭାବରେ ଅଫିସରେ କାମ କରନ୍ତି ଠିକ ସେହିଭଳି ନିରଜ ମଧ୍ୟ ମନଧ୍ୟାନ ଦେଇ ତାଙ୍କ କାମ କରିଥାନ୍ତି ।

ଯେଉଁଠାରେ ମଣିଷ ନିଜର ଦିବ୍ୟାଙ୍ଗ ଶରୀର ପାଇଁ ନିଜକୁ ଅସହାୟ ମନେକରିଥାଏ, ସେଠାରେ ନିରଜ ଭଳି ଆତ୍ମବିଶ୍ୱାସି ଲୋକ ନିଜକୁ ଅସହାୟ ମନେ ନକରି ନିଜର କର୍ମପଥରେ ଆଗେଇ ଚାଲିଥାନ୍ତି। ପିଲାଟି ଦିନରୁ ନିରଜଙ୍କ ଦୁଇ ହାତ ନଥିଲେ ମଧ୍ୟ ତାଙ୍କର କାମ କରିବାର ଅତୁଟ ଇଚ୍ଛା ତାଙ୍କୁ ବହୁତ ଆଗକୁ ନେଇଯାଇଛି । ଅଫିସରେ କାମ କରିବା ସହିତ ନିଜ ଘରର ସବୁ କାମ କରନ୍ତି। ଏପରିକି ସେ ନିଜେ ଟ୍ରାକ୍ଟର ଚଳାଇ ଚାଷ ଜମିକୁ ହଳ ମଧ୍ୟ କରିପାରନ୍ତି । ଯେଉଁଠାରେ ଲୋକ ଦୁଇ ହାତ ଗୋଡ ପାଇ ମଧ୍ୟ ଯେଉଁ କାମ କରିପାରନ୍ତି ନାହିଁ ସେହି କାମ କରିବାରେ ସଫଳ ହୋଇଛନ୍ତି ନିରଜ। ବାସ୍ତବରେ ନିରଜଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କୁ ଆଗକୁ ବଢ଼ାଇବାରେ ନିଶ୍ଚୟ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର